ନୂଆଦିଲ୍ଲୀ: ଆଫଗାନିସ୍ତାନ ଶାସନ କ୍ଷମତାକୁ ନିଜ ଅକ୍ତିଆରକୁ ଆତଙ୍କୀ ସଂଗଠନ ତାଲିବାନ ନେବା ପରେ ଏବେ ସରକାର ଗଠନ ସହ ଶାସନ ପରିଚାଳନ ପାଇଁ ରଣନୀତି ଚଳାଇଛି ତାଲିବାନ । ତେବେ କ୍ଷମତା ଦଖଲ ପୂର୍ବରୁ ନିଜର ଅସଲ କାରନାମା ଦେଖାଇଛି ତାଲିବାନ । ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ତାଲିବାନ ଭାରତରୁ ଆମଦାନୀ ଓ ରପ୍ତାନୀ ଉପରେ ଲଗାଇଛି ରୋକ ।
Afghanistan crisis; ଭାରତରୁ ଆମଦାନୀ-ରପ୍ତାନୀ କରିବନି ତାଲିବାନ ଫେଡରେସନ ଅଫ ଇଣ୍ଡିଆ ଏକ୍ସପୋର୍ଟ ଅର୍ଗାନାଇଜେସନ (FIEO)ର ନିର୍ଦ୍ଦେଶକ ଜେନେରାଲ ଡାକ୍ତର ଅଜୟ ସହାୟ କହିଛନ୍ତି, ତାଲିବାନ ବର୍ତ୍ତମାନ ପାକିସ୍ତାନର ଟ୍ରାଞ୍ଜିଟ ରୁଟରେ ସମସ୍ତ ପ୍ରକାରର ଚଳାଚଳ ଉପରେ କଟକଣା ଲଗାଇଛି । ଫଳରେ ଆଫଗାନିସ୍ତାନରୁ ଆସୁଥିବା ଓ ଯାଉଥିବା ପରିବହନ ସେବା ପୁରା ବନ୍ଦ ହୋଇଯାଇଛି । ଡାକ୍ତର ଅଜୟ ସହାୟ ଖବର ସରାବହ ସଂସ୍ଥା ଏଏନଆଇକୁ ଦେଇଥିବା ସୂଚନା ଅନୁସାରେ ଭାରତ-ଆଫଗାନ ସମ୍ପର୍କ ବହୁ ପୁରୁଣା । ଭାରତ ଆଫଗାନରେ ପ୍ରଚୁର ପୁଞ୍ଜି ନିବେଶ କରିଛି । ଭାରତ ହେଉଛି ଆଫଗାନର ସବୁଠାରୁ ବଡ ପାର୍ଟନର ।
୨୦୦୧ ଠାରୁ ଆଫଗାନ ନିର୍ମାଣ ପାଇଁ ଭାରତ କୋଟି କୋଟି ଡଲାର ଅର୍ଥ ନିବେଶ କରିଛି । ୨୦୨୧ରେ ଆଫଗାନିସ୍ତାନ ଭାରତ ୮୩,୫ କୋଟି ଡଲାର ସାମଗ୍ରୀ ରପ୍ତାନୀ କରିଥିବା ବେଳେ ୫୧ କୋଟି ଡଲାର ସାମଗ୍ରୀ ଆମଦାନୀ କରିଛି । ସେହିପରି ଫେଡରେସନ ଅଫ ଇଣ୍ଡିଆ ଏକ୍ସପୋର୍ଟ ଅର୍ଗାନାଇଜେସନ ନିର୍ଦ୍ଦେଶକ କହିଛନ୍ତି ଭାରତ ଆଫଗାନରେ ୩ ଆରବ ଡଲାର ନିବେଶ କରିଛି । ଏହାବାଦ ୪ ଶହ ଯୋଜନା କାର୍ଯ୍ୟକାରୀ କରୁଛି । ଅନ୍ତର୍ଜାତୀୟ ପରିବହନ ସେବା ପାଇଁ ଭାରତ ଆଫଗାନର କିଛି ମାର୍ଗ ବ୍ୟବହାର କରୁଥିଲା । ଯାହା ବର୍ତ୍ତମାନ ବନ୍ଦ ରହିବ ।
ସେହିଭଳି ଏଫଆଇଇଓ ନିର୍ଦ୍ଦେଶକ କହିଛନ୍ତି ଭାରତ ଆଫଗନକୁ ମସଲା, ଚିନି, ଗୁଡ, ଔଷଧ, ଚା’ ପତି, ଟ୍ରାନ୍ସମିଶନ ଟାୱାର ରପ୍ତାନୀ କରିଥାଏ । ଅନ୍ୟପଟେ ଆଫଗାନରୁ ଶୁଖିଳା ଫଳ (ଡ୍ରାଏଫ୍ରୁଟ) ଓ ପିଆଜ ଆମଦାନୀ କରିଥାଏ । ତେବେ ବର୍ତ୍ତମାନ ଆଫଗାନରେ ଶାସନ ପରିବର୍ତ୍ତନ ହୋଇଥିବା ବେଳେ ଆତଙ୍କୀ ସଂଗଠନ ସହ ଭାରତ ବ୍ୟବସାୟ ଚାହିଁବ ନାହିଁ । ତାଲିବାନିର ଏହି ନିଷ୍ପତ୍ତି ଉଭୟ ଦେଶ ପାଇଁ କ୍ଷତି ହେବାକୁ ଥିବାବେଳେ ଭାରତ ପାଇଁ କୌଣସି ସମସ୍ୟା ହେବ ନାହିଁ ବୋଲି ସେ କହିଛନ୍ତି । କାରଣ ଭାରତ ପାଖରେ ଏକାଧିକ ବିକଳ୍ପ ସହ ଉତ୍ପାଦନ ମଧ୍ୟ ହେଉଛି ।
@ANI