ଗାନ୍ଧୀଗନର:ସୁରକ୍ଷାକର୍ମୀଙ୍କ ହାତକୁ କାମୁଡି ଦେଲେ ସୁରଟର ଜଣେ ଆମ୍ ଆଦମୀ ପାର୍ଟିର(AAP) ମହିଳା କର୍ପୋରେଟର । ମହାନଗର ସାଧାରଣ ପରିଷଦ ବୈଠକ ଜାରି ରହିଥିବା ବେଳେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ସମସ୍ତ ଆପ୍ କର୍ପୋରେଟରଙ୍କୁ ବୈଠକରୁ ନିଲମ୍ବିତ କରାଯାଇଥିଲା । ତେବେ ଏହି ମହିଳା କର୍ପୋରେଟର ସିଜଲ ମାଲବ୍ୟଙ୍କୁ ବାହାରକୁ ନେଉଥିବାବେଳେ, ସେ ସୁରକ୍ଷାକର୍ମୀଙ୍କ ହାତକୁ କାମୁଡି ଦେଇଥିବା ଦେଖିବାକୁ ମିଳିଥିଲା (Surat AAP corporator bites security guard)।
ଗତକାଲି (ଶୁକ୍ରବାର) ଏହି ଘଟଣାଟି ଘଟିଛି । ମହାନଗର ନିଗମ ବୈଠକ ଜାରି ରହିଥିବାବେଳେ ଦିଲ୍ଲୀ କ୍ୟାବିନେଟ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କ ଧର୍ମାନ୍ତରୀକରଣ ପ୍ରସଙ୍ଗ ଉଠାଇଥିଲେ ଅନ୍ୟ ଜଣେ ବିଜେପି କର୍ପୋରେଟର ଅମିତ ରାଜପୁତ । ଏହି ମନ୍ତବ୍ୟକୁ ନେଇ ଆପ ଓ ବିଜେପି କର୍ପୋରେଟରମାନଙ୍କ ମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।