ଓଡିଶା

odisha

ETV Bharat / bharat

ନାରୀ ହୋଇ ବିି 36 ବର୍ଷ ହେବ ପୁରୁଷ ବେଶରେ, ଜାଣନ୍ତୁ କାରଣ

ନାରୀକୁ ବର୍ଣ୍ଣନା କରିବା ଅସମ୍ଭବ । ସେ ତାର ପିଲା ପରିବାର ପାଇଁ ସବୁ ଅସମ୍ଭବକୁ ସମ୍ଭବ କରିପାରେ । ପୁରୁଷ ପ୍ରଧାନ୍ୟ ସମାଜରେ ଲଢେଇ କରବାକୁ ପଛାଏ ନାହିଁ । ହକ ପାଇଁ ନାରୀର ଅନେକ କାହାଣୀ ଆମେ ଦେଖିଛେ ହେଲେ ବେଶ ବଦଳାଇବା କଥା କେହି କେବେ ଭାବି ନଥିବେ । ଅଧିକ ପଢନ୍ତୁ

By

Published : May 20, 2022, 11:04 AM IST

Tamil Nadu woman disguised herself as a man for 36 years
Tamil Nadu woman disguised herself as a man for 36 years

ଚେନ୍ନାଇ:ନାରୀକୁ ବର୍ଣ୍ଣନା କରିବା ଅସମ୍ଭବ । ସେ ତାର ପିଲା ପରିବାର ପାଇଁ ସବୁ ଅସମ୍ଭବକୁ ସମ୍ଭବ କରିପାରେ । ପୁରୁଷ ପ୍ରଧାନ୍ୟ ସମାଜରେ ଲଢେଇ କରବାକୁ ପଛାଏ ନାହିଁ । ହକ ପାଇଁ ନାରୀର ଅନେକ କାହାଣୀ ଆମେ ଦେଖିଛେ ହେଲେ ବେଶ ବଦଳାଇବା କଥା କେହି କେବେ ଭାବି ନଥିବେ । ଆମେ ଏମିତି ଜଣେ ନାରୀଙ୍କ କଥା କହୁଛୁ ଯିଏ କି 36 ବର୍ଷ ହେଲା ପୁରୁଷ ବେଶରେ ଜୀବନ ଅତିବାହିତ କରୁଛନ୍ତି । ମହିଳା ଜଣକ ହେଲେ ତାମିଲନାଡୁର କାଟୁନାୟକ୍କନପଟ୍ଟି ଗାଁର ଏସ ପେଚିଅମ୍ମଲ ।

ଏସ ପେଚିଅମ୍ମଲଙ୍କ ବିବାହର 15 ଦିନ ଭିତରେ ହୃଦଘାତରେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଥିଲା । ତାଙ୍କୁ ସେବେ 20 ବର୍ଷ ହୋଇଥିଲା । ତାଙ୍କ ଗାଁ ଏକ ପୁରୁଷ କୈନ୍ଦ୍ରିକ ସମାଜକୁ ପ୍ରାଧାନ୍ୟ ଦେଉଥିଲା । ଏହି ସ୍ଥିତିରେ ନିଜ ଝିଅକୁ ବଡ କରିବା ପାଇଁ ଏସ ପେଟିଅମ୍ମଲ ପୁରୁଷ ବେଶ ଧାରଣ କରିଥିଲେ । ନାମ ବଦଳାଇ ମୁଥୁ ନାଁ ରଖିଥିଲେ । ସମସ୍ତ ସରକାରୀ ପ୍ରମାଣପତ୍ର ଯେପରି ଆଧାରକାର୍ଡ, ଭୋଟ ପରିଚୟପତ୍ର ଓ ବ୍ୟାଙ୍କ ଆକାଉଣ୍ଟରେ ସବୁଥିରେ ମୁଥୁ ନାମ ରଖିଥିଲେ ।

ତାଙ୍କ ଗାଁରେ ମହିଳାଙ୍କୁ କର୍ମ ସଂସ୍ଥାନରେ କାମ କରିବା ନେଇ ସମସ୍ୟା ଥିଲା । ଅନେକ ଜାଗାରେ କାମ କରିବା ସମୟରେ ନିର୍ଯାତନାର ଶିକାର ହୋଇଥିଲେ । ଏହାର ସମାଧାନ ପାଇଁ ସେ ଏହି ବଡ ନିଷ୍ପତ୍ତି ନେଇଥିଲ । ଏହାପରେ ନିଜକୁ ପୁରୁଷ ବେଶରେ ଆଣିବାକୁ ଲାଗି ପଡିଥିଲେ ସେ । ପ୍ରଥମେ ନିଜର କେଶ କାଟିଥିଲେ । ଏହାପରେ ସାର୍ଟ ଓ ଲୁଙ୍ଗି ପିନ୍ଧିଥିଲେ । 20 ବର୍ଷ ପୂର୍ବେ ଝିଅ ସହ ପୁଣି ଗାଁରେ ରହିବାକୁ ଲାଗିଥିଲେ । କେବଳ ତାଙ୍କର କିଛି ଘନିଷ୍ଠ ବନ୍ଧୁ ଓ ଝିଅ ଜାଣନ୍ତି ସେ ଜଣେ ମହିଳା ବୋଲି । ଚା ବିକାଠୁ ଆରମ୍ଭ କରି ରଙ୍ଗ ମିସ୍ତ୍ରୀ ପୁଣି ଦିନ ମଜୁରିଆ ଭାବେ କାମ କରନ୍ତି ମୁଥୁ ଓରଫ ଏସ ପେଚିଅମ୍ମଲ ।

ଝିଅକୁ ବିବାହ କରି ସାରିଛନ୍ତି । ତଥାପି ଏ ବେଶ ପରିବର୍ତ୍ତନ କିରବାକୁ ନାରାଜ । ଝିଅକୁ ନିରାପଦ ଓ ସୁରକ୍ଷିତ ରଖିବା ପାଇଁ ଏ ବେଶ ଉପରେ ବିଶ୍ବାସ ରଖିଛନ୍ତି ଏସ ପେଚିଅମ୍ମଲ । ମୃତ୍ୟୁ ପର୍ଯ୍ୟନ୍ତ ମୁଥୁ ବେଶରେ ରହିବେ ବୋଲି କହିଛନ୍ତି ଏସ ପେଚିଅମ୍ମଲ । ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details