ନୂଆଦିଲ୍ଲୀ: କ୍ରମଶଃ ଦୁର୍ବଳ ହେଉଛି କୋରୋନା ତୃତୀୟ ଲହର । ଦୈନିକ ସଂକ୍ରମଣ ଲକ୍ଷେ ତଳେ ରହୁଛି । ତୃତୀୟ ଲହର କାରଣରୁ ସୁପ୍ରିମକୋର୍ଟରେ ଅନଲାଇନ ଶୁଣାଣି ଜାରି ରହିଥିଲା ମାତ୍ର ଏଥିରେ ପରିବର୍ତ୍ତନ ହୋଇଛି । ଆସନ୍ତା ଫେବୃଆରୀ ୧୪ରୁ ପୁଣି ଥରେ ପୂର୍ବଭଳି ସ୍ବାଭାବିକ ଶୁଣାଣି ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି ।
୧୪ରୁ ସୁପ୍ରିମକୋର୍ଟରେ ଅଫଲାଇନ ଶୁଣାଣି - ସୁପ୍ରିମକୋର୍ଟ ଖବର
ଆସନ୍ତା ଫେବୃଆରୀ ୧୪ରୁ ପୁଣି ଥରେ ପୂର୍ବଭଳି ସ୍ବାଭାବିକ ଶୁଣାଣି ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ
ଜାରି ହୋଇଥିବା SOP(Standard operating procedure) ଅନୁସାରେ ସପ୍ତାହକୁ ଦୁଇ ଦିନ ଅଫଲାଇନ ଶୁଣାଣି ହେବ । ବୁଧବାର ଓ ଗୁରୁବାର ସ୍ବାଭାବିକ ଶୁଣାଣି ହେବ । ମଙ୍ଗଳବାର ଉଭୟ ସ୍ବାଭାବିକ ଓ ଅଫଲାଇନ ଶୁଣାଣି ହେବ । ସୋମବାର ଓ ଶୁକ୍ରବାର କେବଳ ଭିଡିଓ କନଫରେନ୍ସିଂ ଯୋଗେ ଅନଲାଇନ ଶୁଣାଣି କରାଯିବ । କୋରୋନା ଦ୍ବିତୀୟ ଲହର ପରେ ଅଫଲାଇନ ଶୁଣାଣି ଆରମ୍ଭ ହେବା ବେଳେ ମଧ୍ୟ ସମାନ ମାର୍ଗଦର୍ଶିକା ଜାରି କରାଯାଇଥିଲା ।
ପ୍ରକାଶ ଥାଉ କି, ଜାନୁଆରୀରୁ ସଂକ୍ରମଣ ହୁ ହୁ ବଢିବାରେ ଲାଗିଥିଲା । ଏ ନେଇ ଜାନୁଆରୀ ୩ରୁ ସମସ୍ତ ମାମଲାର ଶୁଣାଣି ଭର୍ଚୁଆଲ ମୋଡରେ କରାଯିବାକୁ ନିଷ୍ପତ୍ତି ହୋଇଥିଲା ।