ହାଇଦ୍ରାବାଦ: ବଙ୍ଗୋପସାଗରରେ ଆନ୍ଧ୍ର ପ୍ରଦେଶ ଉପକୂଳରେ ସନ୍ଦେହଜନକ ଡ୍ରୋନର ଗତିବିଧି ସାମ୍ନାକୁ ଆସିଛି । ଶ୍ରୀକାକୁଲମ ଉପକୂଳରେ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ପ୍ରଥମେ ଏହାକୁ ଦେଖିବା ପରେ ମେରାଇନ ପୋଲିସକୁ ସୂଚନା ଦେଇଥିଲେ । ମେରାଇନ ପୋଲିସ ଏହି ଡ୍ରୋନକୁ ଜବତ କରିବାରେ ସଫଳ ହୋଇଛି । ଏହାକୁ କୂଳକୁ ଅଣାଯାଇ ଯାଞ୍ଚ କରାଯାଉଛି । କିଏ କେଉଁ ଉଦ୍ଦେଶ୍ୟରେ ଏହାକୁ ସମୁଦ୍ର ଉପରେ ଉଡାଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ତଦନ୍ତ ଜାରି ରଖିଛି ସ୍ଥାନୀୟ ସାମୁଦ୍ରିକ ଥାନା ପୋଲିସ ।
ଆନ୍ଧ୍ର ପ୍ରଦେଶ ଉପକୂଳରେ ଉଡିଲା ଡ୍ରୋନ, ଆଲର୍ଟ ଜାରି - ଆନ୍ଧ୍ର ଉପକୂଳରେ ସନ୍ଦେହଜନକ ଡ୍ରୋନ
ବଙ୍ଗୋପସାଗରରେ ଆନ୍ଧ୍ର ପ୍ରଦେଶ ଉପକୂଳରେ ସନ୍ଦେହଜନକ ଡ୍ରୋନ ଜବତ । ତଦନ୍ତ କରୁଛି ସାମୁଦ୍ରିକ ଥାନା ପୋଲିସ । ଅଧିକ ପଢନ୍ତୁ
ଶ୍ରୀକାକୁଲମ ଜିଲ୍ଲାର ମତ୍ସ୍ୟଜୀବୀମାନେ ସମୁଦ୍ରରେ ମାଛ ମାରୁଥିବା ବେଳେ ଆକାଶରେ ଶବ୍ଦ କରି ଗତି କରୁଥିବା ଏକ ଯନ୍ତ୍ର ଦେଖିବାକୁ ପାଇଥିଲେ । ସେମାନେ ଏହା ଡ୍ରୋନ ବୋଲି ନଜାଣିପାରି ଭୟଭୀତ ହୋଇପଡିଥିଲେ । ପରେ ଏନେଇ ସେମାନେ ସାମୁଦ୍ରିକ ଥାନାକୁ ସୂଚନା ଦେଇଥିଲେ । ସାମୁଦ୍ରିକ ଥାନା ଟିମ ଘଟଣାସ୍ଥଳରେ ପହଞ୍ଚି ଡ୍ରୋନକୁ ଜବତ କରି କୂଳକୁ ଆଣିଛି । ଏହି ଡ୍ରୋନଟି 9 ଫୁଟ ଲମ୍ବ, 111 କିଲୋଗ୍ରାମ ଓଜନ ବିଶିଷ୍ଟ ରହିଛି । ଏହାର ଯନ୍ତ୍ରାଂସରେ ଇଂରାଜୀ ଭାଷାରେ ମଧ୍ୟ କିଛି ଲେଖାଯାଇଛି । ଏହି ସୂଚନା ଓ ଯନ୍ତ୍ରାଂସକୁ ପୋଲିସ ତଦନ୍ତ ପରିସରକୁ ନେଇ ଏହା କେଉଁ ଧରଣର ଡ୍ରୋନ ଓ କେତେ ସମୟ ଉଡାଣ ଭରିଛି ସେ ସମ୍ପର୍କିତ ତଥ୍ୟ ସଂଗ୍ରହ କରୁଛି । ଏହାକୁ କୌଣସି ଫଟୋ ଉତ୍ତୋଳନ ଉଦ୍ଦେଶ୍ୟରେ ବ୍ଯବହାର କରାଯାଇଥିଲା ନାଁ ଅନ୍ୟ କୌଣସି ଉପକୂଳ ସୁରକ୍ଷା ସମ୍ପର୍କିତ କାରଣ ରହିଛି ସେ ନେଇ ତଦନ୍ତ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