ଓଡିଶା

odisha

ETV Bharat / bharat

Parliament Winter session: ଗାନ୍ଧୀମୂର୍ତ୍ତି ତଳେ ନିଲମ୍ବିତ ସାଂସଦଙ୍କ ଧାରଣା - ସଂସଦ ଖବର

ଆଜି ସଂସଦ ଶୀତ ଅଧିବେଶନର (Winter session of Parliament) ତୃତୀୟ ଦିନ । ନିଲମ୍ବିତ ୧୨ ରାଜ୍ୟସଭା ସାଂସଦଙ୍କ (12 RS MP) ଆଜି ଗାନ୍ଧୀମୂର୍ତ୍ତି ତଳେ ତାଙ୍କ ନିଲମ୍ବନକୁ ବିରୋଧ କରି ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ

ଗାନ୍ଧୀମୂର୍ତ୍ତି ତଳେ ନିଲମ୍ବିତ ସାଂସଦଙ୍କ ଧାରଣା
ଗାନ୍ଧୀମୂର୍ତ୍ତି ତଳେ ନିଲମ୍ବିତ ସାଂସଦଙ୍କ ଧାରଣା

By

Published : Dec 1, 2021, 12:00 PM IST

ନୂଆଦିଲ୍ଲୀ:ଆଜି ସଂସଦ ଶୀତ ଅଧିବେଶନର (Winter session of Parliament) ତୃତୀୟ ଦିନ । ନିଲମ୍ବିତ ୧୨ ରାଜ୍ୟସଭା ସାଂସଦଙ୍କ (12 RS MP) ଆଜି ଗାନ୍ଧୀମୂର୍ତ୍ତି ତଳେ ତାଙ୍କ ନିଲମ୍ବନକୁ ବିରୋଧ କରି ଧାରଣା ଦେଇଛନ୍ତି । ହାତରେ ପ୍ଲା କାର୍ଡ ଧରି ଧାରଣାରେ ବସିଛନ୍ତି ୧୨ ସାଂସଦ । ନିଲମ୍ବନ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ନିଲମ୍ବିତ ରାଜ୍ୟସଭା ସାଂସଦ ।

ଟିଏମସି ସାଂସଦ (TMCMP) ଡୋଲା ସେନ କହିଛନ୍ତି ଯେତେବେଳ ବିଜେପି ବିରୋଧୀ ଥିଲେ ସେବେ ସେମାନେ ବି ସଂସଦ ପ୍ରକ୍ରିୟାରେ ବିଶୃଙ୍ଖଳା କରିଥିଲେ । ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଆମକୁ ନ୍ୟାୟ ନମିଳିବା ଯାଏଁ ଧାରଣା ଜାରି ରହିବ ବୋଲି କହିଛନ୍ତି ଟିଏମସି ସାଂସଦ ଡୋଲା ସେନ।

ଧାରଣାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ସାମିଲ ଅଛନ୍ତି । ଗତକାଲି ନିଲମ୍ବିତ ୧୨ ରାଜ୍ୟସଭା ସାଂସଦଙ୍କ (12 RS MP) ନିଲମ୍ବନ ପ୍ରତ୍ୟାହାର ଦାବି କରି ସଂସଦ ପରିସରରେ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ବିଭିନ୍ନ ନାରାବାଜି ଦେଇ କେନ୍ଦ୍ର ସରକାରଙ୍କୁ ବିରୋଧ କରିଥିଲେ ବିରୋଧୀ ଦଳ ନେତା । ମୌସୁମୀ ଅଧିବେଶନର ହଟ୍ଟଗୋଳ ପାଇଁ ଶୀତ ଅଧିବେଶନରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସହଜରେ ଗ୍ରହଣ କରିପାରୁନାହାନ୍ତି ବିରୋଧୀ ।

ପ୍ରକାଶ ଥାଉ କି, ପ୍ରଥମ ଦିନରେ ଗତ ମୌସୁମୀ ଅଧିବେଶନ (Monsoon session)ରେ ହଟ୍ଟଗୋଳ ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଚଳିତ ଅଧିବେଶନ (winter session)ରୁ ୧୨ ରାଜ୍ୟସଭା ସାଂସଦ ନିଲମ୍ବିତ ହୋଇଛନ୍ତି ।

@ANI

ABOUT THE AUTHOR

...view details