ଲକ୍ଷ୍ନୌ: ମଙ୍ଗଳବାର ଆଗ୍ରା ବିକାଶ ପ୍ରାଧିକରଣ(ଏଡିଏ)ର 134 ତମ ବୋର୍ଡ ବୈଠକ ବସିଛି । ବୈଠକରେ ଏଡିଏର ବାର୍ଷିକ ବଜେଟ ଉପରେ ମୋହର ଲାଗିଛି । ଯେଉଁଥିରେ ମେଟ୍ରୋ ସେସ୍, ଟୋଲ ଟ୍ୟାକ୍ସ ବୃଦ୍ଧି ଏବଂ ବାହ୍ୟ ବିକାଶ ଶୁଳ୍କ ବୃଦ୍ଧି ସହିତ ଅନ୍ୟାନ୍ୟ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । ଏହାସହ ଟୋଲ ଟ୍ୟାକ୍ସ ପ୍ରସ୍ତାବକୁ ପୁନର୍ବାର ଅନୁମୋଦନ ମିଳିଛି । ଏହି ପ୍ରସ୍ତାବଗୁଡିକୁ ସରକାରୀ ସ୍ତରରେ ସବୁଜ ସଙ୍କେତ ମିଳିବା ପରେ ଟୋଲ ଟ୍ୟାକ୍ସରେ ଏଡିଏର ଅଂଶ ବୃଦ୍ଧି ପାଇବ । ଯାହାଫଳରେ ଏପ୍ରିଲ ପହିଲାରୁ ଐତିହ୍ୟ ସ୍ମାରକୀ ତାଜମହଲ ସମେତ ଅନ୍ୟାନ୍ୟ ସ୍ମାରକୀ ସ୍ଥଳଗୁଡିକର ଟିକେଟ ମହାଙ୍ଗା ହେବ ବୋଲି ଜଣାପଡିଛି ।
ଏହି ବୋର୍ଡ ବୈଠକରେ ଏଡିଏ ଉପାଧ୍ୟକ୍ଷ ଡ଼ ରାଜେନ୍ଦ୍ର ପୈସିଂୟା ଅଧ୍ୟକ୍ଷତା କରିଛନ୍ତି । ଏଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ନିର୍ଣ୍ଣୟ ନିଆଯିବା ସହ ପ୍ରସ୍ତାବ ପାରିତ ହୋଇଛି। ବୈଠକରେ ଡିଏଏମ ପ୍ରଭୁ ନାରାୟଣ ସିଂହ, ନଗର ଆୟୁକ୍ତ ନିଖିଲ ଟୀକାରାମ, ସଚିବ ରାଜେନ୍ଦ୍ର କୁମାର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।