ଓଡିଶା

odisha

ETV Bharat / bharat

Tamil Nadu: ଖାଇକୁ ଟୁରିଷ୍ଟ ବସ ଖସି 8 ମୃତ, 30ରୁ ଅଧିକ ଆହତ - ତାମିଲନାଡୁରେ ବସ ଦୁର୍ଘଟଣା

ତାମିଲନାଡୁ ମାରାପଲମରେ ଖାଇକୁ ଖସିଲା ପର୍ଯ୍ୟଟକ ବସ । 8 ଜଣଙ୍କ ମୃତ୍ୟୁ, 30 ଅଧିକ ଆହତ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

Tamil Nadu: ଖାଇକୁ ଟୁରିଷ୍ଟ ବସ ଖସି 5 ମୃତ , ଏକାଧିକ ଆହତ
Tamil Nadu: ଖାଇକୁ ଟୁରିଷ୍ଟ ବସ ଖସି 5 ମୃତ , ଏକାଧିକ ଆହତ

By ETV Bharat Odisha Team

Published : Sep 30, 2023, 10:49 PM IST

ଚେନ୍ନାଇ:ତାମିଲନାଡୁରେ ମର୍ମନ୍ତୁଦ ବସ ଦୁର୍ଘଟଣା । ଖାଇକୁ ଏକ ଟୁରିଷ୍ଟ ବସ ଖସିପଡିବାରୁ 8 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 30ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଥିବା ସନ୍ଦେହ କରାଯାଉଛି । ଆଜି ବିଳମ୍ବିତ ଅପରାହ୍ନରେ ତାମିଲନାଡୁର ମାରାପଲମ ନିକଟରେ ଏହି ଦୁର୍ଘଟଣା ଘଟିଛି । ବସଟି ଟୁରିଷ୍ଟଙ୍କୁ ନେଇ ଯାଉଥିଲା । ଭାରସାମ୍ୟ ହରାଇ ଏହା ଏକ ଖାଇକୁ ଖସିପଡିଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ, ଆଜି (ଶନିବାର) ଅପରାହ୍ନରେ ଏହି ବସଟି ଭାରସାମ୍ୟ ହରାଇ 100 ଫୁଟ ଗଭୀର ଖାଇକୁ ଖସିପଡିଥିଲା । ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲେ । ପୋଲିସ ଓ ଉଦ୍ଧାରକାରୀ ଟିମ ଓ ମେଡିକାଲ ଟିମ୍‌ ସହ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ । ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହତଙ୍କୁ ସ୍ଥାନୀୟ କନ୍ନୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ 8 ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା କନ୍ନୁର ହସ୍ପିଟାଲ ଯୁଗ୍ମ ନିର୍ଦ୍ଦେଶକ ପଲାନିସାମୀ ସ୍ପଷ୍ଟ କରିଛନ୍ତି । ପ୍ରାୟ 35 ଆହତ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସେମାନଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ଚୌଧୁରୀ ବଜାର ଅଗ୍ନିକାଣ୍ଡ ଘଟଣା: ବିଲ୍ଡିଂରେ ନଥିଲା ଫାୟାର ସାର୍ଟିଫିକେଟ

ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଘାଟି ରାସ୍ତାରେ ଭାରସାମ୍ୟ ହରାଇବା କାରଣକୁ ପ୍ରାଥମିକ ଭାବେ ସନ୍ଦେହ ପରିସରକୁ ନିଆଯାଇଛି । ବସରେ ପ୍ରାୟ 55 ଯାତ୍ରୀ ଥିଲେ । ସମସ୍ତେ ପର୍ଯ୍ୟଟକ ଥିଲେ । ବିଳମ୍ବିତ ଅପରାହ୍ନରେ ବସଟି କନ୍ନୁର ନିକଟବର୍ତ୍ତୀ ମାରାପଲମ ନିକଟରେ ଭାରସାମ୍ୟ ହରାଇ ଏକ 100 ଫୁଟ ଖାଇକୁ ଖସି ପଡିଥିଲା । ବସରେ ଯାତ୍ରୀମାନେ ଚାପି ହୋଇରହିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରିବା ଆରମ୍ଭ କରିଥିଲେ । ପୋଲିସ ଆମ୍ବୁଲାନ୍ସ ଓ ମେଡିକାଲ ଟିମ ସହ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତାହତ ଯାତ୍ରୀଙ୍କ ପରିଚୟ ସ୍ପଷ୍ଟ କରିବା ପାଇଁ ପୋଲିସ କାର୍ଯ୍ୟ ଜାରି ରଖିଛି । ମୃତକଙ୍କ ପରିଜନକୁ ମଧ୍ୟ ସୂଚନା ଦିଆଯାଉଛି ।ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥାନୀୟ ଜନପ୍ରତିନିଧି ମଧ୍ୟ ଘଟଣାସ୍ଥଳରେ ଓ ହସ୍ପିଟାଲରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details