ଓଡିଶା

odisha

ETV Bharat / bharat

ଏସିଆର ପ୍ରଥମ ମହିଳା ଲୋକୋପାଇଲଟ ସୁରେଖା ଯାଦବଙ୍କ ଆଉ ଏକ ରେକର୍ଡ, ଚଳାଇଲେ ବନ୍ଦେ ଭାରତ ଏକ୍ସପ୍ରେସ - ପ୍ରଥମ ଭାରତୀୟ ମହିଳା ଲୋକୋ ପାଇଲଟ

ଏସିଆର ପ୍ରଥମ ମହିଳା ଲୋକୋପାଇଲଟ ସୁରେଖା ଯାଦବ ଚଳାଇଲେ ବନ୍ଦେ ଭାରତ ଏକ୍ସପ୍ରେସ । ସୋଲାପୁରରୁ ବମ୍ବେ ପର୍ଯ୍ୟନ୍ତ ବନ୍ଦେ ଭାରତ ଚଳାଇ କଲେ ଆଉ ଏକ ରେକର୍ଡ । 1988 ରେ ପ୍ରଥମ ମହିଳା ଲୋକୋପାଇଲଟ ଭାବେ ରେଲବାଇରେ କରିଥିଲେ କାର୍ଯ୍ୟଆରମ୍ଭ । ଅଧିକ ପଢନ୍ତୁ

ଏସିଆର ପ୍ରଥମ ମହିଳା ଲୋକୋପାଇଲଟ ସୁରଖା ଯାଦବଙ୍କ ଆଉ ଏକ ରେକର୍ଡ, ଚଳାଇଲେ ବନ୍ଦେ ଭାରତ ଏକ୍ସପ୍ରେସ
ଏସିଆର ପ୍ରଥମ ମହିଳା ଲୋକୋପାଇଲଟ ସୁରଖା ଯାଦବଙ୍କ ଆଉ ଏକ ରେକର୍ଡ, ଚଳାଇଲେ ବନ୍ଦେ ଭାରତ ଏକ୍ସପ୍ରେସ

By

Published : Mar 14, 2023, 7:06 AM IST

Updated : Mar 14, 2023, 12:51 PM IST

ମୁମ୍ବାଇ:ଭାରତ ତଥା ସମଗ୍ର ଏସିଆ ମହାଦେଶର ପ୍ରଥମ ମହିଳା ଲୋକୋପାଇଲଟ୍ ଭାବେ ରେକର୍ଡ କରିଥିବା ସୁରେଖା ଯାଦବ ଆଜି ଆଉ ଏକ ସଫଳତାର ପାହାଚ ଅତିକ୍ରମ କରିଛନ୍ତି । ସେ ଆଜି ପ୍ରଥମ ମହିଳା ଲୋକୋପାଇଲଟ ଭାବେ ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇଛନ୍ତି । ସୁରେଖା ଯାଦବ ଆଜି(ସୋମବାର) ମହାରାଷ୍ଟ୍ରର ସୋଲାପୁର ଷ୍ଟେସନରୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ (CSMT) ପର୍ଯ୍ୟନ୍ତ ଏହି ଟ୍ରେନକୁ ଚଳାଇ ରେକର୍ଡ କରିଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସର ପ୍ଲାଟଫର୍ମ ନମ୍ବର 8 ରେ ପହଞ୍ଚିବା ପରେ ସୁରେଖାଙ୍କୁ ରେଳବାଇ ପକ୍ଷରୁ ସ୍ବାଗତ କରାଯାଇଥିଲା ।

