ଓଡିଶା

odisha

ETV Bharat / bharat

ଦିବା-ରାତ୍ର ଧାରଣାରେ ନିଲମ୍ବିତ ବିରୋଧୀ ସାଂସଦ, ଗାନ୍ଧୀ ମୂର୍ତ୍ତି ତଳେ କାଟିବେ ରାତି

ଦିବା-ରାତ୍ର ଧାରଣାରେ ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ବିରୋଧୀ ସାଂସଦ । 50 ଘଣ୍ଟିଆ ଧାରଣାରେ ବସିବେ । ଆଜି ଗାନ୍ଧୀ ମୂର୍ତ୍ତି ତଳେ କାଟିବେ ରାତ୍ରୀ । ଶୁକ୍ରବାର ସଂଧ୍ୟାରେ ସରିବ ଧାରଣା । ଅଧିକ ପଢନ୍ତୁ

ଦିବା-ରାତ୍ର ଧାରଣାରେ ନିଲମ୍ବିତ ବିରୋଧୀ ସାଂସଦ, ଗାନ୍ଧୀ ମୂର୍ତ୍ତି ତଳେ କାଟିବେ ରାତି
ଦିବା-ରାତ୍ର ଧାରଣାରେ ନିଲମ୍ବିତ ବିରୋଧୀ ସାଂସଦ, ଗାନ୍ଧୀ ମୂର୍ତ୍ତି ତଳେ କାଟିବେ ରାତି

By

Published : Jul 27, 2022, 10:02 PM IST

ନୂଆଦିଲ୍ଲୀ:ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ସମ୍ପୂର୍ଣ୍ଣ ମୌସୁମୀ ଅଧିବେଶନ ଓ ସାମୟିକ ଭାବେ ନିଲମ୍ବିତ ସାଂସଦମାନେ ନିଷ୍ପତ୍ତି ବିରୋଧରେ ପ୍ରତିବାଦ ଜାରି ରଖିଛନ୍ତି । ସେମାନେ ଦିବା-ରାତ୍ର 50 ଘଣ୍ଟିଆ ଧାରଣାରେ ବସିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଜି ଏହି ବିରୋଧୀ ସାଂସଦମାନେ ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ରାତ୍ରୀଯାପନ କରିବେ । ଗାନ୍ଧୀ ମୂର୍ତ୍ତି ତଳେ ହିଁ ସେମାନେ ରାତ୍ରୀଯାପନ କରିବା ପାଇଁ ପ୍ରସ୍ତୁତି ସାରିଥିବା ଦେଖିବାକୁ ମିଳିଛି ।

ସେମାନଙ୍କ ବିରୋଧରେ ଗ୍ରହଣ କରାଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଗଣତନ୍ତ୍ରର କଣ୍ଠରୋଧ ବୋଲି ଦର୍ଶାଇ ଏହି ସାଂସଦମାନେ ପ୍ରତିବାଦ ଜାରି ରଖିଛନ୍ତି । ଆଜି ଆମ ଆଦମୀ ପାର୍ଟି (AAP)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ମଧ୍ୟ ସାମାନ ଅଭିଯୋଗରେ ନିଲମ୍ବିତ ହେବା ପରେ ଏହି ଧାରଣାରେ ସାମିଲ ହୋଇଛନ୍ତି । ଏହି ସାଂସଦମାନେ 50 ଘଣ୍ଟାର ପ୍ରତିକାତ୍ମକ ଧାରଣାରେ ବଜାୟ ରଖିବେ । ଏହି ଧାରଣା ଶୁକ୍ରବାର ସଂଧ୍ୟାର ଶେଷ ହେବ । କିଛି ମହିଳା ଓ ବୟସାଧିକ ସାଂସଦ ଏହି ଧାରଣାରେ ସିଫ୍ଟ ଓ୍ବାରୀ ଅଂଶଗ୍ରହଣ କରିବା ନେଇ ମଧ୍ୟ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details