ଓଡିଶା

odisha

ତାମିଲନାଡୁରେ 14 ଦିନିଆ ଲକଡାଉନ ଘୋଷଣା

By

Published : May 8, 2021, 9:56 AM IST

ତାମିଲନାଡୁରେ ସଂକ୍ରମଣ ରୋକିବା ପାଇଁ 14 ଦିନିଆ ଲକଡାଉନ ଘୋଷଣା କଲେ ସରକାର । ଅଧିକ ପଢନ୍ତୁ...

ତାମିଲନାଡୁ 14 ଦିନ ସମ୍ପୂର୍ଣ୍ଣ ଲକଡାଉନ
ତାମିଲନାଡୁ 14 ଦିନ ସମ୍ପୂର୍ଣ୍ଣ ଲକଡାଉନ

ଚେନ୍ନାଇ: ତାମିଲନାଡୁରେ କୋରୋନା ସଂକ୍ରମଣର ଭୟାବହତା ଦେଖିବାକୁ ମିଳିଛି । ସଂକ୍ରମଣର ଦ୍ରୁତ ଗତିକୁ ରୋକିବା ପାଇଁ ରାଜ୍ୟ ସରକାର ଆସନ୍ତା ମେ 10 ତାରିଖରୁ 24 ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି । କେବଳ ଜରୁରୀକାଳୀନ ସେବା ବ୍ୟତୀତ ଲୋକଙ୍କ ଯିବା ଆସିବାରେ କଟକଣା ଲାଗୁ କରାଯାଇଛି ।

ଗତକାଲି(ଶୁକ୍ରବାର) DMK ମୁଖ୍ୟ ଏମ.କେ ଷ୍ଟାଲିନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ରାଜ୍ୟର କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ମେ 10ରୁ 24 ତାରିଖ ଅର୍ଥାତ୍‌ ରାଜ୍ୟରେ 14 ଦିନ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ତେବେ ସୂଚନା ଥାଉ କି ରାଜ୍ୟରେ ଗତ 24 ଘଣ୍ଟାରେ ଦୈନିକ ସଂକ୍ରମଣ ସଂଖ୍ୟା ଗତବର୍ଷର ସମସ୍ତ ରେକର୍ଡ ଭାଙ୍ଗିଛି ।

ରାଜ୍ୟରେ 26 ହଜାର 465 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମଣ ସଂଖ୍ୟା 13 ଲକ୍ଷ 23 ହଜାର 965ରେ ପହଞ୍ଚିଛି । ସେପଟେ 187 ଜଣଙ୍କର ମୃତ୍ୟୁ ଘଟିଛି । 1 ଲକ୍ଷ 35 ହଜାର 355 ସକ୍ରିୟ ମାମଲା ରହିଥିବା ବେଳେ ରାଜଧାନୀ ଚେନ୍ନାଇରେ ସକ୍ରିୟଙ୍କ ସଂଖ୍ୟା 6 ହଜାର 738 ରହିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details