ଓଡିଶା

odisha

ETV Bharat / bharat

ସେନ୍ଥିଲ ବାଲାଜୀଙ୍କ ବରଖାସ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖିଲେ ତାମିଲନାଡୁ ରାଜ୍ୟପାଳ - Tamil Nadu politics

ତାମିଲନାଡୁ କ୍ୟାବିନେଟ ମନ୍ତୀ ସେନ୍ଥିଲ ବାଲାଜୀଙ୍କ ବରଖାସ୍ତ ନିର୍ଦ୍ଦେଶ ପ୍ରତ୍ୟାହୃତ କଲେ ରାଜ୍ୟପାଳ ଆର.ଏନ ରବି ।

Senthil Balaji dismissal on hold
ସେନ୍ଥିଲ ବାଲାଜୀଙ୍କ ବରଖାସ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖିଲେ ତାମିଲନାଡୁ ରାଜ୍ୟପାଳ

By

Published : Jun 30, 2023, 9:13 AM IST

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏକ ପ୍ରକାର ହଟଚମଟ ସୃଷ୍ଟି ହୋଇଛି । ଆର୍ଥିକ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ଜେଲରେ ଥିବା ତାମିଲନାଡୁ କ୍ୟାବିନେଟ ମନ୍ତୀ ସେନ୍ଥିଲ ବାଲାଜୀଙ୍କ ବରଖାସ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଇଛି । ବରଖାସ୍ତ ନିର୍ଦ୍ଦେଶ ଉପରେ ରାଜ୍ୟପାଳ ଆର.ଏନ ରବି ବର୍ତ୍ତମାନ ପାଇଁ ରୋକ ଲଗାଇଛନ୍ତି । ଗୃହ ମନ୍ତ୍ରଣାଳୟର ପରାମର୍ଶ ପରେ ରାଜ୍ୟପାଳ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି ।

ରାଜଭବନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟପାଳ ଆର.ଏନ ରବି ଆଉ ଏକ ପତ୍ର ଲେଖି କହିଛନ୍ତି ଏବେ ଏହି ମାମଲାରେ ଆଟର୍ଣ୍ଣି ଜେନେରାଲଙ୍କଠାକୁ ଆଇନଗତ ପରାମର୍ଶ ନିଆଯାଉଛି । ଏବେ ସେନ୍ଥିଲ ବାଲାଜୀଙ୍କ ବରଖାସ୍ତ କରାଯିବାର ନିଷ୍ପତ୍ତି ନିଆଯାଇନାହିଁ ଫଳରେ ସେନ୍ଥିଲ ବାଲାଜୀଙ୍କ ମନ୍ତ୍ରୀପଦ ଏବେ ବି ବଜାୟ ରହିଛି । ଗତକାଲି (ଗୁରୁବାର) ସେନ୍ଥିଲ ବାଲାଜୀଙ୍କୁ ମନ୍ତ୍ରୀମଣ୍ଡଳରୁ ରାଜ୍ୟପାଳ ବରଖାସ୍ତ କରିଥିବା ନେଇ ନେଇ ଖବର ଆସିଥିଲା । ସେନ୍ଥିଲଙ୍କ ବରଖାସ୍ତ ନେଇ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଆପତ୍ତି ଉଠାଇଥିଲେ । ସେନ୍ଥିଲଙ୍କ ବରଖାସ୍ତ ନେଇ ଆଟର୍ଣ୍ଣି ଜେନେରାଲଙ୍କଠୁ ଆଇନଗତ ପରାମର୍ଶ ନିଆଯାଉଛି । ଯେ ପର୍ଯ୍ୟନ୍ତ ଏଜି ପକ୍ଷରୁ ଆଇନଗତ ରାୟ ଆସିନାହିଁ ସେବେଯାଏ କ୍ୟାବିନେଟରୁ ସେନ୍ଥଲଙ୍କୁ ବରଖାସ୍ତ କରାଯିବ ନାହିଁ ।

