ନୂଆଦିଲ୍ଲୀ:ଆଜି ସୁପ୍ରିମକୋର୍ଟ ଓ ବାରାଣାସୀ କୋର୍ଟରେ ଜ୍ଞାନବାପି ମସଜିଦ ମାମଲାର ଶୁଣାଣି ହୋଇଥିଲା । ବାରାଣାସୀ ଟ୍ରାଏଲ କୋର୍ଟର ଶୁଣାଣି ଉପରେ ନୂଆ ଫଇସଲା ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଶୁଣାଣି ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହି ମାମଲାର ଶୁଣାଣି ଶୁକ୍ରବାର ଅପରାହ୍ନ 3ଟା ଯାଏ ନକରିବାକୁ କହିଛନ୍ତି ସୁପ୍ରିମକୋର୍ଟ ।
ଆଜି ହିନ୍ଦୁ ପକ୍ଷ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣିକୁ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଦାବି କରିଥିଲେ । ଆଡଭୋକେଟ୍ ବିଷ୍ଣୁ ଜୈନ୍ କହିଛନ୍ତି ଯେ, ‘ମୁଖ୍ୟ ଓକିଲ ହରିଶଙ୍କର ଜୈନଙ୍କୁ ଆକ୍ରମଣ କରାଯାଇଛି, ତେଣୁ ଶୁଣାଣି ଆସନ୍ତାକାଲି (ଶୁକ୍ରବାର) ପର୍ଯ୍ୟନ୍ତ ସ୍ଥଗିତ ରଖାଯାଉ ।’ ଆବେଦନକାରୀଙ୍କ ପକ୍ଷ ଶୁଣି ସୁପ୍ରିମକୋର୍ଟ ସେମାନଙ୍କ ପ୍ରସ୍ତାବରେ ରାଜି ହୋଇଛନ୍ତି । ସେପଟେ ମୁସଲିମ ପକ୍ଷ କହିଛି, ଏହି ମାମଲା ଯୋଗୁଁ ଅନ୍ୟ ସ୍ଥାନରେ ଥିବା ମସଜିଦକୁ ନେଇ ମଧ୍ୟ ସମାନ ମାମଲା ରୁଜୁ ହୋଇଛି । ଏଭଳି ପରିସ୍ଥିତିରେ ମାମଲାର ଶୁଣାଣି ବିଳମ୍ବ ନକରିବାକୁ ସେମାନେ ଦାବି କରିଛନ୍ତି ।