ଓଡିଶା

odisha

ETV Bharat / bharat

ଦୀର୍ଘ 2 ମାସ ପରେ ଖୋଲିଲା ତାଜମହଲ, ଉତ୍ସାହିତ ପର୍ଯ୍ୟଟକ

ଦୀର୍ଘ 60 ଦିନର ବନ୍ଦ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ତାଜମହଲ । କୋରୋନା ଦ୍ବିତୀୟ ଲହର ଯୋଗୁଁ ତାଜମହଲ ସମେତ ଦେଶର ସମସ୍ତ ଦର୍ଶନୀୟ ସ୍ଥାନଗୁଡ଼ିକ ଏପ୍ରିଲ 16 ରୁ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ 60 ଦିନ ପରେ ASI ସମସ୍ତ ସଂରକ୍ଷିତ ସ୍ମାରକୀକୁ 'ଅନଲକ୍' କରିଛି । ଅଧିକ ପଢନ୍ତୁ...

By

Published : Jun 16, 2021, 10:52 AM IST

ଦୀର୍ଘ 60 ଦିନର ବନ୍ଦ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ତାଜମହଲ
ଦୀର୍ଘ 60 ଦିନର ବନ୍ଦ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ତାଜମହଲ

ନୂଆଦିଲ୍ଲୀ: ଦୀର୍ଘ 60 ଦିନର ବନ୍ଦ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ତାଜମହଲ । ତାଜମହଲ, ଆଗ୍ରା ଦୁର୍ଗ ଏବଂ ଫତେହପୁର ସିକ୍ରି ସମେତ ଅନ୍ୟାନ୍ୟ ସ୍ମାରକୀ ଆଜି(ବୁଧବାର) ସକାଳେ ପର୍ଯ୍ୟଟକଙ୍କ ପାଇଁ 'ଅନଲକ୍' କରାଯାଇଥିଲା। ଜିଲ୍ଲା ପ୍ରଶାସନ ଏବଂ ଭାରତୀୟ ପୁରାତତ୍ବ ସର୍ବେକ୍ଷଣ (ASI) ଦ୍ବାରା ଜାରି କରାଯାଇଥିବା SOP ଅନୁଯାୟୀ ପର୍ଯ୍ୟଟକମାନଙ୍କୁ ଦର୍ଶନୀୟ ସ୍ଥାନଗୁଡ଼ିକରେ ପ୍ରବେଶ ପାଇଁ ଅନୁମତି ମିଳିଛି। ଏହା ସହ ଅନଲାଇନ ଟିକେଟ, ଥର୍ମାଲ ସ୍କ୍ରିନିଂ ଏବଂ ହ୍ୟାଣ୍ଡ ସାନିଟାଇଜେସନ୍ ଉପରେ ଅଧିକ ଗୁରୁତ୍ବ ଦିଆଯିବା ସହ ପର୍ଯ୍ୟଟକମାନଙ୍କୁ ସ୍ମାରକୀକୁ ଛୁଇଁବାକୁ ନିର୍ଦ୍ଦେଶ ଦିଆଯାଇଛି। ବୁଧବାର ସକାଳେ ବ୍ରାଜିଲର ମେଲିସା ଡାଲାରୋଜା ଏବଂ ଗାଜିଆବାଦରୁ ଆସିଥିବା ପରିବାର ପ୍ରଥମେ ସୂର୍ଯ୍ୟୋଦୟ ସମୟରେ ତାଜମହଲ ପରିଦର୍ଶନ କରିଥିଲେ।

ଦୀର୍ଘ 60 ଦିନର ବନ୍ଦ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ତାଜମହଲ

ଆପଣଙ୍କୁ କହିରଖୁଛୁ ଯେ, କୋରୋନା ଦ୍ବିତୀୟ ଲହର ଯୋଗୁଁ ତାଜମହଲ ସମେତ ଦେଶର ସମସ୍ତ ଦର୍ଶନୀୟ ସ୍ଥାନଗୁଡ଼ିକ ଏପ୍ରିଲ 16 ରୁ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ 60 ଦିନ ପରେ ASI ସମସ୍ତ ସଂରକ୍ଷିତ ସ୍ମାରକୀକୁ 'ଅନଲକ୍' କରିଛି ।

ଏଏସଆଇ ଅନୁଯାୟୀ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (SOP) ଜାରି କରାଯାଇଛି, ଯାହା ଅନୁଯାୟୀ ଗୋଟିଏ ଦିନରେ କେବଳ 1,950 ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରିପାରିବେ। ଏହି SOP ଅନ୍ୟ ଦର୍ଶନୀୟ ସ୍ଥାନରେ ମଧ୍ୟ ପ୍ରଯୁଜ୍ୟ ହେବ । ମଙ୍ଗଳବାର ଦିନ ତାଜମହଲ ସମେତ ସମସ୍ତ ସ୍ମାରକୀକୁ ପରିମଳ କରାଯାଇଛି। ଏହା ସହିତ ବୁଧବାରଠାରୁ ଦର୍ଶନୀୟ ସ୍ଥାନ ଗୁଡ଼ିକରେ ନିୟମିତ ବ୍ୟବଧାନରେ ପ୍ରତିଦିନ ଅନେକ ଥର ସାନିଟାଇଜ କରାଯିବ । ତେବେ ତାଜମହଲ କମ୍ପ୍ଲେକ୍ସରେ ଏକ ସମୟରେ 650 ରୁ ଅଧିକ ପର୍ଯ୍ୟଟକଙ୍କ ଉପସ୍ଥିତି ରହିପାରିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details