ଓଡିଶା

odisha

ETV Bharat / bharat

ଶ୍ରୀରାମଙ୍କ ପ୍ରତି ଗହଣା କାରିଗରଙ୍କ ଅପାର ଭକ୍ତି, ଖାଣ୍ଟି ରୂପାରେ ତିଆରି କଲେ ଅବିକଳ ଅଯୋଧ୍ୟା ରାମ ମନ୍ଦିର - ଦୀପକ ଚୋକସୀ

ଅଯୋଧ୍ୟାରେ ଯୋରୋସୋରରେ ଆଗେଇ ଚାଲିଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ଆସନ୍ତା ବର୍ଷ ପବିତ୍ର ମକର ସଂକ୍ରାନ୍ତି ସମୟରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ହେବାର ସମ୍ଭାବନା ରହିଛି । ଏହାରି ମଧ୍ୟରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଥିବା ଭକ୍ତି ଓ ଶ୍ରଦ୍ଧାକୁ ଦର୍ଶାଇବାକୁ ଯାଇ ସୁରଟ ସ୍ଥିତ ଜଣେ ଗହଣା କାରିଗର ରୂପାରେ ଏକ ରାମ ମନ୍ଦିର ତିଆରି କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Mar 22, 2023, 9:22 PM IST

Updated : Mar 22, 2023, 10:37 PM IST

ଖାଣ୍ଟି ରୂପାରେ ଅଯୋଧ୍ୟା ରାମ ମନ୍ଦିର ଝଲକ

ହାଇଦ୍ରାବାଦ: ରୂପାରେ ନିର୍ମାଣ ହୋଇଛି ଭବ୍ୟ ଦିବ୍ୟ ରାମ ମନ୍ଦିର । ଗୁଜୁରାଟ ସୁରଟ ସହରରେ ଥିବା ଖୁସଲଭାଇ ଗହଣା କାରିଗର ରୂପାରେ ଏହି ରାମ ମନ୍ଦିର ନିର୍ମାଣ କରିଛି । ଭଗବାନ ରାମଲାଲାଙ୍କ ଜନ୍ମଭୂମି ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ଦିବ୍ୟ ରାମ ମନ୍ଦିର ଅବିକଳ ନକଲ ହେଉଛି ଏହି ରୂପାର ରାମ ମନ୍ଦିର । ଦେଶର ଧର୍ମୀୟ ଭାବନାକୁ ଦୃଷ୍ଟିରେ ରଖି ଗହଣା କାରିଗର 4ଟି ମନ୍ଦିର ନିର୍ମାଣ କରିଛନ୍ତି । 4ଟି ମନ୍ଦିରର ଓଜନ ଓ ଦାମ ଭିନ୍ନଭିନ୍ନ ରହିଛି । ସବୁଠାରୁ ଛୋଟ ମନ୍ଦିର 650 ଗ୍ରାମ ରୂପାରେ ନିର୍ମାଣ ହୋଇଛି । ଯାହାର ଦାମ 80 ହଜାର ରହିଛି । ସବୁଠାରୁ ବଡ ରାମ ମନ୍ଦିରର ନିର୍ମାଣ 5 କେଜି ରୂପାରେ ହୋଇଛି । ଯାହାର ଦାମ ସାଢେ 5 ଲକ୍ଷ ରହିଛି । ଏହାକୁ ନିର୍ମାଣ କରିବା ପାଇଁ 2 ମାସ ସମୟ ଲାଗିଥିବା ଜୁଏଲେରୀ ସପ୍‌ ପକ୍ଷରୁ କୁହାଯାଇଛି ।

ଏନେଇ ଜୁଏଲେରୀ ସପ୍‌ର ମାଲିକ ଦୀପକ ଚୋକସୀ କହିଛନ୍ତି ରାମ ମନ୍ଦିର ହେଉଛି ରାଷ୍ଟ୍ର ମନ୍ଦିର । ନିର୍ମାଣ ହେଉଥିବା ମନ୍ଦିର ହେଉଛି ଭାରତୀୟ ସଂସ୍କୃତ ଆସ୍ଥା ବିଶ୍ବାସର କେନ୍ଦ୍ର । ତେଣୁ ଧର୍ମ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏହି ପରିକଳ୍ପନା କରାଯାଇଛି । ରୂପାରେ ନିର୍ମାଣ ହୋଇଥିବା ମନ୍ଦିର ବ୍ୟବସାୟ ଉଦ୍ଦେଶ୍ୟରେ ନିର୍ମାଣ ହୋଇଛି ।

