ଶ୍ରୀନଗର: ଜମ୍ମୁ କାଶ୍ମୀରର ସୁନା ଝିଅ ଆଫ୍ରିନ ହାଇଦର(Aafreen Haider) । ୨୧ ବର୍ଷୀୟ ଆଫ୍ରିନ ଟାଇକୋଣ୍ଡରେ ଦେଶ ପାଇଁ ଗୌରବ ସାଉଁଟିଛନ୍ତି। ଜାତୀୟ ଚାମ୍ପିଅନସିପରେ ଦେଖାଇଛନ୍ତି ନିଜର ପ୍ରତିଭା ।
ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆଫ୍ରିନ ଏପର୍ଯ୍ୟନ୍ତ ଅନେକ ପଦକ ଏବଂ ପୁରସ୍କାର ଜିତିଛନ୍ତି । ଶ୍ରୀନଗରର ଆଫ୍ରିନ୍ ହାଇଦର 7 ବର୍ଷ ବୟସରୁ ଟାଇକୋଣ୍ଡ ଖେଳୁଛନ୍ତି । ଯଦିଓ ସେ ଏହି ଖେଳକୁ ପିଲାବେଳୁ ଏକ ସଉକ ଭାବରେ ଗ୍ରହଣ କରିଥିଲେ । ହେଲେ ଏବେ ଏହାକୁ ସେ ଏକ ବୃତ୍ତିରେ ପରିଣତ କରିସାରିଛନ୍ତି ।
ଦିଲ୍ଲୀ ୟୁନିଭରସିଟିରେ ସ୍ନାତ୍ତକ କରିଛନ୍ତି ଆଫ୍ରିନ । ଜଣେ କୋଚଙ୍କ ଦ୍ବାରା ନିଜର ଅଭ୍ୟାସକୁ ମଧ୍ୟ ଜାରି ରଖିଛନ୍ତି । ବିଶ୍ବ ଟାଇକୋଣ୍ଡ ଦ୍ବାରା ଆୟୋଜିତ (World Taekwondo Association) ପ୍ରତିଯୋଗିତାରେ ମଧ୍ୟ ସେ ଭାଗ ନେଇଛନ୍ତି । G2 ସ୍ତରୀୟ କାର୍ଯ୍ୟକ୍ରମ ହେଉଛି ଉଚ୍ଚ ସ୍ତରୀୟ ଟାଏକୋଣ୍ଡ ପ୍ରତିଯୋଗିତା । ଯାହାକି ବିଶ୍ବସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ ପାଇଁ ବାଟ ଫିଟାଇଥାଏ । ଆଫ୍ରିନ ହେଉଛନ୍ତି ଜମ୍ମୁ କାଶ୍ମୀରର ପ୍ରଥମ ମହିଳା ଆଥଲେଟ୍ ଯିଏକି ଆନ୍ତର୍ଜାତୀୟ ସ୍ତରରେ ଜୁନିୟର ଟାଏକୋଣ୍ଡ ପଦକ ଜିତିଛନ୍ତି ।
ଆଫ୍ରିନଙ୍କ ମାଆ ଶିରାଜ ମଲିକ୍ କହିଛନ୍ତି ଯେ ଆଫ୍ରିନ୍ ତାଙ୍କ ସ୍ବପ୍ନକୁ ସାକାର କରୁଛି । ଆଫ୍ରିନ ତାଙ୍କ ଝିଅ ହୋଇଥିବାରୁ ସେ ଗର୍ବିତ । ଆଫ୍ରିନଙ୍କୁ କାଉନସିଲ ଓ କୋଚରେ ନିଯୁକ୍ତ ଦିଆଯାଇଥିଲା । ହେଲେ କୌଣସି କାରଣରୁ ପରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା। । ଆଫ୍ରିନ୍ 62 କିଲୋଗ୍ରାମ ବର୍ଗରେ ପ୍ରତିଯୋଗିତା(62 kg category) ଶେଷ କରିଛନ୍ତି । ସେ ଦେଶରେ ଏକ ନମ୍ବର ରାଙ୍କରେ ଥିବାବେଳେ ବିଶ୍ବସ୍ତରରେ ସେ 85 ନମ୍ବରରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