ନୂଆଦିଲ୍ଲୀ:ଓଡିଆମାନଙ୍କର ବାର ମାସରେ ତେର ପର୍ବ । ସଂସ୍କୃତି ଏବଂ ପରମ୍ପରାକୁ ନେଇ ଆମେ ଗର୍ବିତ । ସବୁ ପର୍ବପର୍ବାଣୀକୁ ଆନନ୍ଦ ଉତ୍ସାହର ସହ ପାଳିନ କରନ୍ତି ଓଡିଆ । ତେବେ ଓଡିଶା ବାହରେ ଥାଆନ୍ତୁ କି ଦେଶ ବାହାରେ, ଜଣେ ଓଡିଆ ନିଜ ସଂସ୍କୃତି ପରମ୍ପରାକୁ କେବେ ଭୁଲିପାରେ ନାହିଁ । ତେବେ ମୁଖ୍ୟ ପର୍ବ ପର୍ବାଣୀ ମଧ୍ୟରୁ ପଣା ସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତି ଅନ୍ୟତମ । ଏହି ଦିନକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ପଲ୍ଲୀରୁ ଦିଲ୍ଲୀ ସବୁଠି ଜମିଥିଲା ପଣାର ଆସର । ଏହି ଅବସରରେ ଓଡ଼ିଆ ଭାଷା ପରମ୍ପରା ଓ ଖାଦ୍ୟର ପ୍ରଚାର ପାଇଁ କାର୍ଯ୍ୟ କରୁଥିବା ସ୍ୱାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ସଂଗଠନ(SOWW) ପକ୍ଷରୁ ଦିଲ୍ଲୀ ଏନସିଆର ନୋଏଡାରେ ଏକାଠି ହୋଇ ଓଡିଆ ନବବର୍ଷ ପାଳନ କରିଛନ୍ତି ପ୍ରବାସୀ ଓଡିଆ । ସଂଗଠନର ମହିଳାମାନେ ନିଜ ପରିବାର ସହ ଏକାଠି ହୋଇ ପଣା ପିଇ, ନାତଗୀତ କରି ଆନନ୍ଦ ଉଲ୍ଲାସର ସହ ନବବର୍ଷ ମନାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: Odia New Year: ପଣା ସଂକ୍ରାନ୍ତିରୁ ବର୍ଷ ଆରମ୍ଭ, ଓଡିଆ ନବବର୍ଷ ପାଳୁଛନ୍ତି ରାଜ୍ୟବାସୀ
ଏହା ମଧ୍ୟ ପଢନ୍ତୁ: ସ୍ବାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ପକ୍ଷରୁ ପଣା ସଂକ୍ରାନ୍ତି ପାଳିତ