ନୂଆଦିଲ୍ଲୀ:ଜମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ଧାରା 370 ଉଚ୍ଛେଦ ମାମଲା । ସୁପ୍ରିମ ରାୟ ଶୁଣାଇଲେ ପ୍ରଧାନ ବିଚାରପତିଙ୍କ ଦ୍ବାରା ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ। ଆବେଦନକାରୀଙ୍କ ପିଟିସନକୁ ଆଗ୍ରହ୍ୟ କରିଦେଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ । ଭାରତର ସମ୍ବିଧାନ ସବୁଠାରୁ ଉଚ୍ଚରେ । ଜମ୍ମୁ କାଶ୍ମୀର ଭାରତର ଅଭିଚ୍ଛେଦ୍ୟ ଅଙ୍ଗ । ଧାରା 370 ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । ଭାରତରେ ମିଶ୍ରଣ ପରେ ଜମ୍ମୁ କାଶ୍ମୀର ସ୍ବତନ୍ତ୍ର ମାନ୍ୟତା ଶେଷ ହୋଇଛି । ସମ୍ବିଧାନର ସବୁ ଅନୁଚ୍ଛେଦ ଜମ୍ମୁ କାଶ୍ମୀରରେ ଲାଗୁ ହୋଇପାରିବ ରାୟ ପ୍ରକାଶ ପାଇଛି ।
ସେହିପରି ଜମ୍ମୁ କାଶ୍ମୀରରେ ନିର୍ବାଚନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାବର୍ଷ ସେପ୍ଟେମ୍ବର 30 ଶୁଦ୍ଧା ଜମ୍ମୁ କାଶ୍ମୀରରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଏନେଇ ନିର୍ବାଚନ ଆୟୋଗକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 2019 ଅଗଷ୍ଟ 5ରେ ଜମ୍ମୁ ଓ କାଶ୍ମୀରରୁ ଧାରା 370କୁ ଉଚ୍ଛେଦ କରିଥିଲେ କେନ୍ଦ୍ର ସରକାର। ଦୀର୍ଘ ୪ ବର୍ଷ ପରେ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୋହର ଲଗାଇଛନ୍ତି ସୁପ୍ରିମ କୋର୍ଟ । ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ଐତିହାସିକ ଫୈସଲା ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତରେ ଗଠିତ 5 ଜଣିଆ ଖଣ୍ଡପୀଠଙ୍କ ଆଜି ଧାରା ୩୭୦କୁ ନେଇ ବଡ଼ ଫୈସଲା ଶୁଣାଇଛନ୍ତି । ପ୍ରଧାନ ବିଚାରପତି ରାୟ ଶୁଣାଇ କହିଛନ୍ତି ଯେ, ଜାମ୍ମୁ କାଶ୍ମୀର ଭାରତର ଅଭିନ୍ନ ଏବଂ ଅବିଚ୍ଛେଦ ଅଙ୍ଗ । ଏଠାରେ ପ୍ରଚଳିତ ଧାରା 370 ସଂପୂର୍ଣ୍ଣ ଭାବେ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା। ଜମ୍ମୁ କାଶ୍ମୀର ଯେବେଠାରୁ ଭାରତରେ ମିଶିଲା, ସେବେଠାରୁ ଏହା ସ୍ବତନ୍ତ୍ର ମାନ୍ୟତା ହରାଇଛି ।