ଓଡିଶା

odisha

ETV Bharat / bharat

ରାଜ୍ୟସଭାରେ ବିଜେପି ସାଂସଦଙ୍କ ଦାବି: ୨୦୦୦ ଟଙ୍କିଆ ନୋଟ ବନ୍ଦ ହେଉ

୨୦୦୦ ଟଙ୍କିଆ ନୋଟ ପ୍ରଚଳନ ବନ୍ଦ ପାଇଁ ରାଜ୍ୟସଭାରେ ବିଜେପି ସାଂସଦଙ୍କ ଦାବି । ବେଆଇନ କାରବାରରେ ଏହି ନୋଟର ବ୍ୟାପକ ବ୍ୟବହାର ହେଉଥିବା କହିଲେ ସାଂସଦ । ଅଧିକ ପଢନ୍ତୁ

ରାଜ୍ୟସଭାରେ ବିଜେପି ସାଂସଦଙ୍କ ଦାବି: ୨୦୦୦ ଟଙ୍କିଆ ନୋଟ ବନ୍ଦ ହେଉ
ରାଜ୍ୟସଭାରେ ବିଜେପି ସାଂସଦଙ୍କ ଦାବି: ୨୦୦୦ ଟଙ୍କିଆ ନୋଟ ବନ୍ଦ ହେଉ

By

Published : Dec 13, 2022, 7:26 AM IST

ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ବନ୍ଦ ପାଇଁ ରାଜ୍ୟସଭାରେ ଦାବି କଲେ ବିଜେପି ସାଂସଦ । ସୋମବାର ରାଜ୍ୟସଭାର ଶୂନ୍ୟକାଳରେ ସାଂସଦ ସୁଶୀଲ କୁମାର ମୋଦି(BJP MP Sushil Kumar Modi) ୨୦୦୦ ଟଙ୍କିଆ ନୋଟ ପ୍ରସଙ୍ଗ ଉଠାଇ କହିଛନ୍ତି, ''ଏହି ନୋଟକୁ ତୁରନ୍ତ ନିଷିଦ୍ଧ କରାଯାଉ । କାରଣ ଏହି ନୋଟର ବ୍ୟାପକ ଅପବ୍ୟବହାର ହେଉଛି । ଡ୍ରଗ୍ସ ଚୋରାଚାଲାଣ ଓ ମନି ଲଣ୍ଡ୍ରିଂ ଭଳି ବେଆଇନ କାରବାରରେ ଏହାର ବ୍ୟବହାର କରାଯାଉଛି । ତେଣୁ ସରକାର ଏହାକୁ ପର୍ଯ୍ୟାୟକ୍ରମେ ବନ୍ଦ କରିଦେବା ଆବଶ୍ୟକ ।''

ସେ ଆହୁରିମଧ୍ୟ କହିଛନ୍ତି ଯେ, ବଜାରରେ ୨୦୦୦ ଟଙ୍କିଆ ନୋଟ ଦେଖିବାକୁ ମିଳୁନି । ରିଜର୍ଭ ବ୍ୟାଙ୍କ ଏହି ନୋଟ ଆଉ ଛପାଉନାହିଁ । ଏଟିଏମରେ ମଧ୍ୟ ଏହି ନୋଟ ଆସୁନି । ଯାହାଫଳରେ ୨୦୦୦ ଟଙ୍କିଆ ନୋଟ ଆଉ ବୈଧ ନୁହେଁ ବୋଲି ଗୁଜବ ପ୍ରଚାରିତ ହେଉଛି । ତେଣୁ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିବା ଉଚିତ୍ ବୋଲି ବିଜେପି ସାଂସଦ ଦାବି କରିଛନ୍ତି । ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା ସମୟର ୫୦୦ ଓ ୧୦୦୦ ଟଙ୍କିଆ ନୋଟ ପ୍ରଚଳନ ବନ୍ଦ କରିଦିଆଯାଇଥିଲା । କିଛି ଦିନ ପରେ କେନ୍ଦ୍ର ସରକାର ଏହା ସ୍ଥାନରେ ନୂଆ ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟ ଜାରି କରିଥିଲେ । ରିଜର୍ଭ ବ୍ୟାଙ୍କ ଏବେ ୨୦୦୦ ଟଙ୍କିଆ ନୋଟର ପ୍ରିଣ୍ଟିଂ ବନ୍ଦ କରିଥିବା ବେଳେ ଏହା କେବଳ ବେଆଇନ କାରବାରରେ ବ୍ୟବହୃତ ହେଉଛି । ତେଣୁ ଏହାକୁ ନିଷେଧ କରିବାକୁ ପଡିବ । ଯେଉଁମାନଙ୍କ ପାଖରେ ଏହି ନୋଟ ମହଜୁଦ ଅଛନ୍ତି ସେମାନଙ୍କୁ ବଦଳାଇବା ପାଇଁ ଦୁଇ ବର୍ଷ ସମୟ ଦିଆଯାଉ ବୋଲି ସାଂସଦ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Remark Against Modi: କଂଗ୍ରେସ ନେତା କହିଲେ ରେଡି ଟୁ କିଲ୍ ମୋଦି, ରୁଜୁ ହେଲା ମାମଲା

ଏ ସଂକ୍ରାନ୍ତରେ ସୁଶୀଲ ମୋଦି ବିକଶିତ ଦେଶଗୁଡିକର ଉଦାହରଣ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ''ବିଶ୍ବର ସମସ୍ତ ବିକଶିତ ଦେଶରେ ବଡ ନୋଟଗୁଡିକର ପ୍ରଚଳନ ହେଉନି । ଆମେରିକାରେ ସର୍ବାଧିକ ୧୦୦ ଡଲାରର ନୋଟ ରହିଛି ।''

ABOUT THE AUTHOR

...view details