ଓଡିଶା

odisha

ETV Bharat / bharat

ତୈଳଦର ବୃଦ୍ଧି ଚିନ୍ତା, ଦୀପାବଳିରେ କର୍ମଚାରୀଙ୍କୁ ଇ-ସ୍କୁଟର ଭେଟି ଦେଲେ ମାଲିକ - Diwali gift

ଗୁଜୁରାଟ ସୁରଟର ଏକ ଘରୋଇ କମ୍ପାନି କର୍ମଚାରୀଙ୍କୁ ଦୀପାବଳିରେ ଇଲେକ୍ଟ୍ରିକ ସ୍କୁଟର ଉପହାର କରି ଚର୍ଚ୍ଚାରେ । ଅଧିକ ପଢନ୍ତୁ...

ଦୀପାବଳିରେ କର୍ମଚାରୀଙ୍କୁ ମାଲିକଙ୍କ ଇଲେକ୍ଟ୍ରିକ ସ୍କୁଟର ଉପହାର
ଦୀପାବଳିରେ କର୍ମଚାରୀଙ୍କୁ ମାଲିକଙ୍କ ଇଲେକ୍ଟ୍ରିକ ସ୍କୁଟର ଉପହାର

By

Published : Nov 5, 2021, 8:45 AM IST

ଗାନ୍ଧୀନଗର: ଅହେତୁକ ତୈଳ ଦର ବୃଦ୍ଧି ସମୟରେ ଗୁଜୁରାଟ ସୁରଟର ଏକ ଘରୋଇ କମ୍ପାନି କର୍ମଚାରୀଙ୍କୁ ଆଶ୍ବସ୍ତି ଦେଇଛି । ଦୀପାବଳି ଅବସରରେ ଏହି କମ୍ପାନି କର୍ମଚାରୀମାନଙ୍କୁ ଇଲେକ୍ଟ୍ରିକ ସ୍କୁଟର ଉପହାର କରିଛି ।

କମ୍ପାନି ପାଖାପାଖି 35 କର୍ମଚାରୀଙ୍କୁ ଇଲେକ୍ଟ୍ରିକ ସ୍କୁଟର ଦେଇଥିବା ଜଣାପଡିଛି । ଦିନକୁ ଦିନ ତେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଏପରି ଉପହାର କରିଥିବା କମ୍ପାନି ନିର୍ଦ୍ଦେଶକ ସୁବାଷ ଦୱାର କହିଛନ୍ତି । ସେ କହିଛନ୍ତି ଯେ, 'ତେଲ ଦର ବୃଦ୍ଧି କେବଳ ଖବରର ଶିରୋନାମା ହୋଇନାହିଁ ବରଂ ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପକାଇଛି । କମ୍ପାନିର ଏପରି ଏକ ନିଷ୍ପତ୍ତି କେବଳ ଯେ ତେଲ ଖର୍ଚ୍ଚରୁ ରକ୍ଷା କରିବ ତାହା ନୁହେଁ, ଏଥିସହ ପରିବେଶର ସୁରକ୍ଷାରେ ମଧ୍ୟ ସହାୟକ ହେବ ।'

ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ମୁଁ ସଦା ସର୍ବଦା କମ୍ପାନି ସହିତ ପରିବେଶର ସୁରକ୍ଷା ଉପରେ ଦୃଷ୍ଟି ଦିଏ । ଆମେ ଯଦି ଚାହିଁବା ତେବେ ଆମ ପରିବେଶକୁ ନିଶ୍ଚିତ ଭାବେ ସୁସ୍ଥ ରଖିପାରିବା ।'

@ANI

ABOUT THE AUTHOR

...view details