ଓଡିଶା

odisha

EWS କୋଟାକୁ ସୁପ୍ରିମକୋର୍ଟ ମୋହର, ଜାରିରହିବ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ୧୦% ସଂରକ୍ଷଣ

By

Published : Nov 7, 2022, 11:48 AM IST

Updated : Nov 7, 2022, 12:56 PM IST

EWS ସଂରକ୍ଷଣ ଉପରେ ସୁପ୍ରିମକୋର୍ଟର ମୋହର । ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଜାରି ରହିବ । ଅଧିକ ପଢନ୍ତୁ

ଜାରି ରହିବ EWS ସଂରକ୍ଷଣ: ସୁପ୍ରିମକୋର୍ଟ
ଜାରି ରହିବ EWS ସଂରକ୍ଷଣ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ଉଚ୍ଚଶିକ୍ଷା ଓ ଚାକିରି କ୍ଷେତ୍ରରେ ଅର୍ଥନୈତିକ ଦୁର୍ବଳ ବର୍ଗଙ୍କ ପାଇଁ (Economically Weaker Section) ସଂରକ୍ଷଣ ଉପରେ ସୁପ୍ରିମ ମୋହର । ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଜାରି ରହିବ । ଉଚ୍ଚଶିକ୍ଷାରେ ଅର୍ଥନୈତିକ ଦୁର୍ବଳ ବିଭାଗର ସଂରକ୍ଷଣର ସାମ୍ବିଧାନିକ ବୈଧତା ଏବଂ ଆର୍ଥିକ ସ୍ଥିତି ଆଧାରରେ ଜନସାଧାରଣଙ୍କ ନିଯୁକ୍ତି ପ୍ରସଙ୍ଗରେ ଆଜି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଜାରି ରହିବ । ୫ ଜଣିଆ ବେଞ୍ଚରୁ ୪ଜଣ ବିଚାରପତଚିଙ୍କ ସମର୍ଥନ ମିଳିଛି । କେନ୍ଦ୍ରର ନିଷ୍ପତ୍ତି ଉପରେ ମୋହର ଲଗାଇଲେ ସୁପ୍ରିମକୋର୍ଟ । 2019ରେ ସଂରକ୍ଷଣ ଲାଗୁ କରିଥିଲେ କେନ୍ଦ୍ର ସରକାର । CJI ଉଦୟ ଉମେଶ ଲଲିତ କହିଛନ୍ତି ଯେ, "EWS କୋଟା ସଂରକ୍ଷଣକୁ ନେଇ ୫ଜଣ ବିଚାରପତି ଭିନ୍ନ ଭିନ୍ନ ମତ ଦେଇଥିଲେ । ଜଷ୍ଟିସ୍ ଦୀନେଶ ମହେଶ୍ୱରୀ EWS କୋଟା ପାଇଁ 103ତମ ସାମ୍ବିଧାନିକ ସଂଶୋଧନକୁ ସମର୍ଥନ କରିଛନ୍ତି ।" ସେ କହିଥିଲେ, "ଏହା ସମ୍ବିଧାନର ମୌଳିକ ଗଠନକୁ ଉଲଂଘନ କରୁନାହିଁ । ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ଜେ ବି ପାରଦୀୱାଲା ମଧ୍ୟ ଚାକିରି ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣକୁ ସମର୍ଥନ କରିଛନ୍ତି ।"

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ହବିଷ୍ୟାଳିଙ୍କୁ ପୋଲିସର ମାଡ ଅଭିଯୋଗ

ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟ୍ଟ ସଂଖ୍ୟାଲଘୁ ଦୃଷ୍ଟିକୋଣରେ EWS କୋଟା ଉପରେ ସମ୍ବିଧାନ ସଂଶୋଧନକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, "50 ପ୍ରତିଶତ କୋଟା ସୀମା ଉଲ୍ଲଂଘନ କରାଯାଇପାରିବ ନାହିଁ ଏବଂ EWS କୋଟା ରଦ୍ଦ କରାଯିବା ଉଚିତ । 4ଜଣ ବିଚାରପତି ୧୦%ସଂରକ୍ଷଣକୁ ସମର୍ଥନ କରିଥିବାବେଳେ ଅନ୍ୟ ଜଣେ ବିପକ୍ଷରେ ରାୟ ଦେଇଥିଲେ । ଇଡବ୍ଲୁଏସ(EWS) କୋଟାକୁ ତାମିଲନାଡୁର ଶାସକ ଦଳ ଡିଏମକେ ଓ କିଛି ସଂଗଠନ ଅଣସାମ୍ବିଧାନିକ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶେଷରେ ୨୦୨୨ ମସିହା ସେପ୍ଟେମ୍ବର ୧୩ ତାରିଖରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣୀ ଆରମ୍ଭ କରିଥିଲେ ।

୭ରୁ ଅଧିକ ଦିନ ଶୁଣାଣୀ ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୭ ତାରିଖ ଦିନ ଉପରୋକ୍ତ ମାମଲାର ରାୟ ସଂରକ୍ଷିତ ରଖିଥିଲେ । ପ୍ରତିନିଧିତ୍ୱ କରୁଥିବା ଜି ମୋହନ ଗୋପାଳ ଯୁକ୍ତି କରି କହିଥିଲେ ଯେ, "ସାମାଜିକ ତଥା ଶିକ୍ଷାଗତ ପଛୁଆ ବର୍ଗ ଏକ ଶ୍ରେଣୀ, ଯାହା ସାମାଜିକ, ଅର୍ଥନୈତିକ, ରାଜନୈତିକ କ୍ଷେତ୍ରରେ ପଛୁଆ ଆଧାରରେ ସମସ୍ତ ବର୍ଗକୁ ପଛୁଆ ଶ୍ରେଣୀ ଭାବରେ ଏକତ୍ର କରିଛି ।"

Last Updated : Nov 7, 2022, 12:56 PM IST

ABOUT THE AUTHOR

...view details