ନୂଆଦିଲ୍ଲୀ: ଆଜି(ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ଏନେଇ ରାଜଧାନୀ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି ଏମ.କେ ଷ୍ଟାଲିନ ।
ପ୍ରଧାନମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମରେ NEET ସହିତ କେନ୍ଦ୍ରର ନୂଆ କୃଷି ଆଇନକୁ ରଦ୍ଦ କରିବା ନେଇ ଆଲୋଚନା କରିବାର ସମ୍ଭାବନା ରହିଛି । NEET ମେଡିକାଲ କଲେଜରେ ଆଡମିଶନ ପାଇଁ ଏକ ପ୍ରବେଶିକା ପରୀକ୍ଷା । ଜୁନ 7ରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ ଏମ.କେ ଷ୍ଟାଲିନ । ସେଥିରେ NEET 2021 ପରୀକ୍ଷା ସହିତ ଅନ୍ୟ ଜାତୀୟ ସ୍ତରୀୟ ପରୀକ୍ଷାରୁ ବାତିଲ କରିବାରୁ ଅନୁରୋଧ କରିଥିଲେ । ସେ ନେଇ ଆଜି ଆଲୋଚନା କରିପାରନ୍ତି ଷ୍ଟାଲିନ ।