ଜୁନ 14 ତାରିଖରେ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଥିଲେ ତାମିଲନାଡୁ ମନ୍ତ୍ରୀ ଭି. ସେନ୍ଥିଲ ବାଲାଜୀ । ଗତକାଲି (ଗୁରୁବାର) ରାଜ୍ୟପାଳ ଆର.ଏନ ରବି ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିଥିବା ଖବର ପ୍ରକାଶିତ ହୋଇଥିଲା । ଟଙ୍କା ନେଇ ଚାକିରି ଦେବା, ମନି ଲଣ୍ଡିରିଂ ଓ ଦୁର୍ନୀତି ଭଳି ଗମ୍ଭୀର ଅପରାଧିକ ମାମଲାରେ ମନ୍ତ୍ରୀ ସେନ୍ଥିଲ ବାଲାଜୀ ସମ୍ପୃକ୍ତ ଅଛନ୍ତି । ତେଣୁ ତାଙ୍କର ମନ୍ତ୍ରୀମଣ୍ଡଳରେ ରହିବାର କୌଣସି ଅଧିକାର ନାହିଁ । ରାଜଭବନ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରୁ ଏହା ଜଣାପଡିଥିଲା । ଆର୍ଥିକ ହେରଫେର ମାମଲାରେ ଗିରଫ ପରେ ବି ସେନ୍ଥିଲଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରି ନଥିଲେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ।

ଏହା ବି ପଢନ୍ତୁ...Tamil Nadu: ମନ୍ତ୍ରୀମଣ୍ଡଳରୁ ବିଦା ହେଲେ ଜେଲରେ ଥିବା ମନ୍ତ୍ରୀ ସେନ୍ଥିଲ ବାଲାଜୀ, କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟପାଳ

ଏହା ବି ପଢନ୍ତୁ...ଗିରଫ ପରେ କାନ୍ଦି କାନ୍ଦି ଗଡି ଗଲେ ତାମିଲନାଡୁ ଶକ୍ତି ମନ୍ତ୍ରୀ

ଗତକାଲି ସେନ୍ଥିଲଙ୍କ ବରଖାସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଥିଲେ, ''ରାଜ୍ୟପାଳ ତାଙ୍କଠାରୁ କୌଣସି ପରାମର୍ଶ ନେଇନାହାନ୍ତି । କୌଣସି ମନ୍ତ୍ରୀଙ୍କୁ ବରଖାସ୍ତ କରିବା ରାଜ୍ୟପାଳଙ୍କ ଅଧିକାର ନୁହେଁ ଏହାକୁ ସେ ଆଇନଗତ ଭାବେ କୋର୍ଟରେ ଚାଲେଞ୍ଜ କରିବେ ।'' ପୂର୍ବରୁ ମଧ୍ଯ ରାଜ୍ୟପାଳ ଆର.ଏନ ରବି ଓ ଷ୍ଟାଲିନ ସରକାରଙ୍କ ମଧ୍ୟରେ ଏକାଧିକ ପ୍ରସଙ୍ଗରେ ବିବାଦ ଲାଗି ରହିଛି । ସେହିପରି ରାଜ୍ୟପାଳ ରବି ବିଜେପି ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲେ ଷ୍ଟାଲିନ ସରକାରଙ୍କ ମନ୍ତ୍ରୀ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ମନୀଷ ତିୱାରୀ ଜେଲରେ ଥିବା ମନ୍ତ୍ରୀଙ୍କ ବରଖାସ୍ତକୁ ନିନ୍ଦା କରିଥିଲେ । ଅନ୍ୟପଟେ ତାମିଲନାଡୁ ବିଜେପି ରାଜ୍ୟ ଉପ ସଭାପତି ନାରାୟଣ ତିରୁପତି ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସମର୍ଥନ କରି ସେ ଉପଯୁକ୍ତ ନିଷ୍ପତ୍ତି ନେଇଥିବା କହିଥିଲେ ।

ABOUT THE AUTHOR

...view details