ଶ୍ରୀନଗର:କାଶ୍ମୀରରେ ଜଣେ ରାଜସ୍ବ କର୍ମଚାରୀଙ୍କୁ ଆତଙ୍କବାଦୀ ଗୁଳି କରି ହତ୍ୟା କରିଛନ୍ତି । ମୃତକଙ୍କ ନାମ ରାହୁଲ ଭଟ୍ଟ ଓ ସେ ବଡଗାମ ଜିଲ୍ଲାର ଚାଦୁରାରେ ତହସିଲଦାରଙ୍କ PSO ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଆଜି ଅପରାହ୍ନରେ ରାହୁଲଙ୍କୁ ଅତର୍କିତ ଗୁଳିମାଡ କରିଥିଲେ ଆତଙ୍କବାଦୀ । ସେ ଜଣେ କାଶ୍ମୀର ପଣ୍ଡିତ ଥିଲେ ।
ପୁଣି କାଶ୍ମୀର ପଣ୍ଡିତଙ୍କ ଗଡିଲା ମୁଣ୍ଡ ! ତହସିଲଦାର PSOଙ୍କୁ ଗୁଳି କରି ହତ୍ୟାକଲେ ଆତଙ୍କବାଦୀ - ଆତଙ୍କୀଙ୍କ ଗୁଳମାଡ
ତହସିଲଦାରଙ୍କ PSOକୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି । ମୃତ ଘୋଷଣା କଲେ ଡାକ୍ତର । ଅଧିକ ପଢନ୍ତୁ
![ପୁଣି କାଶ୍ମୀର ପଣ୍ଡିତଙ୍କ ଗଡିଲା ମୁଣ୍ଡ ! ତହସିଲଦାର PSOଙ୍କୁ ଗୁଳି କରି ହତ୍ୟାକଲେ ଆତଙ୍କବାଦୀ କାଶ୍ମୀରରେ ତହସିଲଦାର PSOଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ](https://etvbharatimages.akamaized.net/etvbharat/prod-images/768-512-15266837-thumbnail-3x2-kjkg.jpg)
କାଶ୍ମୀରରେ ତହସିଲଦାର PSOଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ
କାଶ୍ମୀରରେ ତହସିଲଦାର PSOଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ
ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ ସ୍ଥାନାନ୍ତରଣ କରାଯାଇଥିଲେ ସୁଦ୍ଧା ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଆକ୍ରମଣ ସମ୍ପର୍କରେ କାଶ୍ମୀର ପୋଲିସ ଟ୍ବିଟ ଯୋଗେ ସୂଚନା ଦେଇଛି । ଘଟଣାସ୍ଥଳରେ ସୁରକ୍ଷା ବଳର ଟିମ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ
Last Updated : May 12, 2022, 6:01 PM IST