ଓଡିଶା

odisha

ETV Bharat / bharat

କମଳା ହାରିସଙ୍କ ଅପେକ୍ଷାରେ ଥୁଲାସେନ୍ଦ୍ରପୁରମ ଗାଁ - କମଳା ହାରିସଙ୍କ ଗାଁ ଥୁଲାସେନ୍ଦ୍ରପୁରମ

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ରହିଥିଲା ବିଶ୍ବର ନଜର। ଏହି ନିର୍ବାଚନକୁ ଟିକେ ଅଧିକ ଉତ୍ସହିତ ରହିଥିଲା ତାମିଲନାଡୁ଼ର ପିଙ୍ଗନାଡ଼ୁ-ଥୁଲାସେନ୍ଦ୍ରପୁରମ ଗାଁ। କାରଣ ଭାରତୀୟ ବଂଶୋଦ୍ଭବ ଆମେରିକା ଉପରାଷ୍ଟ୍ରପତି କମଳା ହାରିସଙ୍କ ସମ୍ପର୍କ ଏହି ଗାଁ ସହ ରହିଛି। ଏଥିପାଇଁ ତ ରାଜ୍ୟର ଅପରିଚିତ ଗାଁ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ପାଇଛି ନୂଆ ପରିଚୟ। ଅଧିକ ପଢ଼ନ୍ତୁ...

tamilnadu thulesendrapuram village celebrate over kamala harrish win in america presidential election
କମଳା ହାରିସଙ୍କ ଅପେକ୍ଷାରେ ଥୁଲାସେନ୍ଦ୍ରପୁରମ ଗାଁ

By

Published : Jan 13, 2021, 9:03 AM IST

ଚେନ୍ନାଇ:ତାମିଲନାଡ଼ୁର ଏକ ଛୋଟିଆ ଗାଁ, ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ଦଳର ବିଜୟ ଉତ୍ସବକୁ ଏମିତି ପାଳିଛି ଯେମିତି ଏହି ଗାଁର ବିଜୟ ହୋଇଛି । ବହୁତ କମ ଜଣାଶୁଣା ଏହି ଛୋଟିଆ ଗାଁ ରାଜ୍ୟ ଭିତରେ ଏତେଟା ଲୋକ ପ୍ରିୟ ନୁହେଁ । ତଥାପି ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କ ପ୍ରାର୍ଥିତ୍ବ ପରଠୁ ଏଠାରେ ଉତ୍ସବ ଆରମ୍ଭ ହୋଇଯାଇଥିଲା। ଏହି ଅପରିଚିତ ଗାଁ ୱାଶିଂଟନ ଡିସି ହ୍ବାଇଟ ହାଉସରୁ ପ୍ରାୟ 14 ହଜାର କିମି ଦୂରରେ ରହିଛି। ଆଉ ହଁ, ଏହିଠାରେ ହିଁ କମଳା ହାରିସଙ୍କ ଅଜା ପିବି ଗୋପାଳନ ରାଜମ ରହୁଥିଲେ। ଗାଁ ନାଁ ପିଙ୍ଗନାଡ଼ୁ-ଥୁଲାସେନ୍ଦ୍ରପୁରମ । ଏଠାରେ ପହଞ୍ଚିବାକୁ ହେଲେ ଆପଣଙ୍କୁ ତଞ୍ଜାବୁରଠାରୁ ମନ୍ନାରାଗୁଡ଼ି ଆଡ଼କୁ 45 କିମି ଯାତ୍ରା କରିବାକୁ ହେବ। ଏହି ଗାଁ ପ୍ରାୟ 70 ପରିବାରଙ୍କ ବାସସ୍ଥାନ । କମଲା ହାରିସଙ୍କ ଅଜା ଗୋପାଳନ 1911 ମସିହାରେ ଜନ୍ମଗ୍ରହଣ କରିଥିବାବେଳେ 20-25 ବର୍ଷ ବୟସରେ ସ୍ବାଧୀନତା ସଂଗ୍ରାମରେ ଭାଗ ନେବାକୁ ଗାଁ ପରିତ୍ୟାଗ କରିଥିଲେ । ଆଉ ପରେ ଜଣେ ବଡ଼ ସରକାରୀ ଅଧିକାରୀ ହୋଇଥିଲେ ।

