ଶ୍ରୀନଗର:ଜମ୍ମୁ-କାଶ୍ମୀରର ବାରମୂଲାରୁ ଆଜି ଏକ ଆଇଡି ଠାବ ହୋଇଛି । ଶ୍ରୀନଗର-ବାରମୂଲା ଜାତୀୟ ରାଜପଥରୁ ଆଇଡିକୁ ଠାବ କରାଯାଇଛି । ଏନେଇ ସୂଚନା ପାଇବା ମାତ୍ରେ ଜମ୍ମୁ କାଶ୍ମୀର ପୋଲିସ, ସେନା ଏବଂ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍ (BDS) ସେଠାରେ ପହଞ୍ଚିଛନ୍ତି । ଆଇଡିଟିକୁ ନିଷ୍କ୍ରିୟ କରି ଦିଆଯାଇଥିବା ସୂଚନା ମିଳିଛି । ତେବେ ଏହି ଆଇଡି ଜରିଆରେ ହାଇୱରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ଯୋଜନା କରାଯାଇଥିବା ସନ୍ଦେହ କରାଯାଉଛି । ଯାହାକୁ ପଣ୍ଡ କରିଦେଇଛନ୍ତି ସୁରକ୍ଷାବଳ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଫଳରେ ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ଆଜି(ସୋମବାର) ସକାଳେ ବାରମୂଲା ଜାତୀୟ ରାଜପଥର ହଂଜିବେରା ପଟ୍ଟନ ନିକଟରେ ଆଇଡି ଭଳି ସନ୍ଦିଗ୍ଧ ବସ୍ତୁ ଠାବ ହୋଇଥିବା ସୁରକ୍ଷା ବାହିନୀକୁ ସୂଚନା ମିଳିଥିଲା । ଖବର ପାଇବା କ୍ଷଣି ସୁରକ୍ଷାବଳ ଶ୍ରୀନଗର ବାରମୂଲା ହାଇୱେକୁ ବନ୍ଦ କରିଦେଇଥିଲେ । ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ଆଇଡିକୁ ନିଷ୍କ୍ରିୟ କରିଦିଆଯାଇଛି । ଏଥିସହ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଯାହାଫଳରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି ।
ଏହାମଧ୍ୟ ପଢନ୍ତୁ: Pakistan: ସୁରକ୍ଷା ବାହିନୀର ଗୁଳିମାଡରେ ୭ ଆତଙ୍କୀ ସଫା