ଓଡିଶା

odisha

ETV Bharat / bharat

‘ନୀତିଶ କୁମାରଙ୍କ ନିକଟତର ହୋଇଥିବାରୁ ସୁଶୀଲ ମୋଦିଙ୍କୁ ମିଳିନି ମନ୍ତ୍ରୀ ପଦ’ - BJP Leader Sushil Modi

ନୀତିଶ କ୍ୟାବିନେଟରେ ସୁଶୀଲ ମୋଦିଙ୍କୁ ମନ୍ତ୍ରୀ ପଦ ମିଳିନଥିବା ପ୍ରସଙ୍ଗରେ ମୁହଁ ଖୋଲିଲା ଆରଜେଡି । ଅଧିକ ପଢନ୍ତୁ...

ସୁଶୀଲ ମୋଦି
ସୁଶୀଲ ମୋଦି

By

Published : Nov 17, 2020, 12:40 PM IST

ପାଟନା: ବିହାରରେ ସୁଶୀଲ ମୋଦିଙ୍କୁ ମନ୍ତ୍ରୀ ପଦ ମିଳିନଥିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ) ନେତା ଶିବାନନ୍ଦ ତିୱାରୀ । ସୁଶୀଲ ମୋଦି, ନୀତିଶ କୁମାରଙ୍କ ନିକଟତର ହୋଇଥିବାରୁ ତାଙ୍କୁ କ୍ୟାବିନେଟରେ ସ୍ଥାନ ମିଳିନଥିବା ସେ କହିଛନ୍ତି ।

ସୁଶୀଲ ମୋଦି ବିଜେପି ପାଇଁ କମ୍‌ ଓ ନୀତିଶ କୁମାରଙ୍କ ଅଧିକ ନିକଟତର ଥିବା ସେ କହିଛନ୍ତି । ଏହାସହ ସେ କୌଣସି ବିଜେପି ନେତାଙ୍କୁ ବଢିବା ପାଇଁ ଛାଡୁନଥିବା କହିଛନ୍ତି । ଏହି କାରଣ ପାଇଁ ତାଙ୍କୁ ବିଜେପି ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇନଥିବା ତିୱାରୀ ଦର୍ଶାଇଛନ୍ତି ।

ସୂଚନାଥାଉକି, ସୋମବାର ଅପରାହ୍ନରେ ନୀତିଶ କୁମାର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ହେଲେ ଗତ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ସୁଶୀଲ ମୋଦି ଚଳିତ ଥର ଶପଥ ନେଇନାହାଁନ୍ତି । ତାଙ୍କ ସ୍ଥାନରେ ବିଜେପି ପକ୍ଷରୁ ତାରକିଶୋର ପ୍ରସାଦ ଓ ରେଣୁ ଦେବୀ ଉଭୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ତେବେ ଏହି ସମାରୋହକୁ ଆରଜେଡି ବଏକଟ କରିଥିବାବେଳେ ଏନେଇ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି ଶିବାନନ୍ଦ । ଏନଡିଏ, ମହାମେଣ୍ଟ ଠାରୁ ମାତ୍ର 13000 ଅଧିକ ଭୋଟ ପାଇଛି । ଏହା ଜୋଡ୍‌, ତୋଡ୍‌ ସରକାର ବୋଲି ଶିବାନନ୍ଦ କହିଛନ୍ତି ।

ସୂଚନାଥାଉକି, 243 ଆସନରୁ ଏନଡିଏ 125 ଆସନ ଜିତି ସରକାର ଗଠନ କରିଛି । ଯେଉଁଥିରେ ବିଜେପି 74ଟି ଆସନରେ ବାଜିମାତ୍‌ କରିଥିବାବେଳେ ଜେଡିୟୁ 43 ଓ ଅନ୍ୟ ଦୁଇ ଦଳ 8ଟି ଆସନରେ ଜିତିଛନ୍ତି ।

ସେପଟେ ଆରଜେଡି ଏକାକୀ 75 ଆସନରେ ଜିତି ଥିବାବେଳେ କଂଗ୍ରେସ 19 ଆସନରେ ଜିତିଛି ।

@ANI

ABOUT THE AUTHOR

...view details