ଚେନ୍ନାଇ: ମକ୍କାଲ ନିଧି ମୟମ(ଏମଏନଏମ) ମୁଖ୍ୟ କମଲ ହାସନଙ୍କ କାର ଉପରକୁ ଆକ୍ରମଣ । ରବିବାର ରାତିରେ ତାମିଲନାଡୁର କାଞ୍ଚେପୁରମରରୁ ନିର୍ବାଚନୀ ପ୍ରଚାର ସାରି ଫେରୁଥିବେଳେ ଆଟାକ କରାଯାଇଛି । ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ ।
କମଲ ହାସନଙ୍କ କାର ଉପରକୁ ଆଟାକ; ଅଳ୍ପକେ ବର୍ତ୍ତିଲେ ଅଭିନେତା
ଏପ୍ରିଲ 6 ତାରିଖରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । କମଲ ହାସନଙ୍କ ଦଳ ମକ୍କାଲ ନିଧି ମୟମ(ଏମଏନଏମ) ଏଥର 234 ସିଟରୁ 154 ନିର୍ବାଚନ ଲଢିବାକୁ ଯାଉଛି । ଅଧିକ ପଢନ୍ତୁ...
କମଲ ହାସଲଙ୍କ କାରଙ୍କୁ ଆଟାକ
ଉକ୍ତ ଅଭିଯୁକ୍ତ ଜଣକ ଏମଏନଏମ କ୍ୟାଡର ଓ ଲୋକଙ୍କୁ ଆକ୍ରମଣ କରିବା ପରେ ତାକୁ ପୋଲିସକୁ ହସ୍ତାନ୍ତର କରାଯାଇଛି । ଏହି ଆକ୍ରମଣରେ କମଲ ହାସନଙ୍କ କୌଣସି ଆଘତ ଲାଗିନଥିବାବେଳେ ତାଙ୍କ ୱାଣ୍ଟ ସ୍କ୍ରିନ ନଷ୍ଟ ହୋଇଯାଇଛି ।
ଚଳିତ ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ଏମଏନଏମ 234 ଟି ଆସନରୁ 154 ସିଟରେ ନିର୍ବାଚନ ଲଢୁଛି । ଅନ୍ୟ 80 ଟି ଆସନରେ ଏମଏନଏମର 2 ସହଯୋଗୀ 40 ଆସନରେ ନିର୍ବାଚନ କରିବ । ଏପ୍ରିଲ 6 ତାରିଖରେ ଅନୁଷ୍ଠିତ ହେବ ନିର୍ବାଚନ । ଏହାର ଫଳାଫଳ ମେ 2 ରେ ବାହାରିବ ।
Last Updated : Mar 15, 2021, 12:11 PM IST