ଓଡିଶା

odisha

ଘର ଭିତରୁ ୬ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

By

Published : Aug 26, 2022, 12:26 PM IST

ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ସନ୍ଦେହଜନକ ମୃତ୍ୟୁ । ଝିଅର ଜନ୍ମଦିନରେ ପୁରା ପରିବାରର ଝୁଲନ୍ତା ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

ଘର ଭିତରୁ ୬ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଘର ଭିତରୁ ୬ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଚଣ୍ଡୀଗଡ: ହରିୟାଣା ଅମ୍ବାଲା ଅଞ୍ଚଳରେ ଚାଞ୍ଚଲ୍ୟ । ଘର ଭିତରୁ ଏକାସାଙ୍ଗରେ ୬ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର (Six Members Of A Family Found Dead In Haryana) । ମୃତକମାନେ ଗୋଟିଏ ପରିବାରର ସଦସ୍ୟ ଅଟନ୍ତି । ଆଜି ସକାଳୁ ସମସ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତକମାନେ ଏକ ଘରୋଇ କମ୍ପାନୀର ମ୍ୟାନେଜର ସୁଖବିନ୍ଦର, ତାଙ୍କର ପତ୍ନୀଙ୍କ ସମେତ ଦୁଇ ଝିଅ ଓ ବାପାମାଆ ଅଟନ୍ତି । ଆଜି ସୁଖବିନ୍ଦର ସିଂହଙ୍କ ଝିଅର ଜନ୍ମଦିନ ଥିବାବେଳେ ପୁରା ପରିବାରର ସନ୍ଦେହଜନକ ମୃତ୍ୟୁ ଘଟିଛି ।

ଏହାମଧ୍ୟ ପଢନ୍ତୁ:ମୁରାଦାବାଦର ପାଞ୍ଚ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, 5 ଜୀବନ୍ତ ଦଗ୍ଧ

ଏହି ଘଟଣା ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଧିକ ସୂଚନାକୁ ଅପେକ୍ଷା ରହିଛି ।

ABOUT THE AUTHOR

...view details