ଓଡିଶା

odisha

ETV Bharat / bharat

ତାଲିବାନ ଆତଙ୍କବାଦୀ ଜମ୍ମୁ କାଶ୍ମୀରରେ ପ୍ରବେଶ କରିପାରନ୍ତି: ସ୍ଥଳ ସେନା ମୁଖ୍ୟ - ତାଲିବାନ ଆତଙ୍କବାଦୀ ଜାମ୍ମୁ କାଶ୍ମୀର ପ୍ରବେଶ କରିପାରନ୍ତି

ଆଫଗାନିସ୍ତାନରେ ତାଲିବାନ ଶାସନ ରୂପରେଖ ସ୍ଥିର ହୋଇଗଲେ ସେଠାରୁ ବିଦେଶୀ ଆତଙ୍କବାଦୀ ଜାମ୍ମୁ କାଶ୍ମୀରରେ ଅନୁପ୍ରବେଶ ପାଇଁ ଉଦ୍ୟମ କରିପାରନ୍ତି । ଅଧିକ ପଢନ୍ତୁ...

ତାଲିବାନ ଆତଙ୍କବାଦୀ ଜାମ୍ମୁ କାଶ୍ମୀର ପ୍ରବେଶ କରିପାରନ୍ତି: ସ୍ଥଳ ସେନା ମୁଖ୍ୟ
ତାଲିବାନ ଆତଙ୍କବାଦୀ ଜାମ୍ମୁ କାଶ୍ମୀର ପ୍ରବେଶ କରିପାରନ୍ତି: ସ୍ଥଳ ସେନା ମୁଖ୍ୟ

By

Published : Oct 10, 2021, 8:28 AM IST

ନୂଆଦିଲ୍ଲୀ: ଆଫଗାନିସ୍ତାନ ଆତଙ୍କବାଦୀ ଜମ୍ମୁ କାଶ୍ମୀରରେ ପ୍ରବେଶ କରିପାରନ୍ତି ବୋଲି ପୂର୍ବାନୁମାନ କଲେ ସ୍ଥଳ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ । ଜମ୍ମୁ କାଶ୍ମୀରରେ ନାରଗରିକଙ୍କୁ ଟାର୍ଗେଟ କରି ହତ୍ୟା ଘଟଣା ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ସହ କିଛି ଲିଙ୍କ୍ ଅଛିର ପ୍ରଶ୍ନରେ ଏପରି ଜବାବ ରଖିଛନ୍ତି ସେନା ମୁଖ୍ୟ।

୨ ଦଶନ୍ଧି ପୂର୍ବେ କାବୁଲରେ ତାଲିବାନ କ୍ଷମତା ଦଖଲ ସମୟରେ ଏହି ପରିସ୍ଥିତି ଉପୁଜିଥିଲା ବୋଲି ନରୱାଣେ କହିଛନ୍ତି । ତେବେ ଭାରତ ସବୁ ପ୍ରକାର ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ଆଫଗାନିସ୍ତାନରେ ତାଲିବାନ ଶାସନ ରୂପରେଖ ସ୍ଥିର ହୋଇଗଲେ ସେଠାରୁ ବିଦେଶୀ ଆତଙ୍କବାଦୀ ଜାମ୍ମୁ କାଶ୍ମୀରରେ ଅନୁପ୍ରବେଶ ପାଇଁ ଉଦ୍ୟମ କରିପାରନ୍ତି । ତେବେ ଭାରତୀୟ ସ୍ଥଳ ସେନା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details