ଓଡିଶା

odisha

ETV Bharat / bharat

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ସୁଶୀଲ, ସୃଷ୍ଟି କରିବେ ରେକର୍ଡ

ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ବିଜେପିର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି । ରାଜ୍ୟସଭା ନିର୍ବାଚିତ ହେବା ପରେ ସଂସଦର ଉଭୟ ଗୃହ ସହ ରାଜ୍ୟ ବିଧାନସଭାର ଉଭୟ ଗୃହର ସଦସ୍ୟ ହେବାର ସ୍ବତନ୍ତ୍ରତା ରଖିବେ ସୁଶୀଲ । ଅଧିକ ପଢନ୍ତୁ...

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ସୁଶିଲ, ସୃଷ୍ଟି କରିବେ ରେକର୍ଡ
ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ସୁଶିଲ, ସୃଷ୍ଟି କରିବେ ରେକର୍ଡ

By

Published : Dec 2, 2020, 7:52 PM IST

ପାଟନା: ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ବିଜେପିର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି । କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାସୱାନଙ୍କ ଦେହାନ୍ତ ପରେ ବିହାର ବିଧାନସଭାର ଗୋଟିଏ ଆସନ ଖାଲି ରହିଛି ।

ବୁଧବାର ପାଟନା କମିସନର ଅଫିସରେ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୁଶୀଲ ମୋଦି । ଏହି ଅବସରରେ ଏଠାରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ସମେତ ଅନେକ ବିଜେପିର ଅନେକ ବିଶ୍ଚିଷ୍ଟ ନେତା ଉପସ୍ଥିତ ଥିଲେ ।

ସବୁଠାରୁ ଉଲ୍ଲେଖନୀୟ ହେଉଛି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଯାହାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବରେ ସୁଶୀଲ ଏକ ଦଶକ ଧରି କାର୍ଯ୍ୟ କରିଥିଲେ ତାଙ୍କ ସମ୍ପର୍କରେ ବିଷୟରେ ଏକ ବଡ ସୂଚନା ପ୍ରଦାନ କରିଛନ୍ତି । ଏହା ରାଜ୍ୟ ରାଜନୈତିକ ମହଲରେ ରେକର୍ଡ ସୃଷ୍ଟି କରିବ ।

କୁମାର କହିଛନ୍ତି ମୁଁ ମୋର ପୂର୍ବତନ ସହକର୍ମୀଙ୍କୁ ଅଭିନନ୍ଦନ ଜଣାଇବାକୁ ଏଠାକୁ ଆସିଛି । ସେ ବର୍ତ୍ତମାନ ଜଣେ ବିଧାନପରିଷଦର ସଦସ୍ୟ ଏବଂ ଏହା ପୂର୍ବରୁ ଲୋକସଭାର ସଦସ୍ୟ ତଥା ଏହା ପୂର୍ବରୁ ଜଣେ ବିଧାୟକ ଥିଲେ । କୁମାର ଖୁସିରେ ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟସଭା ନିର୍ବାଚିତ ହେବା ପରେ ସଂସଦର ଉଭୟ ଗୃହ ସହ ରାଜ୍ୟ ବିଧାନସଭାର ଉଭୟ ଗୃହର ସଦସ୍ୟ ହେବାର ସ୍ବତନ୍ତ୍ରତା ରଖିବେ ସୁଶୀଲ ।

ଆସନ୍ତା ଡିସେମ୍ବର 14 ତାରିଖ ଦିନ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ସୂଚନା ଥାଉକି ବିହାର ଏନଡିଏ ଶାସନ କାଳରେ ଦୀର୍ଘ ବର୍ଷ ହେଲା ଉପମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି ସୁଶୀଲ ମୋଦି । ଏଥର ବିହାର ନିର୍ବାଚନରେ ଏନଡିଏ ବିଜୟ ହାସଲ ପରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆନଯାଇ ନୂତନ ପ୍ରାର୍ଥୀଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଛି ବିଜେପି । ବିହାରରେ ଲୋକ ଜନଶକ୍ତି ପାର୍ଟି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶୱାନଙ୍କ ଦେହାନ୍ତ ପରେ ରାଜ୍ୟସଭା ସିଟ ଖାଲି ରହିଛି । ତାଙ୍କ ସ୍ଥାନରେ ସୁଶୀଲ ମୋଦି ରାଜ୍ୟସଭାକୁ ଯିବେ । ବିହାରରେ 2020 ବିଧାନସଭା ନିର୍ବାଚନରେ ଏନଡିଏ 125 ଆସନ ହାସଲ କରି ନୀତିଶ କୁମାରଙ୍କ ନେତୃତ୍ବରେ ସରକାର ଗଠନ କରିଛନ୍ତି ।

ABOUT THE AUTHOR

...view details