ଓଡିଶା

odisha

ETV Bharat / bharat

ଭାରତ ସୀମାରେ ପାକିସ୍ତାନ ରାଜନୈତିକ ଦଳ ବ୍ୟାନର - ବଥିଣ୍ଡାରୁ ପାକିସ୍ତାନ ବ୍ୟାନର ଜବତ

ପଞ୍ଜାବର ବଥିଣ୍ଡାରୁ ପାକିସ୍ତାନ ବ୍ୟାନର ଜବତ । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଥିବା ଏକ ବ୍ୟାନର ମିଳିଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

Suspicious banner and balloons found in Bathinda punjab
ଭାରତ ସୀମାରେ ପାକିସ୍ତାନ ବ୍ୟାନର

By

Published : Oct 30, 2022, 11:30 AM IST

ଚଣ୍ଡିଗଡ଼: ଭାରତ ସୀମାରେ ପାକିସ୍ତାନ ବ୍ୟାନର ଚିହ୍ନଟ । ପଞ୍ଜାବର ବାଥିଣ୍ଡି ଜିଲ୍ଲା ସ୍ଥିତ କୋଥା ଗୁରୁ କା ଅଞ୍ଚଳର ଏକ କ୍ଷେତରେ ପାକିସ୍ତାନର ଏକ ବ୍ୟାନର ପଡିଥିବା ଦେଖିବାକୁ ମିଳିଛି । ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଲାଗିଛି । ଖବର ପାଇ ଦିନଲପୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ନିକଟରେ ପାକିସ୍ତାନରେ ଇମ୍ରାନ ଖାନଙ୍କ ଦ୍ବାରା ଏକ ରାଲି ଅନୁଷ୍ଠିତ ହୋଇଥିଲା । ଏହି ବ୍ୟାନର ଉକ୍ତ ରାଲି ସହ ଜଡ଼ିତ ଥିବା ଅନୁମାନ କରାଯାଉଛି ।

ଏନେଇ SHO ହର୍ଣ୍ଣେକ ସିଂ କହିଛନ୍ତି, "ଏହା ଗମ୍ଭୀର ପ୍ରସଙ୍ଗ ନୁହେଁ । କାରଣ ଜବତ ହୋଇଥିବା ବ୍ୟାନରଟି ଇମ୍ରାନ ଖାନଙ୍କ ଦଳର ଅଟେ। ରାଲି ସମୟରେ ଇମ୍ରାନ ଖାନଙ୍କ ପ୍ରଶଂସକମାନେ ବ୍ୟାନରକୁ ବେଲୁନ ସାହାଯ୍ୟରେ ବାନ୍ଧି ରଖି ଥାଇପାରନ୍ତି ଏବଂ ପବନର ବେଗରେ ବେଲୁନଟି ଭାରତକୁ ଉଡ଼ି ଆସିଛି ।" ଆହୁରି ମଧ୍ୟ କହିଛନ୍ତି, ସେଥିରେ ଭାରତ ବିରୋଧରେ କୌଣସି ଲେଖାନାହିଁ । ବ୍ୟାନରରେ ଇମ୍ରାନ ଖାନଙ୍କ ଦଳ ବିଷୟରେ ଉଲ୍ଲେଖ ରହିଛି । ଏନେଇ ଯାଞ୍ଚ ଜାରି ରହିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ:ଦୀପାବଳିରେ ପଞ୍ଜାବ ସୀମାନ୍ତ ଗ୍ରାମରେ ଉଡିଲା ପାକିସ୍ତାନୀ ଡ୍ରୋନ

ସୂଚନା ଥାଉକି, ସୀମାରେ ଅନେକ ଥର ପାକିସ୍ତାନୀ ଡ୍ରୋନ ଉଡୁଥିବାର ଘଟଣା ସାମ୍ନାକୁ ଆସିଛି । ପଞ୍ଜାବର ଅମୃତସର ନିକଟବର୍ତ୍ତୀ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାବର୍ତ୍ତୀ ଏକ ଗ୍ରାମରେ ପ୍ରାୟ ୩ ଥର ଦୃଶ୍ୟମାନ ହୋଇଥିଲା ଏକ ସନ୍ଦିଗ୍ଧ ଡ୍ରୋନ । ଏନେଇ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଓ ସୁରକ୍ଷାବଳ ଘଟଣାର ତଦନ୍ତ ଜାରି ରଖିଥିଲେ ସୁଦ୍ଧା ଡ୍ରୋନକୁ ଠାବ କରି ପାରିନଥିଲେ ।

ଦୀପାବଳି ଦିନ ରାତି ପ୍ରାୟ ୧୦ ରୁ ୧୨ ଟା ମଧ୍ୟରେ ପ୍ରାୟ ୩ ଥର ଏହି ସନ୍ଦିଗ୍ଧ ଡ୍ରୋନଟି ଗ୍ରାମ ନିକଟରେ ଦୃଶ୍ୟମାନ ହୋଇଥିଲା । କିଛି ସମୟ ବ୍ୟବଧାନରେ ପ୍ରାୟ ୩ ଥର ଦେଖାଯିବା ପରେ ସ୍ଥାନୀୟ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ସହ ବିଏସଏଫ ଅଧିକାରୀ ଗ୍ରାମରେ ପହଞ୍ଚିଥିଲେ । ପରେ ଡ୍ରୋନଟି ଗାଏବ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ସୁରକ୍ଷାବଳର ଯବାନମାନେ ଡ୍ରୋନକୁ ଠାବ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବା ପରେ ତାହା ପାକିସ୍ତାନ ପଟକୁ ପୁନଃ ଚାଲି ଯାଇଥିବା ସନ୍ଦେହ କରାଯାଉଛି । ତେବେ ଏହି ସର୍ଚ୍ଚ ଅପରେସନରେ ସୁରକ୍ଷାବଳକୁ କୌଣସି ଆପତ୍ତିଜନକ ସାମଗ୍ରୀ ମଳି ପାରିନଥିଲା ।

ABOUT THE AUTHOR

...view details