ବନ୍ଦେ ଭାରତ ଏକ୍ସପ୍ରେସର ଲୋକୋ କ୍ୟାବିନରେ ସୁରେଖା

ଏହି ନୂତନ ରେକର୍ଡ ପାଇଁ ସୁରେଖା ରେଳବାଇକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, "ନୂତନ ଯୁଗର ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଭାରତୀୟ ରେଳବାଇରେ ନିୟୋଜିତ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ସୁଯୋଗ ମିଳିଥିବାରୁ ଧନ୍ୟବାଦ ।" ଏହା ତାଙ୍କ ପାଇଁ ଭିନ୍ନ ଏକ ଅନୁଭବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି । ଏହି ମିଶନରେ ସେ ନୂତନ ଟ୍ରେନ ଚଳାଚଳ ସଙ୍କେତ, ନୂତନ ତଥା ଅତ୍ୟାଧୁନିକ ଉପକରଣର ବ୍ୟବହାର, ଅନ୍ୟ କ୍ରୁ ସଦସ୍ୟମାନଙ୍କ ସହିତ ସମନ୍ୱୟରେ ଏହି କାର୍ଯ୍ୟକୁ ସଫଳତାର ସହ ଶେଷ କରିଥିବା କହିବା ସହ ଏହା ତାଙ୍କୁ ଏକ ଭିନ୍ନ ଅନୁଭବ ଦେଇଥିବା ମଧ୍ୟ ପ୍ରକାଶ କରିଛନ୍ତି ।

ବନ୍ଦେ ଭାରତ ଏକ୍ସପ୍ରେସର ଲୋକୋ କ୍ୟାବିନରେ ସୁରେଖା

ଅନ୍ୟ ଏକ ବିଶେଷ କଥା ହେଉଛି ଏହି ଟ୍ରେନଟି ସୋଲାପୁରରୁ ନିର୍ଦ୍ଧାରିତ ସମୟରେ ବାହାରି ସଠିକ ସମୟର 5 ମିନିଟ୍‌ ପୂର୍ବରୁ ମୁମ୍ବାଇ ଛତ୍ରପତି ଟର୍ମିନସ (CSMT)ରେ ପହଞ୍ଚିଥିଲା । ଟ୍ରେନ ପହଞ୍ଚିବା ପରେ ରେଳବାଇ ପକ୍ଷରୁ ସୁରେଖାଙ୍କୁ ସ୍ବାଗତ କରାଯାଇଥିଲା । ତେବେ ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ସୁରେଖା ଯାଦବ ହେଉଛନ୍ତି, କେବଳ ଭାରତର ନୁହନ୍ତି ବରଂ ଏସିଆ ମହାଦେଶର ପ୍ରଥମ ମହିଳା ଟ୍ରେନ ଚାଳକ ବା ଲୋକୋପାଇଲଟ । ସେ ଭାରତୀୟ ରେଳବାଇରେ 1988ରେ ଯୋଗଦାନ କରିଥିଲେ । ମହାରାଷ୍ଟ୍ରର ସାତାରା ଷ୍ଟେସନରୁ ସେ ନିଜର ପ୍ରଥମ ଟ୍ରେନ ଚଳାଇଥିଲେ ।

ନିଜର ଦୀର୍ଘ ବର୍ଷର ଅଭିଜ୍ଞତା ମଧ୍ୟରେ ସେ ଅନେକ ଟ୍ରେନ ବା ବିଭିନ୍ନ ପ୍ରକାରର ଲୋକୋମୋଟିଭ ଚଳାଇ ସାରିଛନ୍ତି । ଏଥିପାଇଁ ସେ ବିଶ୍ବରେକର୍ଡ କରିବା ସହ ଜାତୀୟ ସ୍ତରରେ ଅନେକ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇସାରିଲେଣି । ଆଜି ସେ ଭାରତୀୟ ରେଳସେବାର ସଦ୍ୟତମ ତଥା ଅତ୍ୟାଧୁନିକ ଇଞ୍ଜିନ ବିହୀନ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ ଚଲାଇବାର ସୁଯୋଗ ପ୍ରାପ୍ତ କରିବା ସହ ନୂଆ ରେକର୍ଡର ଅଧିକାରିଣୀ ମଧ୍ୟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 14, 2023, 12:51 PM IST

ABOUT THE AUTHOR

...view details