ପାଟନା:ବିହାରରେ ପୁଣି ସାମ୍ନାକୁ ଆସିଲା ମଦ ମୃତ୍ୟୁ ମାମଲା । ବିଷାକ୍ତ ମଦ ପିଇ 22 ଜଣଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବିହାରର ମୋତିହାରି ଜିଲ୍ଲାରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ବିଷାକ୍ତ ମଦ୍ୟପାନ ଯୋଗୁଁ ମୃତ୍ୟୁ ହୋଇଥିବା କିଛି ଲୋକ କହୁଥିବା ବେଳେ ମୃତକଙ୍କ ସମ୍ପର୍କୀୟ କିନ୍ତୁ ଏହାକୁ ଅସ୍ବୀକାର କରିଛନ୍ତି । ସମସ୍ତ ମୃତକ ମୋତିହାରି ଗ୍ରାମର ହୋଇଥିବା ଜଣାପଡିଛି । ତେବେ ଏକାଧିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ଗୁରୁବାର ରାତିରୁ ହର୍ସିଦି ପୋଲିସ ଷ୍ଟେସନ ଅଞ୍ଚଳରେ ପ୍ରଥମେ ବାପା ପୁଅଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ଏହାପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ଏବେ 22ରେ ପହଞ୍ଚିଛି ।
ଡାଇରିଆ ଯୋଗୁଁ ମୃତ୍ୟୁ ହୋଇଥିବା କହୁଛି ପ୍ରଶାସନ:ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରଥମେ ପିତା ନବଲ ଦାସ ଓ ପରେ ତାଙ୍କ ପୁଅ ପରମେନ୍ଦ୍ର ଦାସଙ୍କର ମୃତ୍ୟୁ ହୋଇଥିଲା । ଉଭୟଙ୍କ ମୃତଦେହ ସମ୍ପର୍କୀୟମାନେ ପୋଡି ଦେଇଥିବା ବେଳେ ନବଲଙ୍କ ବୋହୂଙ୍କ ଅବସ୍ଥା ଗୁରୁତର ରହିଛି । ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ ଏବଂ ପୋଲିସର ବରିଷ୍ଠ ଅଧିକାରୀମାନେ ମଠ ଲୋହିୟାର ଗ୍ରାମରେ ପହଞ୍ଚିଛନ୍ତି । ଯାଞ୍ଚ ପରେ ଡାକ୍ତର ମୃତର କାରଣ ଡାଇରିଆ ହୋଇଥିବା କହିଥିଲେ । ଗୁରୁତର ଜଣଙ୍କ ଡାଇରିଆରେ ପୀଡିତ ଥିବା ଡାକ୍ତର କହିଥିଲେ ।