ଏହାବି ପଢନ୍ତୁ- PM Poshan Scheme: ଓଡିଶାକୁ ଦ୍ୱିତୀୟ କିସ୍ତିରେ ମିଳିଲା ୨୮୩.୭୮ କୋଟି

ଆସନ୍ତା ବର୍ଷ ପବିତ୍ର ମକର ସଂକ୍ରାନ୍ତି ସମୟରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ନିର୍ମାଣ କାମ ଯୋରଦାର ଚାଲିଥିବା ବେଳେ, ପୁରା ଅଯୋଧ୍ୟା ନଗରୀ ଓ ସହରକୁ ନୂଆ ରୂପ ଦିଆଯାଇଛି । ରାମ ମନ୍ଦିରର ପୁରା ପ୍ରକଳ୍ପ ନିର୍ମାଣ କାମ ଯଦିଓ 2026 ବେଳକୁ ଶେଷ ହେବ । କିନ୍ତୁ ଆସନ୍ତା ବର୍ଷ ଗର୍ଭ ଗୃହ ସମେତ ମୁଖ୍ୟ ମନ୍ଦିର ନିର୍ମାଣ ଶେଷ ହୋଇ ପ୍ରତିଷ୍ଠା ହେବ । ଅର୍ଥାତ ଆସନ୍ତା ମକର ସଂକ୍ରାନ୍ତିରୁ ଭକ୍ତମାନେ ରାମଲାଲାଙ୍କୁ ଦର୍ଶନ କରିପାରିବେ ।

ରାଜ୍ୟ ସରକାର ଅଯୋଧ୍ୟା ପ୍ରାଧିକରଣ ଅଥରିଟୀ ଓ କେନ୍ଦ୍ର ସରକାର ମିଳିତ ଭାବେ ଅଯୋଧ୍ଯାର ବିକାଶ କରୁଛନ୍ତି । ବର୍ତ୍ତମାନ ଭକ୍ତଙ୍କ ପାଇଁ ଅଯୋଧ୍ୟାରେ ବଡ ବଡ ଅତ୍ୟାଧୁନିକ କୋଠା ନିର୍ମାଣ ହେଉଛି । ଯେଉଁଠାରେ ସମସ୍ତ ସୁବିଧା ସୁଯୋଗ ରହିବା ସହ ଧର୍ମ ଆଧାରିତ ଆବଶ୍ୟକ ବ୍ୟବସ୍ଥା କରାଯାଉଛି । ଅଯୋଧ୍ୟାକୁ ଆସୁଥିବା ଭକ୍ତଙ୍କୁ ଏକ ଭିନ୍ନ ଅନୁଭବ ଦେବା ପାଇଁ ପୁରା ଉଦ୍ୟମ କରୁଛନ୍ତି ସରକାର । ଖାଲି ଏତିକି ନୁହେଁ ଅଯୋଧ୍ୟାରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ମଧ୍ୟ ନିର୍ମାଣ ହେଉଛି । ଯାହା ଭଗବାନ ରାମଙ୍କ ନାମରେ ନାମିତ ହେବ । ଏହାସହ ଅତ୍ୟାଧୁନିକ ବସ୍‌ ଟର୍ମିନାଲ, ରେଳ ଷ୍ଟେସନ ନିର୍ମାଣ ଚାଲିଛି । ପୁରା ଅଯୋଧ୍ୟା କରିଡରକୁ ସମ୍ପ୍ରସାରଣ କରାଯିବା ସହ ଆଗାମୀ 100 ବର୍ଷକୁ ଲକ୍ଷ୍ଯ ରଖି ଭିତ୍ତିଭୂମି ନିର୍ମାଣ କରାଯାଉଛି ।

ଏହାବି ପଢନ୍ତୁ- ଉଚ୍ଚସ୍ତରୀୟ ବୈଠକରେ କୋଭିଡ ଓ ଏନଫ୍ଲୁଏଞ୍ଜା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ସୂଚନାଯୋଗ୍ଯଯେ ରାମ ଜନ୍ମଭୂମି ସଂଘର୍ଷ ଦୀର୍ଘ 500 ବର୍ଷ ଧରି ଚାଲିଥିଲା । ଏହାସହ ସର୍ବୋଚ୍ଚ ଅଦଲାତରେ ଦୀର୍ଘବର୍ଷ ଧରି ମାମଲା ଚାଲିଥିଲା । ଗତ 2019 ମସିହାରେ ସର୍ବୋଚ୍ଚ ଅଦାଲତ ରାମ ଜନ୍ମଭୂମି ରାୟ ପ୍ରକାଶ କରିବା ପରେ ମନ୍ଦିର ନିର୍ମାଣ ପାଇଁ ରାସ୍ତା ପରିସ୍କାର ହୋଇଥିଲା । ଏହାପରେ କେନ୍ଦ୍ର ସରକାର ଏକ ସାମ୍ବିଧାନିକ ଟ୍ରଷ୍ଟ ଗଠନ କରିଥିଲେ । ଟ୍ରଷ୍ଟ ଗଠନ ପରେ ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ପାଇଁ 5 ଅଗଷ୍ଟ 2020ରେ ହୋଇଥିଲା ଭୂମିପୂଜନ । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି, ୟୁପି ରାଜ୍ୟପାଳ, ୟୁପି ମୁଖ୍ୟମନ୍ତ୍ରୀ, ସାରା ଦେଶରୁ ସାଧୁ ସନ୍ଥ, ସଂଘ ମୁଖ୍ୟଙ୍କ ସମେତ ଶହ ଶହ ଭକ୍ତ ଓ ସାଧାରଣ ଜନତା ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 22, 2023, 10:37 PM IST

ABOUT THE AUTHOR

...view details