କୋଲକାତା: ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଅମିତ ଶାହାଙ୍କୁ ଭେଟିଲେ ପଶ୍ଚିମବଙ୍ଗ ବିରୋଧି ଦଳ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ଗତକାଲି (ଗୁରବାର) କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଲୋଚନା କରିଥିଲେ ଶୁଭେନ୍ଦୁ ଅଧିକାରୀ । ଏନେଇ ଏକ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ଶୁଭେନ୍ଦୁ ଅଧିକାରୀ । ସେ ଟ୍ବିଟ କରି କହିଛନ୍ତି ଯେ ‘‘ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୀଙ୍କୁ ଭେଟିବା ମୋ ପାଇଁ ବହୁତ ବଡ ଖୁସିର କଥା । ବ୍ୟସ୍ତବହୁଳ କାର୍ଯ୍ୟସୂଚୀରେ ଅମିତ ଶାହା ମୋତେ ସମୟ ଦେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଦିନକୁ ଦିନ ବିଗୁଡିଥିବାରୁ ଏଥିରେ କିଭଳି ସୁଦ୍ଧାର ଆସିବ ସେନେଇ ଅମିତ ଶାହାଙ୍କ ସହ ଆଲୋଚନା କରିଥିବା ଟ୍ବିଟ କରି କହିଛନ୍ତି ଶୁଭେନ୍ଦୁ ଅଧିକାରୀ ।
ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଶାହାଙ୍କୁ ଭେଟିଲେ ଶୁଭେନ୍ଦୁ ଅଧିକାରୀ - ଶୁଭେନ୍ଦୁ ଅଧିକାରୀ
ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଅମିତ ଶାହାଙ୍କ ସହ ଆଲୋଚନା କଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ଅଧିକ ପଢନ୍ତୁ...
ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଶାହାଙ୍କୁ ଭେଟିଲେ ଶୁଭେନ୍ଦୁ ଅଧିକାରୀପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଶାହାଙ୍କୁ ଭେଟିଲେ ଶୁଭେନ୍ଦୁ ଅଧିକାରୀ
ତେବେ ଶନିବାର ଦିନ ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବତନ ବଡିଗାର୍ଡ ଶୁଭବ୍ରତ ଚକ୍ରବର୍ତ୍ତୀଙ୍କ ମୃତ୍ୟୁ ମାମଲା ନେଇ ସିଆଇଡି (CID) ପକ୍ଷରୁ ଶୁଭେନ୍ଦୁଙ୍କୁ ସମନ ଜାରି କରାଯାଇଥିଲା । ସୋମବାର ସକାଳ ୧୧ଟା ସମୟରେ କୋଲକାତାର ଭବାନୀ ଭବନରେ ଥିବା ସିଆଇଡି ମୁଖ୍ୟାଳୟରେ ତାଙ୍କୁ ହାଜର ହେବାକୁ କୁହାଯାଇଥିଲା । ଏନେଇ କଲିକତା ହାଇକୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ କରିଥିଲେ।
@ANI