ଓଡିଶା

odisha

ETV Bharat / bharat

ମୋଦିଙ୍କ ସହ ସାକ୍ଷାତକାର ସନ୍ତୋଷଜନକ: MK STALIN - ଚାଷୀ ଆଇନ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ସାକ୍ଷାତ ଚାଷୀ ଆଇନ ପ୍ରତ୍ୟାହାର, NEET ଏବଂ ଟିକା ଉତ୍ପାଦନ ନେଇ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ମୋଦିଙ୍କ ସହ ସାକ୍ଷାତକାର ସନ୍ତୋଷ ଜନକ: ଏମକେ ଷ୍ଟାଲିନ
ମୋଦିଙ୍କ ସହ ସାକ୍ଷାତକାର ସନ୍ତୋଷ ଜନକ: ଏମକେ ଷ୍ଟାଲିନ

By

Published : Jun 18, 2021, 9:04 AM IST

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ । ତେବେ ସାକ୍ଷାତ ସମୟରେ ଚାଷୀ ଆଇନ ପ୍ରତ୍ୟାହାର, NEET ଏବଂ ଟିକା ଉତ୍ପାଦନ ନେଇ ଆଲୋଚନା କରିଥିଲେ ।

ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ଷ୍ଟାଲିନ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ସାକ୍ଷାତ ସନ୍ତୋଷଜନକ ଥିଲା ବୋଲି କହିଛନ୍ତି ଷ୍ଟାଲିନ । ତେବେ ପ୍ରଧାନମନ୍ତ୍ରୀ ରାଜ୍ୟର ବିକାଶ ପାଇଁ ସହଯୋଗ କରିବେ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ଆଶ୍ବସନା ଦେଇଛନ୍ତି ଯେ ତାମିଲନାଡୁର ପ୍ରସଙ୍ଗରେ ମୁଁ କୌଣସି ସମୟରେ ସହଯୋଗ କରିପାରିବି ବୋଲି ଷ୍ଟାଲିନ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତିନିଟି କୃଷି ଆଇନ ପ୍ରତ୍ୟାହାର, NEET ର ସ୍କ୍ରାପ୍ ଏବଂ ନୂତନ ଶିକ୍ଷା ନୀତି, ଚେଙ୍ଗାଲପାଟ୍ଟୁ କମ୍ପ୍ଲେକ୍ସର ଟିକା ଉତ୍ପାଦନ ଆରମ୍ଭ ଏବଂ ସେଥୁସାମୁଦ୍ରାମ୍ ପ୍ରକଳ୍ପର ଆରମ୍ଭ ଭଳି ପ୍ରସଙ୍ଗ ମଧ୍ୟ ମୋଦିଙ୍କ ସହ ସାକ୍ଷାତ ସମୟରେ ଆଲୋଚନା କରିଥିଲେ ।

@ANI

ABOUT THE AUTHOR

...view details