ଗାନ୍ଧୀନଗର: ମହିଳାମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ହୋଇଛନ୍ତି ସ୍ବାବଲମ୍ବୀ । ହେଲେ କିଛି ମହିଳା ନିଜର ରକ୍ଷା ପାଇଁ ଅସମର୍ଥ ହୋଇଥାନ୍ତି । ସ୍ବାବଲମ୍ବୀ ହୋଇଥିଲେ ମଧ୍ୟ କୌଣସି ସ୍ଥାନକୁ ଏକା ଯିବାଆସିବା ସମୟରେ ମନରେ ଭୟ ସୃଷ୍ଟି ହୋଇଥାଏ । ହେଲେ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ହେବା ସହ ନିଜର ରକ୍ଷା ନିଜେ କରିବା ପାଇଁ ସକ୍ଷମ ହେବା ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ଏବେ ଅନେକ ମହିଳା ସେଲ୍ଫ ଡିଫେନ୍ସ ଟ୍ରେନିଂ ନେଉଛନ୍ତି । ଏହି ଟ୍ରେନିଂ ଆଜି ଜଣେ ସୁରତ ଯୁବତୀଙ୍କ ପାଇଁ ହୋଇଛି ଫଳପ୍ରଦ । ଫଳରେ ସେ ସଶସ୍ତ୍ର ଚୋରଙ୍କୁ ସାମନା କରି ଚକ୍ମା ଦେବାରେ ହୋଇଛନ୍ତି ସକ୍ଷମ ।
- କଣ ଥିଲା ପୁରା ଘଟଣା ?
ସୁରତ ବରଦୋଲିର ଚଲଥାନ ଗ୍ରାମର ରେଲୱେ ଗେଟ ନିକଟ ରାମକବିର ସୋସାଇଟିରେ ବାସ କରନ୍ତି ବାବୁରାମ କାଶୀନାଥ ସ୍ବାଇନ ଓ ପରିବାର । ତେବେ ସେମାନେ ମହାରାଷ୍ଟ୍ରିଆନ ବୋଲି ଜଣାପଡ଼ିଛି । ଗତ ମଙ୍ଗଳବାର ବାବୁରାମ ମିଲ୍ରେ ନାଇଟ ଡ୍ୟୁଟିରେ ରହିଥିଲେ । ଏହି ସମୟରେ ଘରେ ଥିଲେ ଦୁଇ ଝିଅ ରିୟା ଓ ରିଚ୍ଚା ଏବଂ ପତ୍ନୀ ଭାରତୀବେନ । ବଡ଼ ଝିଅ ରିୟା ବିଳମ୍ବିତ ରାତିରେ ଆଗକୁ ପରୀକ୍ଷା ଥିବା ଯୋଗୁଁ ପାଠ ପଢୁଥିଲେ । ଏହି ସମୟରେ ହଠାତ୍ ତାଙ୍କ ଘର ଅନ୍ଧକାର ହୋଇଯାଇଥିଲା । କୌଣସି ପାୱାରକଟ ହୋଇନଥିବା ବେଳେ ଏଭଳି ଲାଇନ ପଳାଇବା ସମସ୍ତଙ୍କୁ ଟିକେ ଚକିତ କରିଥିଲା । ଏହି ସମୟରେ ଚୋରମାନେ ହଠାତ ରିୟାଙ୍କୁ ଅପହରଣ ପାଇଁ ଉଦ୍ୟମ କରିଥିଲେ । ଅନ୍ଧକାରର ସୁଯୋଗ ନେଇ ସେମାନେ ଘରର ଜିନିଷପତ୍ର ଭାଙ୍ଗିଥିଲେ ।
- କେମିତି ଚୋରଙ୍କ ସାମନା କଲେ ଏହି ଦୁଃସାହସିକ ଯୁବତୀ:-