ଓଡିଶା

odisha

ETV Bharat / bharat

ଚେନ୍ନାଇରେ ନର୍ଥଇଷ୍ଟ ମହିଳାଙ୍କୁ ପୋଲିସର ଦୁର୍ବବ୍ୟବହାର, କ୍ଷମା ମାଗିଲେ ପୋଲିସ DG - ତାମିଲନାଡୁରେ ମହିଳାଙ୍କୁ ପୋଲିସର ଦୁର୍ବବ୍ୟବହାର ଘଟଣା

ମହିଳାଙ୍କୁ କ୍ଷମା ମାଗିଲେ ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକ । ଜଣେ ଉତ୍ତର-ପୂର୍ବାଞ୍ଚଳ ମହିଳାଙ୍କୁ ତାମିଲନାଡୁ ପୋଲିସ କର୍ମଚାରୀ ଦୁର୍ବବ୍ୟବହାର ଘଟଣାରେ କ୍ଷମା ମାଗିଛନ୍ତି ପୋଲିସ ଡିଜିପି । ଅଧିକ ପଢନ୍ତୁ

ମହିଳାଙ୍କୁ ଦୁର୍ବବ୍ୟବହାର ଘଟଣା: କ୍ଷମା ମାଗିଲେ ତାମିଲନାଡୁ ପୋଲିସ ଡିଜି
ମହିଳାଙ୍କୁ ଦୁର୍ବବ୍ୟବହାର ଘଟଣା: କ୍ଷମା ମାଗିଲେ ତାମିଲନାଡୁ ପୋଲିସ ଡିଜି

By

Published : Apr 15, 2022, 4:33 PM IST

ଚେନ୍ନାଇ:ପୋଲିସ କର୍ମଚାରୀଙ୍କ ଦୁର୍ବବ୍ୟବହାର ପାଇଁ ମହିଳାଙ୍କୁ କ୍ଷମା ମାଗିଲେ ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକ(DGP) ସି. ସୈଳେନ୍ଦ୍ର ବାବୁ । ଜଣେ ଉତ୍ତର-ପୂର୍ବାଞ୍ଚଳ ମହିଳାଙ୍କୁ ତାମିଲନାଡୁ ପୋଲିସର ଜଣେ କର୍ମଚାରୀ ଦୁର୍ବବ୍ୟବହାର ଘଟଣାରେ କ୍ଷମା ମାଗିଛନ୍ତି ପୋଲିସ ଡିଜିପି । ମଧୁମିତା ବୈଦ୍ୟ ନାମକ ଜଣେ ମହିଳା ତାମିଲନାଡୁର ପୋଲିସର ପାଟ୍ରୋଲିଂ ଟିମ୍‌ ତାଙ୍କୁ ଦୁର୍ବବ୍ୟବହାର କରିଥିବା ନେଇ ଅଭିଯୋଗ କରିଥିଲେ । ଏପରିକି ଟ୍ବିଟ୍‌ କରି ତାଙ୍କ ସହ ଘଟିଥିବା ଘଟଣା ବଖାଣିଥିଲେ ।

ପୋଲିସ ବିରୁଦ୍ଧରେ ଅଭିଯୋଗ କରିଥିବା ମଧୁମିତା ଚେନ୍ନାଇରେ ରହି କାମ କରନ୍ତି । ଗତକାଲି(ଗୁରୁବାର) ରାତିରେ କାମ ସରିବା ପରେ ସି ସେଲ୍ ଆଭେନ୍ୟୁରେ(Sea Shell Avenue) ଜଣେ ବନ୍ଧୁଙ୍କ ସହ ବସି କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ପୋଲିସ ପାଟ୍ରୋଲିଂ ଟିମ୍‌ର କର୍ମଚାରୀ ପହଞ୍ଚିଥିଲେ ଓ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି ।

ଏହି ଘଟଣାକୁ ନେଇ ସେ ଟ୍ବିଟରରେ ତାମିଲନାଡୁ ପୋଲିସର ଅଫିସିଆଲ ଟ୍ବିଟର ଆକାଉଣ୍ଟକୁ ଟ୍ୟାଗ କରି ଘଟଣା ସମ୍ପର୍କରେ ଟ୍ବିଟ କରିଥିଲେ । ଏଥିସହ ପୋଲିସ କର୍ମଚାରୀ ତାଙ୍କ ସହ ଆତଙ୍କବାଦୀ ଭଳି ବ୍ୟବହାର କରିବା ସହ ତାମିଲ ଭାଷାରେ ଗାଳି କରିଥିଲେ ବୋଲି ମଧୁମିତା ଟ୍ବିଟ କରିଛନ୍ତି । ଏହାକୁ ବିରୋଧ କରିବାରୁ ପୋଲିସ ମୋ ନାଁରେ ଏକ ମାମଲା ରୁଜୁ କରିବା ସହ ବହୁତ୍‌ ଖରାପ କଥା କହିଥିବା ମଧୁମିତା ଟ୍ବିଟରରେ ପୋଷ୍ଟ କରିଛନ୍ତି । ଅନ୍ୟପଟେ ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକ ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖିବା ସହ ମଧୁମିତାଙ୍କୁ କ୍ଷମା ମାଗିଛନ୍ତି । ଏଥିସହ ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ସି. ସୈଳେନ୍ଦ୍ର ବାବୁ ।

For All Latest Updates

TAGGED:

ABOUT THE AUTHOR

...view details