ଶ୍ରୀନଗର:ପାକିସ୍ତାନ ପଟୁ ଏଲଓସି ନିକଟରେ ଭାରତରେ ଅନୁପ୍ରବେଶ କରୁଥିବା ଜଣେ ସନ୍ଦିଗ୍ଧ ମହିଳା ଅନୁପ୍ରବେଶକାରୀ ସେନା ଗୁଳିରେ ନିହତ ହୋଇଛନ୍ତି । ଗତକାଲି ସନ୍ଦିଗ୍ଧ ମହିଳା ଜଣକ ଜମ୍ମୁ କାଶ୍ମୀର ବାରମୁଲା ଜିଲ୍ଲା ନିକଟରେ ନିୟନ୍ତ୍ରଣ ରେଖା (LOC) ଅତିକ୍ରମ କରି ଭାରତ ସୀମାରେ ପ୍ରବେଶ କରିଥିଲେ । ଏହାଦେଖି ସେନାର ଯବାନମାନେ ଅନୁପ୍ରବେଶକାରୀ ମହିଳାଙ୍କ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ସେ ନିହତ ହୋଇଛନ୍ତି । ତେବେ ସନ୍ଦିଗ୍ଧ ମହିଳା ଜଣକ ପାକିସ୍ତାନ ଅଧିକୃତ କାଶ୍ମୀରର ହୋଇଥିବା ସନ୍ଦେହ କରାଯାଉଛି । ମାତ୍ର ଏ ଯାଏଁ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।
ଏହାମଧ୍ୟ ପଢନ୍ତୁ: ମମତା କହିଲେ ଯେଉଁଠି କଂଗ୍ରେସ ମଜଭୁତ ସେଠି ସମର୍ଥନ କରିବୁ, ହେଲେ...
ଯାହା ସୂଚନା ମିଳିଛି, ସନ୍ଦିଗ୍ଧ ଅନୁପ୍ରବେଶକାରୀ ମହିଳା ଜଣକ ଗତକାଲି ବାରମୁଲା ଜିଲ୍ଲା କମଲକୋଟ ଅଞ୍ଚଳରେ ଏଲଓସି ଅତିକ୍ରମ କରି ବର୍ଡର ତାରବାଡ଼ ଆଡକୁ ଆସିଥିଲେ । ଏହା ଦେଖି ସେଠାରେ ମୁତୟନ ହୋଇଥିବା ଯବାନମାନେ ମହିଳାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ଏଥିପ୍ରତି ଧ୍ୟାନ ଦେଇ ନଥିଲେ । ଫଳରେ ଯବାନମାନେ ତାଙ୍କୁ ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ । ଏଥିରେ ସନ୍ଦିଗ୍ଧ ମହିଳାଙ୍କ ଦେହରେ ଗୁଳି ବାଜିଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଅଧିକାରୀ ପକ୍ଷରୁ ସୂଚନା ଦିଆଯାଇଛି ।