ଓଡିଶା

odisha

ETV Bharat / bharat

ତାଲିବାନର ଅନୁରୋଧ, ଭାରତ-ଆଫଗାନିସ୍ତାନ ମଧ୍ୟରେ ହେଉ ବିମାନ ଚଳାଚଳ - ବିମାନ ସେବା ପାଇଁ ତାଲିବାନର ଅନୁରୋଧ

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ପାଇଁ ଭାରତକୁ ତାଲିବାନର ଅନୁରୋଧ । ଅଧିକ ପଢନ୍ତୁ...

ଭାରତ-ଆଫଗାନିସ୍ତାନ ମଧ୍ୟରେ ବିମାନ ଚଳାଚଳ ପାଇଁ ତାଲିବାନର ଅନୁରୋଧ
ଭାରତ-ଆଫଗାନିସ୍ତାନ ମଧ୍ୟରେ ବିମାନ ଚଳାଚଳ ପାଇଁ ତାଲିବାନର ଅନୁରୋଧ

By

Published : Sep 30, 2021, 7:32 AM IST

ନୂଆଦିଲ୍ଲୀ: ଭାରତକୁ ତାଲିବାନର ଅନୁରୋଧ । ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ପାଇଁ ନିବେଦନ କଲା ତାଲିବାନ । ଏନେଇ ତାଲିବାନ ପକ୍ଷରୁ ଭାରତୀୟ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(DGCA)କୁ ଏକ ଚିଠି ଲେଖାଯାଇଛି । ତାଲିବାନର ଜଣେ ମନ୍ତ୍ରୀ ଅଲହାଜ ହମିଦୁଲ୍ଲା ଅଖୁନ୍ଦଜାଦା DGCA ନିର୍ଦ୍ଦେଶକ ଅରୁଣ କୁମାରଙ୍କୁ ବିମାନ ଚଳାଚଳ ପୁନଃଆରମ୍ଭ ପାଇଁ ଚିଠି ଲେଖିଛନ୍ତି ।

ଚିଠିରେ ଅଖୁନ୍ଦଜାଦା ଉଲ୍ଲେଖ କରିଛନ୍ତି, ଯେମିତି ସମସ୍ତେ ଭଲ ଭାବେ ଜାଣିଛନ୍ତି ଯେ ଆମେରିକାର ସ୍ଥାନାନ୍ତରଣ ସମୟରେ କାବୁଲ ବିମାନ ବନ୍ଦରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ହେଲେ କତାର ପକ୍ଷରୁ ମିଳିଥିବା ଟେକ୍ନିକାଲ ସହାୟତାରେ ପୁଣିଥରେ ଏୟାରପୋର୍ଟ କାର୍ଯ୍ୟକ୍ଷମ ହୋଇଛି । ତେବେ ଏନେଇ ସେପ୍ଟେମ୍ବର ୬ରେ NOTAM (Notice to Airmen) ଜାରି କରାଯାଇଥିଲା ।

ଭାରତ ଏବଂ ଆଫଗାନ ବିମାନସେବା ଆରମ୍ଭ କରିବାକୁ ନିବେଦନ କରି ଆଫଗାନ ମନ୍ତ୍ରୀ ଲେଖିଛନ୍ତି, ଏହି ଚିଠିର ଉଦ୍ଦେଶ୍ୟ ଦୁଇ ଦେଶ ମଧ୍ୟରେ ଯାତ୍ରୀବାହୀ ଯାତାୟାତ ବଜାୟ ରଖିବା । ତେଣୁ ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଆପଣକୁ ଏହି ସୁବିଧା କରିବାକୁ ଅନୁରୋଧ କରୁଛି ବୋଲି କହିଛନ୍ତି । ତାଲିବାନର ଏହି ନିବେଦନ ଉପରେ ବିଚାରବିମର୍ଷ କରୁଛି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details