ନୂଆଦିଲ୍ଲୀ:ମହାନ ଦାର୍ଶନିକ ସ୍ବାମୀ ବିବେକାନନ୍ଦ ଆଜିର ଦିନ (ସେପ୍ଟମ୍ବର୧୧) ୧୮୯୩ ରେ ଆମେରିକାର ଚିକାଗୋ ସହରରେ ଦେଇଥିଲେ ଐତିହାସିକ ଭାଷଣ । ଭାଷଣରେ ଭାରତୀୟ ସଂସ୍କୃତିକୁ ଦୃଢତାର ସହ ରଖିଥିଲେ । ହିନ୍ଦୁ ଧର୍ମ ଓ ଭାରତୀୟ ସନାତନ ସଂସ୍କୃତି ଉପରେ ଆଧାରିତ ଏହି ଭାଷଣକୁ ନେଇ ବିଶ୍ବବ୍ୟାପୀ ପ୍ରଶଂସା କରାଯାଇଥିଲା । ସେବେଠାରୁ ଯେବେ ବି ସ୍ବାମୀ ବିବେକାନନ୍ଦଙ୍କ ସମ୍ପର୍କ ଉପରେ ଆଲୋଚନା ହୋଇଥାଏ, ସେହି ୧୮୯୩ରେ ଧର୍ମ ସଂସଦରେ ଦେଇଥିବା ଐତିହାସିକ ଚିକାଗୋ ଭାଷଣ ସ୍ଥାନ ପାଇଥାଏ । ସ୍ବାମୀ ବିବେକାନନ୍ଦଙ୍କ ଏହି ଭାଷଣକୁ ଐତିହାସିକ ମାନିଥାନ୍ତି ସମସ୍ତେ । ଏହି ଭାଷଣ ଜରିଆରେ ସ୍ବାମୀ ବିବେକାନନ୍ଦଙ୍କ ଭାରତର ଏକ ଦୃଢ ଚିତ୍ର ରଖିଥିଲେ ବିଶ୍ବ ସମ୍ମୁଖରେ ।
କଣ କହିଥିଲେ ସ୍ବାମୀ ବିବେକାନନ୍ଦ...
ଚିକାଗୋରେ ଆମେରିକୀୟଙ୍କୁ ଭାଷଣ ଦେଇ ପ୍ରଥମେ କହିଥିଲେ ମୋର ପ୍ରିୟ ଆମେରିକା ଭାଇ ଭଉଣୀଗଣ । ଏହାପରେ ସେ ହିନ୍ଦୁଙ୍କୁ କୃତଜ୍ଞତା ଦେଇଥିଲେ । ପରେ ଭାଷଣ ଆଗକୁ ବଢାଇ କହିଥିଲେ ଆପଣଙ୍କର ଏହି ସ୍ନେହପୂର୍ଣ୍ଣ ଓ ଜୋରଦାର ସ୍ବାଗତ ସମ୍ବର୍ଦ୍ଧନା ପାଇଁ ମୁଁ କୃତଜ୍ଞ । ଏହି ଭଲ ପାଇବା ସ୍ନେହ ଶ୍ରଦ୍ଧା ପାଇଁ ମୁଁ ଦୁନିଆର ପ୍ରାଚୀନତମ ସନ୍ଥ ପରମ୍ପରା ଭୂମି ଭାରତ ପକ୍ଷରୁ ଧନ୍ୟବାଦ ଦେଉଛି । ଏହାସହ ମୁଁ ସମସ୍ତ ଧର୍ମର, ଜାତିର ସମ୍ପ୍ରଦାୟ ଲୋକଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି ।