ଡେରାଡୁନ:ହନୁମାନ ଜୟନ୍ତୀ ଦିନ ହରିଦ୍ବାରର ଡାଡା ଜଲାଲପୁରରେ ହିନ୍ଦୁ ଶୋଭାଯାତ୍ରା ଉପରେ ପଥର ମାଡ଼ ହୋଇଥିଲା । ଏହାକୁ ବିରୋଧ କରି କାଳୀସେନା ପକ୍ଷରୁ ବୁଧବାର ମହାପଞ୍ଚାୟତ କରିବାକୁ ଘୋଷଣା କରାଯାଇଥିଲା । ତେବେ ଏହାପୂର୍ବରୁ ଡାଡା ଜଲାଲପୁରର ୫ କିମି ପରିଧିରେ ୧୪୪ ଧାରା ଜାରି କରିବା ସହ କାଳୀସେନା ରାଜ୍ୟ ସଂଯୋଜକ ସ୍ବାମୀ ଦୀନେଶାନନ୍ଦ ଭାରତୀଙ୍କୁ ଗିରଫ କରିଛି ପୋଲିସ (Swami Dineshanand Bharti arrested before Hindu Mahapanchayat) ।
ସ୍ବାମୀଜୀଙ୍କୁ ଗିରଫ କରିବା ପରେ ଆଲର୍ଟରେ ରହିଛି ପୋଲିସ । ଶୋଭାଯାତ୍ରା ଉପରେ ପଥର ମାଡ଼ ଡାଡା ଜଲାଲପୁରରେ ପରିସ୍ଥିତି ସମ୍ବେଦନଶୀଳ ହୋଇପଡ଼ିଛି । ପଥର ମାଡ଼କୁ ବିରୋଧ କରି କାଳୀସେନା ଓ ଧର୍ମ ସଂସଦ ପକ୍ଷରୁ ହିନ୍ଦୁ ମହାପଞ୍ଚାୟତ ଆୟୋଜନ କରିବାକୁ ଯୋଜନା କରାଯାଇଥିଲା । ତେବେ ପୋଲିସ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏଠାରେ ୧୪୪ ଧାରା ଜାରି କରିଛି । ବର୍ତ୍ତମାନ ସ୍ଥିତି ଏଠାରେ ଶାନ୍ତ ରହିଛି ।