ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସବୁ ଠିକଠାକ ଥିଲା । ତାରିଖ ଘୋଷଣା ପରେ ସତେ ଯେମିତି ୟୁପିରେ ଭାଜପାକୁ କାହା ନଜର ଲାଗିଯାଇଛି । ନିର୍ବାଚନ ଯେତେ ପାଖଉଛି ଇସ୍ତଫା ମନ୍ତ୍ରୀଙ୍କ ତାଲିକା ବଢିବାରେ ଲାଗିଛି । ଯୋଗୀ ସରକାରଙ୍କୁ ଝଟକା ପରେ ଝଟକା ଲାଗିଛି । ଏହାରି ଭିତରେ ପ୍ରଥମେ ଇସ୍ତଫା ଦେଇଥିଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ । ଏହା ପରେ ସେ ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି (swami prasad maurya attacks bjp )। ସେ କହିଛନ୍ତି ଭାଜପା ସାପ ଆଉ ସାପକୁ ବିନାଶକାରୀ ମୁଁ ନେଉଳ ।
ଗୁରୁବାର ଭାଜପାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଭାଜପା ସାପ ସଦୃଶ । ସାପର ବିନାଶକାରୀ ମୁଁ ନେଉଳ ବୋଲି କହିଛନ୍ତି ୟୁପିର ଓବିସି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ । ଜାନୁଆରୀ ୧୧ ତାରିଖରେ ସେ ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟିରେ ହାତ ମିଶାଇଥିଲେ । ଏହାପରେ ଉଭୟ ଆରଏସଏସ ଓ ଭାଜପାକୁ ଟାର୍ଗେଟ କରିଛନ୍ତି । ଆରଏସଏସକୁ କୋବ୍ରା ଓ ଭାଜପାକୁ ସାପ ସଦୃଶ ବୋଲି କହିଥିଲେ । ନିଜକୁ ନେଉଳ ସହ ତୁଳନା କରି ୟୁପିରୁ ସେମାନଙ୍କୁ ସଫା କରିବା ଯାଏ ଛାଡିବେ ନାହିଁ ବୋଲି କହିଥିଲେ ।
ଏହବି ପଢନ୍ତୁ...BJP ଛାଡିବାର ଦିନକ ପରେ ସ୍ବାମୀ ପ୍ରସାଦଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି