ଓଡିଶା

odisha

ETV Bharat / bharat

ଇମ୍ଫାଲରେ IED ବିସ୍ଫୋରଣ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ମଣିପୁର ରାଜଧାନୀ ପୂର୍ବ ଇମ୍ପାଲ ତେଲିପତିର ଗାଲା ମାଲଗୋଦାମ ଆଗରେ ବିସ୍ଫୋରଣ ଘଟିଛି । ଏକ ଆଇଡି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି (Suspected IED blast takes place in Manipur's Imphal)। ଅଧିକ ପଢନ୍ତୁ

By

Published : Dec 29, 2021, 11:50 AM IST

ମଣିପୁର ରାଜଧାନୀରେ IED ବିସ୍ଫୋରଣ
ମଣିପୁର ରାଜଧାନୀରେ IED ବିସ୍ଫୋରଣ

ଇମ୍ପାଲ: ମଣିପୁର ରାଜଧାନୀ ପୂର୍ବ ଇମ୍ପାଲ ତେଲିପତିର ଗାଲା ମାଲଗୋଦାମ ଆଗରେ ଏକ ବିସ୍ଫୋରଣ ହୋଇଛି । ଏକ ଆଇଡି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି । ବିସ୍ଫୋରଣରେ କିଛି କ୍ଷୟକ୍ଷତି ହୋଇନାହିଁ (Suspected IED blast takes place in Manipur's Imphal) । ଘଟଣାର ତଦନ୍ତ ଜାରି ରହିଛି ।

ମଣିପୁର ରାଜଧାନୀରେ IED ବିସ୍ଫୋରଣ

ରାତି ପାଖାପାଖି ୩ଟା ୩୦ରେ ଏହି ବିସ୍ଫୋରଣ ହୋଇଛି । ପୋରୋମପଟ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟନ କରଥିଲେ । ଫୋରେନସିକ୍ ଟିମ ଘଟଣାରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି । ଗଣମାଧ୍ୟମକୁ ସୂଚନା ଦେଇ ପୋରୋମପଟ ସବ ଇନସପେକ୍ଟର ଏହା ଏକ ଆଇଡି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି। ସେଠାରେ ଲାଗିଥିବା ସିସିଟିଭ କ୍ୟାମେରାରେ ବିସ୍ଫୋରଣର ଦୃଶ୍ୟ କଏଦ ହୋଇଛି । ସିସିଟିଭି ଫୁଟେଜରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ତଥାପି ତାଙ୍କ ପରିଚୟ ଜଣା ପଡିନାହିଁ ବୋଲି କହିଛନ୍ତି ପୋରୋମପଟ ସବ ଇନସପେକ୍ଟର ।

ଗୋଦାମ ମାଲିକ ରାମନାଥ ସାହୁ କହିଛନ୍ତି ତାଙ୍କର କାହା ସହିତ କିଛି ଶତ୍ରୁତା ନାହିଁ । ଏ ବିସ୍ଫୋରଣ ପଛରେ କଣ କାରଣ ଥାଇ ପାରେ ସେ ଜାଣି ନଥିବା କହିଛନ୍ତି ଗୋଦାମ ମାଲିକ । ଘଟଣାର ତଦନ୍ତ ଚାଲିଛି । ତଦନ୍ତ ପରେ ଚିତ୍ର ସାମ୍ନାକୁ ଆସିବ ।

@ANI

ABOUT THE AUTHOR

...view details