ଲକ୍ଷ୍ମୌ:ଭାରତୀୟ କୁସ୍ତି ମହାସଂଘର ନିଲମ୍ବିତ ସଭାପତି ସଞ୍ଜୟ ସିଂହଙ୍କୁ ହତ୍ୟା ଧମକ । ଏନେଇ ଉତ୍ତରପ୍ରଦେଶ ସ୍ଥିତ ବନାରସର ଭେଲୁପୁର ଥାନାରେ ଲିଖିତ ଅଭିଯୋଗ ଦାୟର କରିଛନ୍ତି ସଞ୍ଜୟ ସିଂହ । ଫୋନ ଯୋଗେ ତାଙ୍କୁ କେହି ଅଜଣା ବ୍ୟକ୍ତି ବାରମ୍ବାର ଏହି ହତ୍ୟା ଧମକ ଦେବା ସହ ଗାଳିଗୁଳଜ କରୁଥିବା ନେଇ ସେ ଏତଲାରେ ଲେଖିଛନ୍ତି । ଅନ୍ୟପଟେ ଅଭିଯୋଗ ପାଇବା ପରେ ଧମକ ମିଳିଥିବା ନମ୍ୱରକୁ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ ।
ସଞ୍ଜୟ ସିଂହ ପୋଲିସକୁ ଦେଇଥିବା ସୂଚନା ଅନୁଯାୟୀ, ତାଙ୍କ ନମ୍ବରକୁ ଜଣେ ଅଜଣା ବ୍ୟକ୍ତି କଲ୍ କରି ତାଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ବାରମ୍ବାର ଧମକ ଦେଉଛି । ଜାନୁଆରୀ 12 ତାରିଖ ରାତି 8.30ରେ ଏକ ଅଜଣା ନମ୍ବରରୁ ତାଙ୍କ ଫୋନକୁ କଲ୍ ଆସିଥିଲା । କଲ୍ ରିସିଭ କରିବା ପରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲା । ଏହାପରେ ସେ ଫୋନ କାଟି ଦେଇଥିଲେ । ହେଲେ ପୁଣି ଥରେ ରାତି 9ଟା 35 ସୁଦ୍ଧା ସେହି ଅଜଣା ନମ୍ବରରୁ କଲ୍ ଆସିଥିଲା । ହେଲେ ସେହି ସମୟରେ ସେ କଲ୍ କୁ ରିସିଭ କରିନଥିବା କହିଛନ୍ତି ସଞ୍ଜୟ ସିଂହ ।
ଏହାମଧ୍ୟ ପଢନ୍ତୁ.. ପୂଜା ହେଗଡେଙ୍କୁ ହତ୍ୟା ଧମକ ! ଦୁବାଇ ଲଞ୍ଚ ଇଭେଣ୍ଟରେ ହୋଇଥିଲେ ସାମିଲ