ଓଡିଶା

odisha

ETV Bharat / bharat

ସ୍ବାମୀ ସ୍ବରୂପାନନ୍ଦଙ୍କ ପରେ ଦ୍ବାରକା ପୀଠର ଉତ୍ତରାଧୀକାରୀ ହେଲେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ - ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ଉତ୍ତରାଧିକାରୀ

ଦ୍ବାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ଦେହାନ୍ତ ପରେ ତାଙ୍କ ଉତ୍ତରାଧୀକାରୀ ଭାବେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀଙ୍କ ନାମ ଘୋଷଣା ହୋଇଛି । ଅଧିକ ପଢନ୍ତୁ

ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ
ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ

By

Published : Sep 13, 2022, 9:54 AM IST

ଲକ୍ଷ୍ନୌ: ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ଦେହାନ୍ତ ପରେ ଜଣେ ନୂଆ ଶଙ୍କରାଚାର୍ଯ୍ୟଙ୍କ ନାମ ଘୋଷଣା ହୋଇଛି । ବାରଣାସୀର ଶ୍ରୀ ବିଦ୍ୟା ମଠ ଏବଂ ଜୋତିଷ ପୀଠ ବଦ୍ରିନାଥର ଦାୟିତ୍ବ ସମ୍ଭାଳୁଥିବା ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀଙ୍କୁ ତାଙ୍କ ଉତ୍ତରାଧୀକାରୀ ଭାବେ ପୀଠର ପ୍ରମୁଖ ଭାବେ ଘୋଷଣା କରାଯାଇଛି । ସ୍ବାମୀ ସଦାନନ୍ଦଙ୍କୁ ଦ୍ବାରିକା ଜୋତିଷ ପୀଠର ପ୍ରମୁଖ ଭାବେ ଦାୟିତ୍ବ ଦିଆଯାଇଛି । କାଶିରେ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ଆଦେଶରେ ବଡ ବଡ ଆନ୍ଦୋଳନର ରୂପରେଖ ତିଆରି କରି ତାକୁ ଆଗକୁ ନେବାରେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ନିକଟତର ଶିଷ୍ୟ ଥିଲେ ।

ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ

ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସମ୍ଭାଳିବେ ଶ୍ରୀ ବିଦ୍ୟା ମଠ
ବାରଣାସୀରେ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ଶ୍ରୀ ବିଦ୍ୟା ନାମକ ଏକ ବଡ଼ ଆଶ୍ରମ ରହିଛି । ଗଙ୍ଗା କୂଳରେ ଥିବା ହରିଚନ୍ଦ୍ର ଘାଟ ନିକଟରେ ଥିବା ଏହି ଆଶ୍ରମର ଦାୟିତ୍ବ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀଙ୍କୁ ଦିଆଯାଇଛି । ଏହା ବ୍ୟତୀତ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ପ୍ରଥମରୁ ଜ୍ୟୋର୍ତି ମଠ ବଦ୍ରିନାଥର ଦାୟିତ୍ବ ସମ୍ଭାଳୁଛନ୍ତି । ଶଙ୍କରାଚାର୍ଯ୍ୟ ପ୍ରତିନିଧି ହିସାବରେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦଙ୍କ ନାମ ଘୋଷଣା ପରେ କାଶିରେ ଏତେ ବଡ ଗୌରବ ମିଳିଥିବା ନେଇ ଖୁସି ଜାହିର କରିଛନ୍ତି ।

କିଏ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ

ଉତ୍ତରପ୍ରଦେଶ ପ୍ରତାପଗଡ ଜିଲ୍ଲାବାସୀ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ । ତାଙ୍କ ପୁରୁଣା ନାମ ଉମାକାନ୍ତ ପାଣ୍ଡେ ଥିଲା । କାଶି ହିନ୍ଦୁ ବିଶ୍ବ ବିଦ୍ୟାଳୟରେ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ । କମ ବୟସରୁ ହିଁ ସେ ସନ୍ୟାସ ଗ୍ରହଣ କରିଥିଲେ । ବାରଣାସୀ ଶ୍ରୀ ବିଦ୍ୟାପୀଠରେ ପହଞ୍ଚି ବ୍ରହ୍ମଚାରୀ ଶିକ୍ଷା ନେଇଥିଲେ । ଏଠାରେ ତାଙ୍କ ନାମ ଅନନ୍ଦ ସ୍ବରୁପ ରଖା ଯାଇଥିଲା । ପରେ ସ୍ବାମୀ ସ୍ବରୁପାନନ୍ଦ ସରସ୍ବତୀରୁ ଶିକ୍ଷା ଗ୍ରହଣ କରିବା ପରେ ତାଙ୍କ ନାମ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ ରଖାଯାଇଥିଲା ।

ଗଙ୍ଗାକୁ ରାଷ୍ଟ୍ରୀୟ ନଦୀ ଘୋଷଣା ପାଇଁ କରିଥିଲେ ଆମରଣ ଅନଶନ

ସ୍ବାମୀ ସ୍ବରୂପାନନ୍ଦଙ୍କଠୁ ଶିଷ୍ୟ ଗ୍ରହଣ କରିବା ପରେ ତାଙ୍କ ନକଟତର ଶିଷ୍ୟ ଥିଲେ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ । 2008ରେ ସ୍ବାମୀ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀ ଗଙ୍ଗା ସେବା ଅଭିଯାନର ଘୋଷଣା କରିଥିଲେ । ବାରଣାସୀରେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ ଏହି ଅନ୍ଦୋଳନ ରୂପରେଖ ପ୍ରସ୍ତୁତ କରିଥିଲେ । 112 ଦିନ ଧରି କାଶିରେ ଆମରଣ ଅନଶନ ହୋଇଥିଲା । ଯେଉଁଥିରେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ ଅନ୍ନ ଜଳ ତ୍ୟାଗ କରି ଗଙ୍ଗାରୁ ରାଷ୍ଟ୍ରୀୟ ନଦୀର ମାନ୍ୟତା ଓ ନଦୀକୁ ସଫା କରିବା ପାଇଁ ଅଡି ବସିଥିଲେ ।

ରାମ ମନ୍ଦିରକୁ ନେଇ ହୋଇଥିବା ଆନ୍ଦୋଳନର କରିଥିଲେ ପ୍ରସ୍ତୁତି

ଗଙ୍ଗାରୁ ରାଷ୍ଟ୍ରୀୟ ନଦୀର ମାନ୍ୟତା ଦାବିରେ ଅନଶନ କରିବାର ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସ୍ବାମୀ ସ୍ବରୂପାନନ୍ଦଙ୍କ ନିର୍ଦ୍ଦେଶରେ ଅନଶନ ଶେଷ କରିଥିଲେ । ଏହାପରେ କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ସମେତ ଅନ୍ୟମାନେ ତାଙ୍କୁ ଭେଟିଥିଲେ । ବାରଣାସୀ ରାମମନ୍ଦିରକୁ ନେଇ ହୋଇଥିବା ଅନ୍ଦୋଳନରୁ ରୂପରେଖ ତିଆରି କରିଥିଲେ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ ।

ଘରେ ଘରେ ସୁନା ନେଇ ଆନ୍ଦୋଳନ, ଗୃହରୁ ସୁନା ସଂଗ୍ରହ କରିବା ଏବଂ ରାମ ମନ୍ଦିର ନିର୍ମାଣ ପୂର୍ବରୁ ରାମଲାଲାଙ୍କ ପାଇଁ ଏକ ସୁବର୍ଣ୍ଣ ମନ୍ଦିର ନିର୍ମାଣ କାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ୱତୀଙ୍କ ନିର୍ଦ୍ଦେଶରେ ଶେଷ ହୋଇଥିଲା । ଖାଲି ସେତିକି ନୁହେଁ ବାରଣାସୀରେ ଶିବଲିଙ୍ଗକୁ ନେଇ ଅଭଷେକ କରିବାକୁ ଦାବି କରି 3 ଦିନ ଆମରଣ ଅମଶନ କରିଥିଲେ । ଏହାସହ 2015ରେ ଗଣେଶ ପୂଜା ବିସର୍ଜନ ବିବାଦକୁ ନେଇ ପ୍ରତିକାର ଯାତ୍ରା ଆରମ୍ଭ କରିଥିଲେ । କାଶିରେ ଧର୍ମ ସଂସଦର ଆୟୋଜନ କରିଥିଲେ । ସନ୍ଥଙ୍କ ସହ ଜଣେ ବକ୍ତା ଭାବରେ ଜଣାଶୁଣାସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ ।

ଏହା ବି ପଢନ୍ତୁ...ମୋଦିଙ୍କ ସହ ହାତ ମିଳାଇଥିଲେ ରାଣୀ ଏଲିଜାବେଥ୍, ଜାଣନ୍ତୁ କଣ ଥିଲା ସ୍ବତନ୍ତ୍ର

ପ୍ରକାଶ ଥାଉ କି, ସେପ୍ଟେମ୍ବର 11ରେ ଦ୍ବାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ଦେହାନ୍ତ ହୋଇଥିଲା । କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ମଧ୍ୟ ପ୍ରଦେଶର ନରସିଂହପୁରରେ 99 ବର୍ଷ ବୟସରେ ହୃଦଘାତରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀ ।

ABOUT THE AUTHOR

...view details