ଓଡିଶା

odisha

ETV Bharat / bharat

Swachh vayu survekshan 2022: ଫିରୋଜାବାଦ ଦେଶର ଦ୍ୱିତୀୟ ବିଶୁଦ୍ଧବାୟୁ ସହର, ସମ୍ମାନିତ ହେଲେ କମିଶନର - ସ୍ବଚ୍ଛ ବାୟୁ ସର୍ବେକ୍ଷଣ 2022

ଉତ୍ତର ପ୍ରଦେଶର ଫିରୋଜାବାଦ ଦେଶର ଦ୍ବିତୀୟ ଶୁଦ୍ଧବାୟୁଯୁକ୍ତ ସହର (swachh vayu survekshan 2022) । ଭୁବନେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ କମିଶନର ଘନଶ୍ୟାମ ମୀନାଙ୍କୁ ସମ୍ମାନିତ କଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ । ଅଧିକ ପଢନ୍ତୁ

Swachh Vayu Survekshan 2022: ଫିରୋଜାବାଦ ଦେଶର ଦ୍ବିତୀୟ ସୁଦ୍ଧବାୟୁଯୁକ୍ତ ସହର, ସମ୍ମାନିତ ହେଲେ କମିଶନର
Swachh Vayu Survekshan 2022: ଫିରୋଜାବାଦ ଦେଶର ଦ୍ବିତୀୟ ସୁଦ୍ଧବାୟୁଯୁକ୍ତ ସହର, ସମ୍ମାନିତ ହେଲେ କମିଶନର

By

Published : Dec 3, 2022, 11:08 PM IST

ହାଇଦ୍ରାବାଦ:ସମଗ୍ର ଦେଶରେ ଅନ୍ତର୍ଜାତୀୟ ବାୟୁ ସର୍ବେକ୍ଷଣ (swachh vayu survekshan 2022)ରେ ଉନ୍ନତ ପ୍ରଦର୍ଶନ ପାଇଁ ସମ୍ମାନିତ ହେଲେ ଉତ୍ତର ପ୍ରଦେଶ ଫିରୋଜବାଦ ମହାନଗର ନିଗମ କମିଶନର ତଥା ଆଇଏଏସ୍ ଘନଶ୍ୟାମ ମୀନା । ଆଜି (ଶନିବାର) ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଅଧିକାରୀ ମୀନାଙ୍କୁ 50 ଲକ୍ଷ ଟଙ୍କା ନଗଦ ପୁରସ୍କାର ରାଶି ଓ ପ୍ରମାଣପତ୍ର ସହ ସମ୍ମାନିତ କରିଛନ୍ତି । କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଉପସ୍ଥିତ ଥିଲେ । ଅନ୍ତର୍ଜାତୀୟ ବାୟୁ ସର୍ବେକ୍ଷଣରେ ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଫିରୋଜାବାଦ ସହର ।

ସମ୍ମାନିତ ହୋଇଥିବା ଅଧିକାରୀ ମୀନା ମୂଳତଃ ରାଜସ୍ଥାନର ଜୟପୁର ଜିଲ୍ଲାର କାଶିପୁରା ଗାଁର ବାସିନ୍ଦା । 2015 ବ୍ୟାଚର ଭାରତୀୟ ପ୍ରଶାସନିକ ଅଧିକାରୀ (IAS)ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଘନଶ୍ୟାମ ମୀନା ବର୍ତ୍ତମାନ ଉତ୍ତର ପ୍ରଦେଶର ଫିରୋଜାବାଦରେ ମ୍ୟୁନିସିପାଲ କମିଶନର ଭାବରେ କାର୍ଯ୍ୟ କରୁଛନ୍ତି । ସେହିପରି ମୀନାଙ୍କ ପତ୍ନୀ ଅନୀତା ମଧ୍ୟ 2017 ବ୍ୟାଚର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ଓ ସେ ମଧ୍ୟ ଉତ୍ତର ପ୍ରଦେଶ ସରକାରଙ୍କ ଅଧୀନରେ ଅଯୋଧ୍ୟା ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି ।

କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ପ୍ରଦୂଷଣକୁ ନିୟନ୍ତ୍ରଣ ତଥା ରୋକିବା ପାଇଁ ଆୟୋଜିତ ଅଧିବେଶନରେ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (National clean air program) ଅଧୀନରେ କରାଯାଇଥିବା 'ସ୍ୱଚ୍ଛ ବାୟୁ ସର୍ବେକ୍ଷଣ-ସହରର ମାନ୍ୟତା' ନିର୍ଦ୍ଦେଶାବଳୀ ବିଷୟରେ ରାଜ୍ୟମାନଙ୍କୁ ସୂଚନା ଦେଇଥିଲେ ।

ଫିରୋଜାବାଦ ମ୍ୟୁନିସିପାଲିଟି କର୍ପୋରେସନ କମିଶନର ଘନଶ୍ୟାମ ମୀନା ଏହି ସଫଳତା ପାଇଁ ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀ, ସହରର ମେୟର ତଥା ନାଗରିକମାନଙ୍କୁ କୃତଜ୍ଞତା ଜଣାଇବା ସହ ସଫଳତାର ଶ୍ରେୟ ଦେଇଛନ୍ତି । ଏହି ସମ୍ମାନ ତାଙ୍କ ମନୋବଳକୁ ବୃଦ୍ଧି କରିଛି ଓ ସେ ଆଗକୁ ଉତ୍ସାହର ସହ କାର୍ଯ୍ୟ କରିବେ ବୋଲି ମଧ୍ୟ ମୀନା କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details