ଓଡିଶା

odisha

ETV Bharat / bharat

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଐତିହାସିକ: ପ୍ରଧାନମନ୍ତ୍ରୀ - ସୁପ୍ରିମକୋର୍ଟ

PM reaction on Supreme Court verdict: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଐତିହାସିକ ନିଷ୍ପତ୍ତି କହିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢ଼ନ୍ତୁ,

Article 370
Article 370

By ETV Bharat Odisha Team

Published : Dec 11, 2023, 1:48 PM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ନେଇ ସୁପ୍ରିମ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବୈଧ କିହିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ସୁପ୍ରିମକୋର୍ଟଙ୍କ ଏପରି ନିଷ୍ପତ୍ତିକୁ ଐତିହାସିକ ରାୟ ବୋଲି କହିଛନ୍ତି ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ଧାରା 370 ଉଚ୍ଛେଦ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଐତିହାସିକ ଅଟେ । 2019 ଅଗଷ୍ଟ 5ରେ, ଭାରତର ସଂସଦ ଦ୍ବାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଏହି ରାୟ ଜାମ୍ମୁ କାଶ୍ମୀର ଏବଂ ଲଦାଖର ଭାଇ ଭଉଣୀମାନଙ୍କ ପାଇଁ ଆଶା, ପ୍ରଗତି ଏବଂ ଏକତାର ଏକ ବଡ ଘୋଷଣାନାମା ।

ଏହା ମଧ୍ୟ ପଢନ୍ତୁ-ସୁପ୍ରିମକୋର୍ଟଙ୍କ ବଡ଼ ଫୈସଲା: ବୈଧ ରହିଲା ୩୭୦ ଉଚ୍ଛେଦ ନିଷ୍ପତ୍ତି, ଜମ୍ମୁ କାଶ୍ମୀରରେ ସେପ୍ଟେମ୍ବରରେ ନିର୍ବାଚନ ପାଇଁ ନିର୍ଦ୍ଦେଶ

' ମୁଁ ଜମ୍ମୁ କାଶ୍ମୀର ଏବଂ ଲଦାଖର ସ୍ଥାୟୀ ବାସିନ୍ଦାଙ୍କୁ କରିବାକୁ ଚାହୁଁଛି ଯେ, ଆପଣମାନଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଆମର ପ୍ରତିବଦ୍ଧତା ଅତୁଟ। ପ୍ରଗତିର ଲାଭ କେବଳ ଆପଣଙ୍କ ନିକଟରେ ପହଞ୍ଚିବ ନାହିଁ ବରଂ ଏହାର ଲାଭ ଆମ ସମାଜର ସବୁଠାରୁ ତଳ ଶ୍ରେଣୀର ଲୋକମାନଙ୍କ ନିକଟରେ ପହଞ୍ଚୁ। ଯେଉଁମାନେ ଧାରା 370 ଉଚ୍ଛେଦ କାରଣରୁ କ୍ଷତି ସହିଥିଲେ । ଆଜି ଏହି ନିଷ୍ପତ୍ତି କେବଳ ଆଇନଗତ ବିଚାର ନୁହେଁ ।' ଏହା ଆଶାର କିରଣ , ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଜ୍ଞା ଏବଂ ସଶକ୍ତ ଭାରତ ଗଠନ ପାଇଁ ସାମୂହିକ ସଂକଳ୍ପର ପ୍ରମାଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଏହା ମଧ୍ୟ ପଢନ୍ତୁ- ପିଡିପି ମୁଖ୍ୟ ମେହବୁବା ମୁଫତି ଗୃହବନ୍ଦୀ

ଆଜି ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ଦ୍ବାରା ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଧାରା 370 ଉଚ୍ଛେଦ ନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ। ଆବେଦନକାରୀଙ୍କ ପିଟିସନକୁ ଆଗ୍ରହ୍ୟ କରିବା ସହ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ ସର୍ବୋଚ୍ଚ ନ୍ୟାୟଳୟ । ଜମ୍ମୁ କାଶ୍ମୀର ଭାରତର ଅଭିଚ୍ଛେଦ୍ୟ ଅଙ୍ଗ । ଏଠାରେ ପ୍ରଚଳିତ ଧାରା 370 ସଂପୂର୍ଣ୍ଣ ଭାବେ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା। ଜମ୍ମୁ କାଶ୍ମୀର ଯେବେ ଠାରୁ ଭାରତରେ ମିଶିଲା, ସେବେଠାରୁ ଏହା ସ୍ବତନ୍ତ୍ର ମାନ୍ୟତା ହରାଇଛି । ସମ୍ବିଧାନର ସବୁ ଅନୁଚ୍ଛେଦ ଜମ୍ମୁ କାଶ୍ମୀରରେ ଲାଗୁ ହୋଇପାରିବ । ଜମ୍ମୁକାଶ୍ମୀରରୁ ଧାରା 370 ଓ 35 ଏ ଉଚ୍ଛେଦ ହେବା ବେଆଇନ ନୁହଁ ବୋଲି ରାୟ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details