ଓଡିଶା

odisha

ETV Bharat / bharat

Beating Retreat 2022: ଦିଲ୍ଲୀ ଆକାଶରେ ଶକ୍ତି ଦେଖାଇବେ 1000 ସ୍ବଦେଶୀ ଡ୍ରୋନ - ଆଜି ଦିଲ୍ଲୀ ଆକାଶରେ ଉଡିବ 1000 ସ୍ବଦେଶୀ ଡ୍ରୋନ

ଦିଲ୍ଲୀ ଆକାଶରେ ଉଡ଼ିବ ସ୍ବଦେଶୀ ନିର୍ମିତ 1000 ଡ୍ରୋନ । ଆଜି(ଶନିବାର) ବିଜୟ ଚୌକରେ ବିଟିଂ ରିଟ୍ରିଟ ସମାରୋହରେ ଖୋଲା ଆକାଶରେ ଆକର୍ଷଣ ଦେଖାଇବେ 1000ଟି ଡ୍ରୋନ। ଅଧିକ ପଢ଼ନ୍ତୁ

swadeshi drones to grace the sky at beating retreat ceremony
ଆଜି ଦିଲ୍ଲୀ ଆକାଶରେ ଶକ୍ତି ପ୍ରଦର୍ଶନ କରିବ 1000 ସ୍ବଦେଶୀ ଡ୍ରୋନ

By

Published : Jan 29, 2022, 7:54 AM IST

Updated : Jan 29, 2022, 8:42 AM IST

ନୂଆଦିଲ୍ଲୀ:ଦିଲ୍ଲୀ ଆକାଶରେ ଉଡ଼ିବ ସ୍ବଦେଶୀ ନିର୍ମିତ 1000 ଡ୍ରୋନ । ଆଜି(ଶନିବାର) ବିଜୟ ଛକରେ ବିଟିଂ ରିଟ୍ରିଟ ସମାରୋହରେ ଖୋଲା ଆକାଶରେ ଆକର୍ଷଣ ଦେଖାଇବେ ଏହି 1000ଟି ଡ୍ରୋନ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥସହ ସଶସ୍ତ୍ର ବାହିନୀ ମଧ୍ୟ ଉପସ୍ଥିତ ରହିବେ ।

ଆଜି ନୂଆଦିଲ୍ଲୀର ବିଜୟ ଚୌକ ଠାରେ ଡ୍ରୋନ ପ୍ରଦର୍ଶନ ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା ଅନୁସାରେ ଚୀନ, ଋଷ ଓ ବ୍ରିଟେନ ପରେ ଭାରତ ଚତୁର୍ଥ ଦେଶ ହେବ । ଯିଏକି ଏକସଙ୍ଗରେ 1000ଟି ଡ୍ରୋନ ଉଡ଼ାଇବାର କ୍ଷମତା ରଖିବ।

ପ୍ରତିରକ୍ଷା ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଆଜାଦୀ କା ଅମୃତ ମହୋତ୍ସବରେ ଆୟୋଜିତ ଏହି 10 ମିନିଟର ଡ୍ରୋନ ସୋ ଷ୍ଟାର୍ଟଅପ୍ ବୋଟଲାବ୍ ଡାଇନାମିକ୍ସ ଦ୍ବାରା ବ୍ୟବସ୍ଥା କରାଯାଇଛି । ଏବଂ ଭାରତୀୟ ବୈଷୟିକ ସଂସ୍ଥାନ, ଦିଲ୍ଲୀ ଓ ବିଜ୍ଞାନ, ବୈଷୟିକ ବିଭାଗ ଦ୍ବାରା ଏହାକୁ ନିର୍ମାଣ କରାଯାଇଛି । ତେବେ ଭାରତ ହେଉଛି ଚତୁର୍ଥ ଦେଶ ଯାହା ଏହି ମାନବ ବିହୀନ ଡ୍ରୋନକୁ ବହୁ ପରିମାଣରେ ପ୍ରଦର୍ଶନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 29, 2022, 8:42 AM IST

ABOUT THE AUTHOR

...view details