ଲକ୍ଷ୍ନୌ: ହାରିଲେ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ସପା ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ (Swami Prasad Maurya loses from Fazilnagar) । ବିଜେପିକୁ ସାପ ଓ ନିଜକୁ ନେଉଳ କହୁଥିବା ସପା ପ୍ରାର୍ଥୀ ସ୍ବାମୀ ପ୍ରସାଦ ଫାଜିଲନଗର ଆସନରୁ ହାରିଛନ୍ତି । ତାଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦିତା କରୁଥିବା ବିଜେପି ପ୍ରାର୍ଥୀ ସୁରେନ୍ଦ୍ର କୁମାର କୁଶୱାହା ୨୭ ହଜାର ଭୋଟ ବ୍ୟବଧାନରେ ବିଜୟ ପାଇଛନ୍ତି । ଯୋଗୀ ସରକାରରେ କ୍ୟାବିନେଟ୍ ଥିବା ମନ୍ତ୍ରୀ ସ୍ବାମୀ ପ୍ରସାଦ ଜାନୁୟାରୀ ୧୧ ତାରିଖରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
ହାରିଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ, ନିର୍ବାଚନ ପୂର୍ବରୁ ଛାଡିଥିଲେ BJP - ହାରିଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ
ହାରିଲେ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ସପା ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ । ନିକଟରେ ବିଜେପି ଛାଡି ସପାରେ ମିଶିଥିଲେ । ଅଧିକ ପଢନ୍ତୁ

ହାରିଲେ ସପା ପ୍ରାର୍ଥୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ, ନିର୍ବାଚନ ପୂର୍ବରୁ ଛାଡିଥିଲେ ବିଜେପି
୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡି ସମାଜବାଦୀ ପାର୍ଟିରେ ମିଶିଥିଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ । ଏହାପୂର୍ବରୁ ରାଜ୍ୟ ବହୁଜନ ସମାଜପାର୍ଟିର ଟପ୍ ନେତା ଥିବା ମୌର୍ଯ୍ୟ ୨୦୧୬ରେ ବିଜେପିରେ ମିଶିଥିଲେ । ପରେ ବିଜେପିରୁ ପାଦ୍ରାଉନ ଆସନ(Padrauna assembly seat)ରୁ ଜିତି ସେ ଯୋଗୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ । କିନ୍ତୁ ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ନେଇ ଘୋଷଣା ହେବା ପରେ ମୌର୍ଯ୍ୟ ବିଜେପିରୁ ଡେଇଁ ସପାରେ ମିଶିଥିଲେ । ଏଥିସହ ପାଦ୍ରାଉନରୁ ଆସନ ଛାଡି ଫାଜିଲନଗରରୁ ନିର୍ବାଚନକୁ ଓହ୍ଲାଇଥିଲେ ।