କମଳା ହାରିସଙ୍କ ଅପେକ୍ଷାରେ ଥୁଲାସେନ୍ଦ୍ରପୁରମ ଗାଁ

କମଳା ହାରିସଙ୍କ ବିଜୟ ଖବର ନେଇ ଗାଁରେ ଥିଲା ଉତ୍ସବର ମାହୋଲ। ଗାଁ ଲୋକ ତାଙ୍କୁ ଘରର ସଦସ୍ୟ ବୋଲି ଭାବନ୍ତି। ବିଜୟ ଉତ୍ସବ ପାଳନ ପାଇଁ ପ୍ରତ୍ୟେକ ବ୍ୟକ୍ତି ଘର ସାମ୍ନାରେ ରଙ୍ଗୋଲି ପକାଇ ସଜାଇଥିଲେ। ବିଜୟ ପରେ ଗାଁରେ ମିଠା ବଣ୍ଟନ ସହ ବାଣ ଫୁଟାଇଯାଇଥିଲା। ବିଶେଶ ଭାବରେ କମଳା ହାରିସଙ୍କ ପସନ୍ଦ ଇଡଲୀ ଓ ସାମ୍ବର ସହ ତାଙ୍କ ପରିବାରର ଇଷ୍ଟ ଦେବତା ଧର୍ମଷ୍ଠା ମନ୍ଦିରରେ ଏକ ସାମୂହିକ ଭୋଜିର ଆୟୋଜନ କରାଯାଇଥିଲା।

ଯେତେବେଳ କମଳାଙ୍କ ମାଆ ଶ୍ୟାମଳାଙ୍କୁ 1950 ଦଶକରେ ଆମେରିକା ପାଠ ପଢ଼ିବାକୁ ଅବସର ମିଳିଥିଲା, ସେତେବେଳେ ଗୋଟିଏ କ୍ଷଣ ବି ଡେରି ନକରି ଏହାକୁ ଆପଣେଇବାକୁ କହିଥିଲେ ଗୋପାଳନ । ଆମେରିକାରେ ପାଠ ପଢ଼ିବା ବେଳେ ଶ୍ୟାମଳା ଜଣେ ଜାମେଇକା ମୂଳବାସିନ୍ଦା ଡୋନାଲ୍ଡ ହାରିସଙ୍କ ବିବାହ କରିଥିଲେ ଓ ତାଙ୍କ ଔରସରୁ ଦୁଇ ଝିଅ ଜନ୍ମ ନେଇଥିଲେ । କମଳା ଓ ଭଉଣୀ ମାୟା । ତେବେ ମାୟା ହାରିସ ପେଶାରେ ଜଣେ ଓକିଲ । ଗାଁରେ ଥିବା ଶ୍ରୀ ଧର୍ମାଷ୍ଠ ଆୟର ମନ୍ଦିର କମଳାଙ୍କ ପରିବାରଠାରୁ ଦାନ ପାଉଥିବା ମିଛ ଗର୍ବ କରନ୍ତି। ମନ୍ଦିରର ଟ୍ରଷ୍ଟିଙ୍କ ମୁତାବକ କମଳାଙ୍କ ପରିବାର ଏହି ମନ୍ଦିରକୁ ଦାନ ଦେଉଛନ୍ତି, ବହୁ ସମୟ ପୂର୍ବରୁ ସେ ଗାଁ ଛାଡ଼ି ଦେଇଥିଲେ ସୁଦ୍ଧା ତାଙ୍କ ଦାଦା ବାଲାଚନ୍ଦ୍ରନ ଓ ଖୁଡ଼ୀ ଡକ୍ଟର ସାରଳା ଗୋପାଳନ ମନ୍ଦିର ପ୍ରସାଦ ପାଇଁ ଅନୁଦାନ ଦେଇ ଆସୁଥିଲେ । ଆମେରିକାରେ ମତଦାନ ସମୟରେ ପିଙ୍ଗନାଡ଼ୁ-ଥୁଲେସେନ୍ଦ୍ରପୁରମ ଗାଁ ବାସିନ୍ଦା ମନ୍ଦିରରେ ଭୋଜନ ଆୟୋଜନ କରିଥିଲେ। ଏହାସହ କମଳା ହାରିସଙ୍କ ବିଜୟ ପ୍ରାର୍ଥନା କରିଥିଲେ ।

କମଳାଙ୍କ ବିଜୟ ଯୋଗୁଁ ଏଠି ଦୀପାବଳୀ ପୂର୍ବରୁ ଆଲୋକର ପର୍ବ ହୋଇଥିଲା । ଗାଁ ଲୋକଙ୍କ ବିଶ୍ବାସ ଯେ, କମଲା ନିଜ ପରିବାର ସହ ଏଠାକାର ଆରାଧ୍ୟ ଦେବତାଙ୍କ ଦର୍ଶନ ପାଇଁ ନିଶ୍ଚେ ଆସିବେ। କମଳାଙ୍କ ଖୁଡ଼ୀ ଡକ୍ଟର ସାରଳା ଗୋପାଳନ କୁହନ୍ତି ଯେ, କମଳା ହାରିସ ଜୀବନରେ ସେସବୁ ହାସଲ କରିଛନ୍ତି ଯାହାର ସେ ସ୍ବପ୍ନ ଦେଖୁଥିଲେ । କମଳାଙ୍କ ଖୁଡ଼ୀ ଜଣେ ଡାକ୍ତର ଓ ସେ ଚଣ୍ଡିଗଡ଼ରେ କାମ କରନ୍ତି। କମଳା ତାଙ୍କୁ ଦେଖା କରିବାକୁ ବହୁଥର ଚଣ୍ଡିଗଡ଼ ଆସି ସେଠାକାର ବିଭିନ୍ନ ସ୍ଥାନ ବୁଲି ଯାଇଛନ୍ତି। ସେ ସବୁବେଳେ କମଳାଙ୍କୁ ଜଣେ ଭଲ ପିଲା ଭଳି ବଡ଼ ହୋଇଥିବା ଦେଖିଛନ୍ତି। ସେ ଯାହାବି କରନ୍ତି ଭଲ ଭାବେ କରନ୍ତି। ସେ ସବୁ ହାସଲ କରିଛନ୍ତି ଯାହା ସେ ତାଙ୍କ ଜୀବନରେ କରିବାକୁ ଚାହୁଁଥିଲେ ।

କମଳା ହାରିସ ଆମେରିକା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ପ୍ରଥମ ମହିଳା, ପ୍ରଥମ ଅଶ୍ବେତ ମହିଳା, ପ୍ରଥମ ଭାରତୀୟ ଆମେରିକୀୟ ମହିଳା ଓ ପ୍ରଥମ ଏସିଆ ବଂଶୋଦ୍ଭବ । କାଲିଫର୍ଣ୍ଣିଆର 56 କମଳା ବର୍ଷୀୟ ସିନେଟରେ ନିର୍ବାଚିତ ହୋଇଥିବା 3 ଜଣ ଏସିୟା ମହିଳାଙ୍କ ମଧ୍ୟରୁ ଜଣେ । ସେ ସାନଫ୍ରାନ୍ସିସ୍କୋର ଜିଲ୍ଲା ଆଟୋର୍ନି ଭାବରେ ନିର୍ବାଚିତ ହୋଇଥିବା ପ୍ରଥମ ଭାରତୀୟ, ଆଫ୍ରିକୀୟ ଆମେରିକୀୟ ମହିଳା । ସମାଜର ପ୍ରଗତି ତାଙ୍କର ମୂଳମନ୍ତ୍ର ହୋଇଥିବାରୁ ସେ ମହିଳା ବାରାକ ଓବାମା ଭାବେ ମଧ୍ୟ ପରିଚିତ ।

କେବଳ ପିଙ୍ଗନାଡ଼ୁ-ଥୁଲେସେନ୍ଦ୍ରପୁରମ ନୁହେଁ, କମଳାଙ୍କ ପାଇଁ ପୂରା ଭାରତ ଗର୍ବିତ। ଶକ୍ତିଶାଳୀ ହ୍ବାଇଟ ହାଉସର ନେତୃତ୍ବ ନେବାକୁ ଯାଉଥିବା ଭାରତର ଏହି ସୁନା ଝିଅକୁ ଅନ୍ତରରୁ ଶୁଭେଚ୍ଛା ଓ ଶୁଭକାମନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details