କୋଲକାତା:ପଶ୍ଚିମବଙ୍ଗରେ ଉତ୍ତର ବେଙ୍ଗଲକୁ (North Bengal) ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦାଦି ଜୋରଦାର ହେଉଛି । ବିଜେପି ବିଧାୟକ ଶଙ୍କର ଘୋଷ (Sankar Ghosh) ନିକଟରେ ଏହି ଦାବି କରିଥିଲେ । ଘୋଷଙ୍କ ଏହି ଦାବିକୁ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ସମର୍ଥନ କରିଛନ୍ତି । "ଉତ୍ତର ବଙ୍ଗଳାକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଁ ସ୍ବର ତୀବ୍ର ହେଉଛି । କାରଣ ରାଜ୍ୟର ଏହି ଭାଗରେ କୌଣସି ବିକାଶ ହୋଇନାହିଁ" ବୋଲି ଶୁଭେନ୍ଦୁ କହିଛନ୍ତି ।
ଉତ୍ତର ବଙ୍ଗଳାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି, ସମର୍ଥନ କଲେ ଶୁଭେନ୍ଦୁ !
ଉତ୍ତର ବଙ୍ଗଳାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ସମର୍ଥନରେ ବାହାରିଲେ ବିଜେପି ନେତା ତଥା ପଶ୍ଚିମବଙ୍ଗ ବିଧାନସଭା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ଅଧିକ ପଢନ୍ତୁ
ଯଦିଓ ଶୁଭେନ୍ଦୁ ଅଧିକାରୀ ସ୍ବତନ୍ତ୍ର ରାଜ୍ୟ ଦାବି ପ୍ରସଙ୍ଗରେ କୌଣସି ସିଧାସଳଖ ଟିପ୍ପଣୀ ଦେଇନାହାନ୍ତି, ହେଲେ କହିଛନ୍ତି ଯେ, "ରାଜ୍ୟରେ ସାମଗ୍ରିକ ବିକାଶ ହୋଇନାହିଁ । ଏଣୁ ମୁଁ ରାଜ୍ୟର ଉତ୍ତର ବଙ୍ଗଳା ଜନସାଧାରଣଙ୍କ ଆକ୍ରୋଶ ଓ ହତାଶାର ସମର୍ଥନ କରୁଛି ।" ମମତା ସରକାରଙ୍କୁ କଟାକ୍ଷ କରି ସେ ଆହୁରି ମଧ୍ୟ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଅନେକ ସମୟରେ ଏଠାକୁ ଆସିଥାନ୍ତି ଏବଂ ସେ ଛୁଟିରେ ଆସୁଥିବାର ଲୋକେ କୁହନ୍ତି । ରାଜ୍ୟର ଏହି ଅଞ୍ଚଳରେ ହଜାର ହଜାର ପ୍ରବାସୀ ଶ୍ରମିକ ରହିଛନ୍ତି, ଯେଉଁମାନେ ରାଜ୍ୟରେ କାମ ନ ପାଇଁ ରୋଜଗାର ସନ୍ଧାନରେ ଆସାମ ଯାଆନ୍ତି । ତେଣୁ ଉତ୍ତର ବଙ୍ଗଳାବାସୀଙ୍କ ହତାଶା ଯଥାର୍ଥ ଅଟେ । କିନ୍ତୁ ଏହାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ପ୍ରସଙ୍ଗ ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଅଧିକାରୀ ଏହା ଉପରେ କୌଣସି ସ୍ପଷ୍ଟ ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