ଲକ୍ଷ୍ନୌ:ବାରାଣାସୀର ଥିବା ଜ୍ଞାନବାପୀ ମସଜିଦ୍ ପରିସରରେ ଆଜି(ଶୁକ୍ରବାର) ଠାରୁ ଭିଡିଓଗ୍ରାଫି ଏବଂ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଏଥିସହ ସର୍ଭେ ସମୟରେ ମସଜିଦ ଭିତରେ ଥିବା ୨ଟି ଗୁପ୍ତ କୋଠରୀର ମଧ୍ୟ ଯାଞ୍ଚ କରାଯିବ ।
ସେହିପରି ଏହି ଗୁପ୍ତ କୋଠରୀ ମଧ୍ୟରୁ ଗୋଟିଏ କୋଠରୀର ଚାବି ପ୍ରଶାସନ ପାଖରେ ଥିବା ବେଳେ ଅନ୍ୟଟି ମସଜିଦ୍ କର୍ତ୍ତୃପକ୍ଷଙ୍କ ପାଖରେ ରହିଛି । ଏଥିସହ ଏହି ସର୍ଭେ ସମୟରେ ଉଭୟ ଭିଡିଓ ଉତ୍ତୋଳନ ସହ ପଟୋଗ୍ରାଫି ମଧ୍ୟ କରାଯିବ । ସୂଚନା ଅନୁସାରେ, ୧୯୯୨ ମସିହା ଅଯୋଧ୍ୟା ବିବାଦ ପରେ ବାରାଣାସୀରେ ଥିବା ଜ୍ଞାନବାପୀ ଶ୍ରୀକାଶୀ ବିଶ୍ବନାଥ ପରିସର ବିବାଦ ୨୦୨୦ ମସିହାରେ ନୂଆ ମୋଡ ନେଇଥିଲା ।
ତେବେ ସେହି ଦିନ ଠାରୁ ଆଜିର ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ୨୦୨୦ ମସିହା ଅଗଷ୍ଟ ମାସରେ ଜ୍ଞାନବାପୀ ଶ୍ରୀକାଶୀ ବିଶ୍ବନାଥ ପରିସରର ପଶ୍ଚିମ ଦିଗରେ ଥିବା ଶୃଙ୍ଗାର ଗଉରୀ ମନ୍ଦିରରେ ନିୟମିତ ଦର୍ଶନ ନେଇ ୫ ମହିଳାଙ୍କ ଦ୍ବାରା କୋର୍ଟରେ ଦାଖଲ ହୋଇଥିବା ଆବେଦନ ଉପରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଏଠାରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି ।